ETV Bharat / state

ସ୍ମାର୍ଟ ସହରରେ ଢିଲା ସ୍ବାସ୍ଥ୍ୟସେବା, ବେଡ଼ ଅଭାବରୁ ତଳେ ଚିକିତ୍ସିତ ହେଉଛନ୍ତି ରୋଗୀ

author img

By ETV Bharat Odisha Team

Published : Oct 9, 2023, 9:02 PM IST

ଅବ୍ୟବସ୍ଥା ମଧ୍ୟରେ ରାଉରକେଲା ସରକାରୀ ହସ୍ପିଟାଲ , ବେଡ଼ ଅଭାବରୁ ତଳେ ଚିକିତ୍ସିତ ହେଉଛନ୍ତି ରୋଗୀ
ଅବ୍ୟବସ୍ଥା ମଧ୍ୟରେ ରାଉରକେଲା ସରକାରୀ ହସ୍ପିଟାଲ , ବେଡ଼ ଅଭାବରୁ ତଳେ ଚିକିତ୍ସିତ ହେଉଛନ୍ତି ରୋଗୀ

ରାଉରକେଲା ସରକାରୀ ହସ୍ପିଟାଲରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର । ରୋଗୀଙ୍କୁ ମିିଳୁନି ବେଡ଼ । ରୋଗୀ ହନ୍ତସନ୍ତ । କ୍ୟାପିଟାଲ ହସ୍ପିଟାଲ ମାନ୍ୟତା ଦାବି । ଅଧିକ ପଢନ୍ତୁ

ଅବ୍ୟବସ୍ଥା ମଧ୍ୟରେ ରାଉରକେଲା ସରକାରୀ ହସ୍ପିଟାଲ , ବେଡ଼ ଅଭାବରୁ ତଳେ ଚିକିତ୍ସିତ ହେଉଛନ୍ତି ରୋଗୀ

ରାଉରକେଲା: ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର । ତଳେ ଶୋଇ ଚିକିତ୍ସା ହେଉଛନ୍ତି ରୋଗୀ । ଏଭଳି ଦୟନୀୟ ଅବସ୍ଥାରେ ଗତି କରୁଛି ଚାଲିଛି ସ୍ୱାସ୍ଥ୍ୟ ବିଭାଗ । ନା ସରକାର ନା ଜିଲ୍ଲା ପ୍ରଶାସନ କାହାରି ଏହା ପ୍ରତି ନିଘା ନାହିଁ । ତଳେ ଶୋଇ ଅବସ୍ଥାକୁ ବ୍ୟବସ୍ଥା ଭାବି ପଡି ରହି ଚିକିତ୍ସା ହେଉଛନ୍ତି ରୋଗୀ । ତେବେ ଏହି ଚିତ୍ର କୌଣସି ଉପାନ୍ତ ବା ଅପହଞ୍ଚ ଅଞ୍ଚଳର ନୁହେଁ ଏ ହେଉଛି ସ୍ମାର୍ଟ ସିଟି ରାଉରକେଲାର ସ୍ୱାସ୍ଥ୍ୟ ବିଭାଗର ନଗ୍ନ ଚିତ୍ର । ରାଉରକେଲା ସରକାରୀ ହସ୍ପିଟାଲରରେ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି ରୋଗୀ । ଜେନେରାଲ ୱାର୍ଡ ଠାରୁ ଆରମ୍ଭ କରି ମାତୃ ଓ ଶିଶୁ ବିଭାଗ ସବୁଠାରେ ବେଡ ଅଭାବରୁ ରୋଗୀ ହେଉକି ଗର୍ଭବତୀ ମହିଳା ସମସ୍ତେ ତଳେ ଚିକିତ୍ସିତ ହେଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ତେବେ ଏହି ସରକାରୀ ହସ୍ପିଟାଲରେ ବହୁ ବର୍ଷ ଧରି ଏହିଭଳି ସମାନ ଚିତ୍ର ଦେଖିବାକୁ ମିଳିଛି । ଖରା, ବର୍ଷା ଶୀତ ସବୁବେଳେ ଏଭଳି ତଳେ ପଡି ରହି ଚିକିତ୍ସା ହେବାକୁ ବାଧ୍ୟ ହେଉଛନ୍ତି ରୋଗୀ । ଶହ ଶହ ରୋଗୀ ଏଭଳି ଭାବରେ ବେଡ଼ ଅଭାବ ଯୋଗୁଁ ଭୋଗୁଛନ୍ତି ସମାନ ଅବସ୍ଥା । ବାରମ୍ବାର ରୋଗୀ ଅଭିଯୋଗ କଲେ ମଧ୍ୟ ସମାନ ଅବସ୍ଥା । ତେବେ ଏଭଳି ଅବସ୍ଥାକୁ ନିନ୍ଦା କରିଛନ୍ତି ରୋଗୀ । ସବୁଠାରୁ ଦୟନୀୟ ଅବସ୍ଥାରେ ଅଛି ମାତୃ ଏବଂ ଶିଶୁ ବିଭାଗ । ମାଆ ଓ ନବଜାତ ଶିଶୁ ତଳେ କପଡା ପାରି ହେଉଛନ୍ତି ଚିକିତ୍ସା । ନବଜାତ ଶିଶୁ ପାଇଁ ଏବଂ ମାଆ ପାଇଁ ନାହିଁ କୌଣସି ମୌଳିକ ସୁବିଧା । ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ବର୍ତ୍ତମାନ ପାଲଟିଛି ପ୍ରହସନ । ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଏହି ହସ୍ପିଟାଲରେ ବେଡ଼ ସଂଖ୍ୟା ୨୭୬ ରହିଛି କିନ୍ତୁ ରୋଗୀଙ୍କ ସଂଖ୍ୟା ବେଡ଼ ସଂଖ୍ୟା ଠାରୁ ଢେର ଅଧିକ ।

ଏହା ମଧ୍ୟ ପଢନ୍ତୁ...ରାଉରକେଲା ସରକାରୀ ହସ୍ପିଟାଲକୁ କ୍ୟାପିଟାଲ ହସ୍ପିଟାଲ ମାନ୍ୟତା ପାଇଁ ତେଜିଲା ଦାବି

ରାଉରକେଲା ସହର ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଏକ ମୁଖ୍ୟ ସହର । ଏହି ହସ୍ପିଟାଲରେ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲା ଉପାନ୍ତ ଅଞ୍ଚଳ କୋଇଡା, ଟେନସା, କାଲଟା, ରକ୍ସି, ଲହୁଣୀପଡା, ଗୁରୁଣ୍ଡିଆ, ଲାଠିକଟା, କୁଆରମୁଣ୍ଡା ସମେତ ରାଜଗାଙ୍ଗପୁର ଏବଂ ବିରମିତ୍ରପୁର, ସବଡେଗା, ସମେତ ଝାଡ଼ଖଣ୍ଡ, ଛତିଶଗଡ଼ ରାଜ୍ୟର ଅଧିକାଂଶ ଲୋକେ ନିର୍ଭର କରନ୍ତି । କିନ୍ତୁ ଆଜି ଯାଏଁ ରାଜ୍ୟ ସରକାରଙ୍କ ଏହି ହସ୍ପିଟାଲ ଉପରେ ନଜର ପଡିନାହିଁ ।

ତେବେ ବେଡ଼ ସଂଖ୍ୟା ବୃଦ୍ଧି ହେଉନଥିବା ଯୋଗୁଁ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି । ରାଉରକେଲା ସରକାରୀ ହସ୍ପିଟାଲକୁ କ୍ୟାପିଟାଲ ହସ୍ପିଟାଲ ମାନ୍ୟତା ଦେବା ପାଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଏବଂ ବେଡ଼ ସଂଖ୍ୟା ମଧ୍ୟ ୪୦୦ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହା ପୂରଣ ହେଉନଥିବାରୁ ରୋଗୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ,ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.