ବିରୋଧୀଙ୍କ ଟାର୍ଗେଟରେ କେନ୍ଦ୍ର ସରକାର, ଏପ୍ରିଲ ୫ରେ ପାର୍ଲାମେଣ୍ଟ ଘେରିବ ବାମଦଳ

author img

By

Published : Mar 19, 2023, 5:21 PM IST

ବିରୋଧୀଙ୍କ ଟାର୍ଗେଟରେ କେନ୍ଦ୍ର ସରକାର

ଆସନ୍ତା ଏପ୍ରିଲ ୫ ତାରିଖରେ ଦିଲ୍ଲୀ ରାଜରାସ୍ତାକୁ ଓହ୍ଲାଇବେ ବାମ ଦଳ ସହ ଦେଶର ବିଭିନ୍ନ ସଙ୍ଘଠନ । କେନ୍ଦ୍ର ସରକାରଙ୍କ ବିରୋଧରେ ଦିଲ୍ଲୀଚାଲ ଡାକରା । ପାର୍ଲାମେଣ୍ଟ ଘେରିବା ସହ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଛି ବାମ ଦଳ ସହ ବିଭିନ୍ନ ରାଷ୍ଟ୍ରୀୟ ସଙ୍ଘ । ଅଧିକ ପଢ଼ନ୍ତୁ

କେନ୍ଦ୍ର ସରକାର ବିରୋଧରେ ସର୍ଵ ଭାରତୀୟ ସ୍ତରରେ ସିଟୁ ଦଳର ଦିଲ୍ଲୀ ଚଲୋ ଡାକରା

ରାଉରକେଲା: କେନ୍ଦ୍ର ସରକାର ବିରୋଧରେ ସର୍ଵ ଭାରତୀୟ ସ୍ତରରେ ସିଟୁ ଦଳର ଦିଲ୍ଲୀ ଚାଲ ଡାକରା । ଏପ୍ରିଲ ୫ ତାରିଖରେ ଦିଲ୍ଲୀ ରାଜରାସ୍ତାକୁ ଓହ୍ଲାଇବେ ବାମ ଦଳ । ଜନମାରଣା ନୀତିକୁ ବିରୋଧ କରି ଡାକରା ଦେଇଛି ବାମ ଦଳ । କେନ୍ଦ୍ର ସରକାର ବିରୋଧରେ ଏକ ଜୁଟ ହେବାରେ ଲାଗିଛନ୍ତି ବିରୋଧୀ ଦଳ। ବିରୋଧୀଙ୍କ ଟାର୍ଗେଟ ରେ କେନ୍ଦ୍ର ସରକାର । ବାମ ଦଳ ସହ ବିଭିନ୍ନ ସଂଗଠନ କେନ୍ଦ୍ର ସରକାର କୁ ଘେରିବା କୁ କରୁଛି ପ୍ରୟାସ । ଏହାକୁ ନେଇ କେନ୍ଦ୍ର ସରକାର ବିରୋଧରେ ପାର୍ଲିଆମେଣ୍ଟ ଘେରିବା ସହ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଛି ବାମ ଦଳ ସହ ବିଭିନ୍ନ ରାଷ୍ଟ୍ରୀୟ ସଙ୍ଘ ।

ତେବେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ଏସମ୍ପର୍କରେ ସୂଚନା ଦେଇଛନ୍ତି । ବିଷ୍ଣୁ ମହାନ୍ତି କହିଛନ୍ତି, ‘‘ପାର୍ଲାମେଣ୍ଟ ଘେରାଉ ପାଇଁ ସମସ୍ତ ସଙ୍ଘ ଯେପରି ସିଟୁ, କ୍ଷେତ ମଜଦୂର ଶ୍ରମିକ ସଙ୍ଘ, ସର୍ଵ ଭାରତୀୟ କିଷାନ ସଭା, ଅଲ ଇଣ୍ଡିଆ ଡେମୋକ୍ରେଟିକ ମହିଳା ଆସୋସିଏସନ ଓ ସର୍ଵ ଭାରତୀୟ ସ୍ତରର ସମସ୍ତ ସଙ୍ଘଠନମାନେ କେନ୍ଦ୍ର ସରାକରକୁ ଘେରିବାକୁ ପ୍ରସ୍ତୁତ ହୋଇଛୁ । ’’

ଆସନ୍ତା ଏପ୍ରିଲ ୪ ତାରିଖରେ ଦିଲ୍ଲୀଚାଲ କାର୍ଯ୍ୟକ୍ରମ ନେଇ କେନ୍ଦ୍ର ସରକାର ବିପକ୍ଷରେ ଆରମ୍ଭ ହେବ ବିକ୍ଷୋଭର ଯାତ୍ରା । ପାଞ୍ଚ ତାରିଖ ଦିନ ଦିଲ୍ଲୀରେ ପାର୍ଲାମେଣ୍ଟ ସମ୍ମୁଖରେ ଗର୍ଜିବେ ବିକ୍ଷୋଭକାରୀ । ଜନ ସାଧାରଣ ଏବଂ କୃଷକଙ୍କ ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦିଲ୍ଲୀରେ ଚକା ଜାମ କରିବ ବୋଲି ଚେତାବନୀ ଦେଇଛି ସିଟୁ ଦଳ । ପାର୍ଲାମେଣ୍ଟ ଘେରିବା ସହ ବିଶାଳ ଆନ୍ଦୋଳନ ଆୟୋଜିତ କରି କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିପକ୍ଷରେ ଏହି ଆନ୍ଦୋଳନ କରାଯାଉଛି ।

କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଡାଲି, ଚାଉଳ, ଗ୍ୟାସ, ପେଟ୍ରୋଲିୟମ ତୈଳ, ଗ୍ୟାସ ଦର ବୃଦ୍ଧିକୁ ଆଉ ସହ୍ୟ କରାଯାଇ ପାରିବ ନାହିଁ । ଏହାସହ ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇକରଣ କରିବା ପାଇଁ କେନ୍ଦ୍ର ସରକାରର ଦେଶବିରୋଧୀ କାର୍ଯ୍ୟକୁ ବିରୋଧ କରାଯିବ । ସାରା ଦେଶର ଲକ୍ଷ ଲକ୍ଷ ଶ୍ରମିକ, ଚାଷୀ, ଜନ ସାଧାରଣ, ମହିଳା, କ୍ଷେତ ମଜଦୂର, ଯୁବ ଛାତ୍ରମନେ ଏଥିରେ ସାମିଲ ହେବେ ଏବଂ ଏକା ସାଙ୍ଗରେ କେନ୍ଦ୍ର ସରକାରଙ୍କ ଜନ ମାରଣା ନୀତି ବିରୋଧରେ ଗର୍ଜିବେ ବୋଲି କୁହାଯାଇଛି ।

ତେବେ ବର୍ତ୍ତମାନ ଏହି ଦିଲ୍ଲୀ ଚାଲ ଯାତ୍ରା ସହ ପାର୍ଲାମେଣ୍ଟ ଘେରାଉ କରିବା ପାଇଁ ସମସ୍ତ ରଣନୀତି ପ୍ରସ୍ତୁତ କରୁଛି ବିରୋଧୀ । ତେବେ ଆସନ୍ତା ମାସ ଏପ୍ରିଲ ୫ରେ ଦିଲ୍ଲୀ ଘେରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ସମ୍ପୂର୍ଣ୍ଣ ଦିଲ୍ଲୀ ରାଜରାସ୍ତାକୁ ଓଲ୍ହାଇବେ ଶ୍ରମିକ ଏବଂ ଚାଷୀ,ଛାତ୍ର ଯୁବ ଦଳ, କ୍ଷେତ ମଜଦୂର କର୍ମଚାରୀ, ମହିଳା ଏବଂ ପାର୍ଲାମେଣ୍ଟକୁ ସମ୍ପୂର୍ଣ୍ଣ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.