ETV Bharat / state

Justice For Mamita: ଆସନ୍ତା ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

author img

By

Published : Dec 5, 2021, 2:56 PM IST

Mamita Meher Murder: ଆସନ୍ତା ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା
Mamita Meher Murder: ଆସନ୍ତା ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ଦାବିରେ ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା । ପ୍ରେସମିଟ କରି ସୂଚନା ଦେଲା ଦଳ । ଅଧିକ ପଢନ୍ତୁ

ସୁନ୍ଦରଗଡ଼: ଆସନ୍ତା 9 ତାରିଖରେ ବିଧାନସଭା ଘେରାଉ କରିବା ନେଇ ସୂଚନା ଦେଲା ସୁନ୍ଦରଗଡ ବିଜେପି ଯୁବା ମୋର୍ଚ୍ଚା । କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର(Mamita Meher murder case) ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଓ ଗିରଫ ଦାବି କରି ଏହି ଘେରାଉ କରିବା ପାଇଁ ପ୍ରେସମିଟ କରି ମୋର୍ଚ୍ଚା ସୂଚନା ଦେଇଛି ।

Mamita Meher Murder: ଆସନ୍ତା ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା

ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା କଥା କହି ଭାଜପା ଯୁବ ମୋର୍ଚ୍ଚା ମମିତାକୁ ନ୍ୟାୟ ଦେବା ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ CBI ତଦନ୍ତ ସହ ତାଙ୍କୁ ବରଖାସ୍ତ ଓ ଗିରଫ କରିବା ଦାବିରେ ଏହି ଘେରାଉ କରିବ ବୋଲି କହିଛି । ତେବେ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଏ ନେଇ 8 ହଜାରରୁ ଅଧିକ ଯୁବକ ଯୁବତୀ ବିଧାନସଭା ଘେରାଉରେ ଯୋଗ ଦେବେ ।

ଏ ସମ୍ପର୍କରେ ସୁନ୍ଦରଗଡ଼ ଭାଜପା(BJP) ଯୁବ ମୋର୍ଚ୍ଚା ପର୍ଯ୍ୟବେକ୍ଷକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁଦତ୍ତ ପଣ୍ଡା କହିଛନ୍ତି । ମମିତାଙ୍କୁ ନ୍ୟାୟ ଦେବା ଦାବିରେ ଏମାନେ ଘଟଣା ଜାଣିବା ଦିନ ଠାରୁ ବିଭିନ୍ନ ପର୍ଯ୍ୟାୟରେ ବିକ୍ଷୋଭ ପ୍ରଦର୍ଶନ କରି ସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ସଠିକ ପଦକ୍ଷେପ ନେଇନଥିବାରୁ ଏପରି କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.