ETV Bharat / state

ହକି ବିଶ୍ୱକପ ଆଳରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ରାଜରାସ୍ତାରେ ଗର୍ଜିଲା କଂଗ୍ରେସ

author img

By

Published : Jul 19, 2023, 7:58 AM IST

ହକି ବିଶ୍ବ କପ୍ ନାରେ ବ୍ୟାପକ ଟଙ୍କା ହରିଲୁଟ କରିଛି ସରକାର: କଂଗ୍ରେସ
ହକି ବିଶ୍ବ କପ୍ ନାରେ ବ୍ୟାପକ ଟଙ୍କା ହରିଲୁଟ କରିଛି ସରକାର: କଂଗ୍ରେସ

ରାଉରକେଲାରେ ହକି ବିଶ୍ବକପ୍ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

ହକି ବିଶ୍ବ କପ୍ ନାରେ ବ୍ୟାପକ ଟଙ୍କା ହରିଲୁଟ କରିଛି ସରକାର: କଂଗ୍ରେସ

ରାଉରକେଲା: ରାଉରକେଲାରେ ହକି ବିଶ୍ୱକପ ନାମରେ ଲୁଟ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣରେ ହୋଇଛି ବ୍ୟାପକ ଦୁର୍ନୀତି । ଦୁର୍ନୀତିର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ରାଉରକେଲାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ନେଇ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ସହ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ରାଲି କରିଥିଲା । ହକି ବିଶ୍ୱକପ ଆଢୁଆଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉପରେ ଛାୟା ପକାଇ ବିଜେଡି ବ୍ୟାପକ ହରିଲୁଟ କରିଥିବା କଂଗ୍ରେସ ଦାବି କରିଛି ।

ଏହି ଲୁଟ୍ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ବିରୋଧୀ ଦଳ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି । ନିକଟରେ ହୋଇଥିବା ବର୍ଷା ସହରର ନିର୍ମାଣ କାର୍ଯ୍ୟର ନିମ୍ନମାନର ବୋଲି ଲୋକଙ୍କ ସାମ୍ନାକୁ ଆଣି ଦେଇଥିବା କଂଗ୍ରେସ ଅଭିଯୋଗ କରିଛି । ରାଉରକେଲାରେ ହକି ବିଶ୍ୱକପକୁ ନେଇ ଯେଉଁ ଉତ୍ସାହ ଓ ଉତ୍କଣ୍ଠା ରହିଥିଲା, ତାହା ଭିତରେ ଦୁର୍ନୀତି ଭଳି ସାଙ୍ଘାତିକ କାର୍ଯ୍ୟ ସର୍ବସମ୍ମୁଖରେ ଧରା ପଡିଯାଇଛି । ବିରୋଧ ପ୍ରଦର୍ଶନର ନେତୃତ୍ୱ ନେଉଥିବା କଂଗ୍ରେସ ଦଳ ଅଭିଯୋଗ କରିଛି ଯେ ସ୍ଥାନୀୟ କର୍ତ୍ତୃପକ୍ଷ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ଆଳରେ ବ୍ୟାପକ ଲୁଟ୍ କରୁଛନ୍ତି ।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସମ୍ମୁଖରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ କରାଯାଇଥିଲା । ଏହି ରାଲିରେ ବହୁ ସଂଖ୍ୟକ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇଥିଲେ । କଂଗ୍ରେସ ଅଭିଯୋଗ କରିଛି, ‘ସରକାର ପ୍ରଗତି ଓ ସମୃଦ୍ଧିର ନାଁରେ ନିମ୍ନମାନର କାର୍ଯ୍ୟ କରୁଛନ୍ତି । ଯାହାର ଉଦାହରଣ ସ୍ବରୂପ ସାମାନ୍ୟ ବର୍ଷାରେ ମଧ୍ୟ ଅନେକ ରାସ୍ତା ଭୁଶୁଡ଼ି, କାନ୍ଥ ଭୁଶୁଡ଼ି ଏବଂ ଷ୍ଟାଡିୟମର ଗେଟ୍ ଓ କାନ୍ଥ କ୍ଷତିଗ୍ରସ୍ତ ହୋଇଛି । ଭିତ୍ତିଭୂମିର ଶୋଚନୀୟ ଅବସ୍ଥା କେବଳ ଦୁର୍ନୀତି ଅଭିଯୋଗକୁ ସୁଦୃଢ଼ କରିଛି । ଟିକସଦାତାଙ୍କ ଅର୍ଥର ଅପଚୟ ଓ ଉନ୍ନୟନ ପ୍ରକଳ୍ପ ପାଇଁ ଆସିଥିବା ଟଙ୍କାକୁ ଚଳୁ କରାଯାଉଛି ।’

ଅଧିକ ପଢ଼ନ୍ତୁ: ଷ୍ଟିଲ ହକି ମୂର୍ତ୍ତି ଭାଙ୍ଗିବା ଘଟଣା: ଏଯାଏଁ ଆସିଲାନି ତଦନ୍ତ ରିପୋର୍ଟ, ପ୍ରଶାସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ

ଦୁର୍ନୀତି ଓ ନିମ୍ନମାନର ଉନ୍ନୟନ କାର୍ଯ୍ୟ ଅଭିଯୋଗକୁ ନେଇ ରାଉରକେଲା ସହର ଏବେ ବିବାଦ ଘେରରେ ରହିଥିବା ବେଳେ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଓ ପ୍ରତିବାଦ ଦେଖାଦେଇଛି । କଂଗ୍ରେସ ଦଳର ଏହି ଉଚ୍ଚସ୍ତରୀୟ ତଦନ୍ତ ଦାବି ସହରର ପରିଚାଳନା ଦାୟିତ୍ୱରେ ଥିବା ବ୍ୟକ୍ତିବିଶେଷଙ୍କ ଠାରୁ ଉତ୍ତରଦାୟିତ୍ୱ ଦାବି କରାଯାଉଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.