ETV Bharat / state

ସୁନ୍ଦରଗଡ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା, ଭାଇରାଲ ହେଲା ଟଙ୍କା ବାଣ୍ଟିବା ଭିଡିଓ !

author img

By

Published : Feb 22, 2022, 11:00 PM IST

ସୁନ୍ଦରଗଡ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା, ଭାଇରାଲ ହେଲା ଟଙ୍କା ଦେବାର ଭିଡିଓ
ସୁନ୍ଦରଗଡ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା, ଭାଇରାଲ ହେଲା ଟଙ୍କା ଦେବାର ଭିଡିଓ

ସୁନ୍ଦରଗଡ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନରେ ବିଭିନ୍ନ ବିଶୃଙ୍ଖଳା । ଭାଇରାଲ ହେଲା ଟଙ୍କା ଦେବାର ଭିଡିଓ । ଅଧିକ ପଢନ୍ତୁ

ସୁନ୍ଦରଗଡ: ସରିଲା ସୁନ୍ଦରଗଡ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟଦାନ । ଜିଲ୍ଲାର ଲେଫ୍ରିପଡା, ହେମଗିର ଓ ଲହୁଣୀପଡା ବ୍ଲକରେ ସରିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ତେବେ ଆଜି(ମଙ୍ଗଳବାର) କେତକ ବୁଥରେ କିଛି ରାଜନୈତିକ ଦଳ ଭୋଟରଙ୍କୁ ଟଙ୍କା ବାଣ୍ଟିଥିବା ଅଭିଯୋଗ ଆସିଛି ।

ସୁନ୍ଦରଗଡ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା, ଭାଇରାଲ ହେଲା ଟଙ୍କା ଦେବାର ଭିଡିଓ


ଏନେଇ ହେମରିର ବ୍ଲକ କନିକାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେନ୍ଦ୍ରରେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା । ସେପଟେ ପୋଲିସ ହସ୍ତକ୍ଷେପ ପରେ ଲେଫ୍ରିପଡା ବ୍ଲକରେ କଡା ସୁରକ୍ଷା ମଧ୍ୟରେ 76.98 % , ହେମଗିରରେ 76.44 % ଓ ଲହୁଣୀ ପଡାରେ 80.86% ମତଦାନ ହୋଇଛି ।


ହେମଗିର ବ୍ଲକର ବୁଢା ଦରହ ଓ ଓସ୍ତାଳି ବୁଥରେ କେତେକ ରାଜନୈତିକ ବ୍ୟକ୍ତିବିଶେଷ ଭୋଟରଙ୍କୁ ଟଙ୍କା ଦେଇ ସେମାନଙ୍କୁ ପ୍ରଭାବିତ କରିଥିବା ଅଭିଯୋଗ ଆସିଛି । ସେହିପରି ଲେଫ୍ରିପଡା ବ୍ଲକ ଲୋକଡେଗାରେ ଜଣେ ସରପଞ୍ଚ ପ୍ରାର୍ଥୀ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ 3 ହଜାର ଟଙ୍କା ଦେଉଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ସବୁଟୁ ବଡ କଥା ହେଉଛି କି ଟଙ୍କା ବାଣ୍ଟିଥିବା ଜଣେ ବ୍ୟକ୍ତି ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଛନ୍ତି ।


ଆଜି ତିନୋଟି ବ୍ଲକର 53 ଟି ଗ୍ରାମ ପଞ୍ଚାୟତର 674ଟି ୱାର୍ଡ ସହ ସମିତି ସଭ୍ୟ ଓ 6ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟର ମାନେ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି । ଲେଫ୍ରିପଡା ବ୍ଲକର ଦୁଇଟି ଜିଲ୍ଲା ପରିଷଦ ଆସନ ( କ ଓ ଖ ) ପାଇଁ 7 ଜଣ ପ୍ରାର୍ଥୀ , ସମିତି ସଭ୍ୟ ପାଇଁ – 72 ଜଣ ,ସରପଞ୍ଚ ପାଇଁ – 77 ଜଣ ଓ ୱାର୍ଡ ମେମ୍ୱର ପାଇଁ 181 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।

ସେହିପରି ହେମଗିର ବ୍ଲକର 2 ଟି ଜିଲ୍ଲା ପରିଷଦ ଆସନ( କ ଓ ଖ ) ପାଇଁ 9 ଜଣ ପ୍ରାର୍ଥୀ , ସମିତି ସଭ୍ୟ ପାଇଁ – 75 ଜଣ ,ସରପଞ୍ଚ ପାଇଁ – 83 ଜଣ ଓ ୱାର୍ଡ ମେମ୍ୱର ପାଇଁ 118 ଜଣ ପ୍ରାର୍ଥୀ ପ୍ରତିଦ୍ୱିନ୍ଦିତା କରିଛନ୍ତି । ଲହୁଣୀ ପଡା ବ୍ଲକର ଦୁଇଟି ଜିଲ୍ଲା ପରିଷଦ ଆସନ ( କ ଓ ଖ )ପାଇଁ 13 ଜଣ , ସମିତି ସଭ୍ୟ ପାଇଁ – 70 ଜଣ, ସରପଞ୍ଚ ପାଇଁ – 73 ଜଣ ଓ ୱାର୍ଡ ମେମ୍ୱର ପାଇଁ 230 ଜଣ ପ୍ରାର୍ଥୀ ନିର୍ବାଚନ ରଣକ୍ଷେତ୍ରରେ ଲଢୁଛନ୍ତି ।



ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.