ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

author img

By

Published : Sep 11, 2021, 7:28 PM IST

ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

ସୁନ୍ଦରଗଡର ଇଷ୍ଟଦେବୀ ମା' ସମେଲେଇଙ୍କ ମନ୍ଦିରରେ ପାଳିତ ହେଲା ଗଣପର୍ବ ନୂଆଁଖାଇ । ବିଧିବିଧାନରେ ମାଆଙ୍କ ପୂଜାର୍ଚ୍ଚନା କରିବା ସହ ତାଙ୍କ ନିକଟରେ ଲାଗି ହେଲା ନବାନ୍ନ । ଅଧିକ ପଢନ୍ତୁ...

ସୁନ୍ଦରଗଡ: ସାରା ପଶ୍ଚିମ ଓଡିଶା ପାଳୁଛି ନୂଆଁଖାଇ । ପୁରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ସୁନ୍ଦରଗଡର ଇଷ୍ଟଦେବୀ ମା' ସମଲେଇଙ୍କ ମନ୍ଦିରରେ ମଧ୍ୟ ଏହି ଗଣପର୍ବ ପାଳନ କରାଯାଇଛି । ତେବେ ଆଗଭଳି ଜାକଜମକରେ ପର୍ବ ପାଳନ ହେଉନଥିଲେ ବି ରୀତିନୀତି ଅନୁଯାୟୀ ମା'ଙ୍କ ପାଖରେ ନବାନ୍ନ ଲାଗି ହୋଇଛି । ସୁନ୍ଦରଗଡ ଜିଲ୍ଲା ବ୍ରାହ୍ମଣ ସମାଜ ସମସ୍ତ ବିଧିବିଧାନରେ ମାଆଙ୍କ ପୂଜାର୍ଚ୍ଚନା କରିବା ସହ ତାଙ୍କ ନିକଟରେ ନବାନ୍ନ ଚଢାଇଛନ୍ତି ।

ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

ସୂଚନାଥାଉ କି, ସୁନ୍ଦରଗଡ ରାଜାଙ୍କ ଜାତକ ଲଗ୍ନ ଦେଖି ମାଆଙ୍କ ନବାନ୍ନ ଲାଗି ନେଇ ସମୟ ନିର୍ଘଣ୍ଟ ସ୍ଥିର କରାଯାଇଥିଲା । ସେହି ନିର୍ଘଣ୍ଟ ଅନୁସାରେ ଆଜି ମା' ସମଲେଇଙ୍କ ପାଖରେ ନବାନ୍ନ ଭୋଗ ଲାଗିଛି । ଏ ବର୍ଷ ମା’ ସମଲେଇଙ୍କ ରଙ୍ଗିଆ ମୁଣ୍ଡା ଖମାରରୁ ଏହି ନୂଆ ଶସ୍ୟ ସଂଗ୍ରହ କରାଯାଇ ଉପଚାର କ୍ରମେ ଭୋଗ ଚଢାଇଛନ୍ତି ପୂଜକ । ଭୋଗ ଲାଗିବା ପରେ ସାରା ସୁନ୍ଦରଗଡବାସୀ ସେମାନଙ୍କ ଘରେ ଘରେ ଏହି ପର୍ବ ପାଳନ କରି ପାରିବେ ବୋଲି ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ବେଣୁ ମାଧବ ତ୍ରିପାଠୀ କହିଛନ୍ତି ।

ତେବେ ଆଜିର ଦିନ ସମସ୍ତଙ୍କର ହସ ଉଲ୍ଲାସରେ ଭରିଯାଉ ଏବଂ ଆଗାମୀ ଦିନଗୁଡିକ ଶୁଭମୟ ହେଉ ବୋଲି ମା'ଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.