ETV Bharat / state

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ, ଲୋକଙ୍କଠାରୁ ଲୁଟୁ୍‌ଥିଲା ଫୋନ

author img

By

Published : Apr 26, 2023, 4:22 PM IST

fake police officer arrests in rourkela
ରାଉରକେଲାରୁ ନକଲି ପୋଲିସ ଗିରଫ

ଠକେଇର ନୂଆ ଉପାୟ । ନିଜକୁ ପୋଲିସର ପରିଚୟ ଦେଇ କହି ଲୋକଙ୍କ ଠାରୁ ଲୁଟୁଥିଲେ ସ୍ମାର୍ଟ ଫୋନ । ନକଲି ପୋଲିସ ଅଧିକାରୀକୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

ରାଉରକେଲାରୁ ନକଲି ପୋଲିସ ଗିରଫ

ରାଉରକେଲା: ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ପୋଲିସ । ନିଜକୁ ପୋଲିସର ପରିଚୟ ଦେଇ ଲୋକଙ୍କଠାରୁ ଲୁଟୁଥିଲା ଦାମୀ ମୋବାଇଲ । ଏହି ନକଲି ପୋଲିସକୁ ଗିରଫ କରିଛି ରାଉରକେଲା ବ୍ରାହ୍ମଣୀତରଙ୍ଗ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ଜଗନ୍ନାଥ ଭଗତ । ଅଭିଯୁକ୍ତଠାରୁ ୩୩ରୁ ଅଧିକ ସ୍ମାର୍ଟ ଫୋନ ଜବତ କରିଛି ପୋଲିସ ।

ଏହା ବି ପଢ଼ନ୍ତୁ Maoist in Dantewada: ଦାନ୍ତେଓ୍ବାଡାରେ ୧୦ ଯବାନ ଶହୀଦ

ସୂଚନା ଅନୁସାରେ, ଅଭିଯୁକ୍ତ ଜଗନ୍ନାଥ ଭଗତ ରାଉରକେଲା ସହରର ବିଭିନ୍ନ ସ୍ଥାନରୁ ମୋବାଇଲ ଚୋରି କରୁଥିଲେ ଏବଂ ଚୋରି ସାମଗ୍ରୀକୁ ସେକେଣ୍ଡ ହ୍ୟାଣ୍ଡ ଭାବରେ ବିକ୍ରି କରୁଥିଲେ । ତେବେ ଚୋରି କରିବା ପାଇଁ ନୂଆ ଉପାୟ ଆପଣାଇଲେ । ପ୍ରଥମେ ନିଜକୁ ପୋଲିସର ପରିଚୟ ଦେଇ ଲୋକଙ୍କ ଭରସା ଜିତୁଥିଲେ । ସେମାନଙ୍କୁ ସାହାଯ୍ୟ ମାଗିବା ଆଳରେ ଫୋନ ମାଗି ନେଉଥିଲେ । ଏହାପରେ ସେଠାରୁ ଚମ୍ପଟ ମାରୁଥିଲେ । ଏହିପରି ଭାବେ ରାଉରକେଲାର ବିଭିନ୍ନ ସ୍ଥାନରୁ ଲୋକଙ୍କଠାରୁ ଫୋନ୍‌ ଚୋରି କରି ନେଉଥିଲେ । ବିଶେଷ କରି ସରଳ, ଶାନ୍ତ, ବୃଦ୍ଧ ଏବଂ ମହିଳାଙ୍କୁ ଟାର୍ଗେଟ କରୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: NCERT ପୁସ୍ତକରୁ ଡାରୱିନ ଥିଓରୀ ବାଦ୍ ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀ ପଚାରିଲେ କିଏ କହୁଛି ବାଦ୍ ପଡିଛି ?

ଏହି ଆତ୍ମ ଘୋଷିତ ପୋଲିସ ଅଧିକାରୀ ଫୋନ୍‌ କରିବା ବାହାନାରେ ଲୋକଙ୍କୁ ମୋବାଇଲ ମାଗିଥାଆନ୍ତି । ଯେତେବେଳେ ସେ ତାଙ୍କ ମୋବାଇଲ ଅଭିଯୁକ୍ତଙ୍କୁ ଦିଅନ୍ତି, ସେହି ସମୟରେ ସୁଯୋଗ ଦେଖି ଜାଗା ମୁଣ୍ଡରୁ ଚମ୍ପଟ୍‌ ମାରନ୍ତି ଅଭିଯୁକ୍ତ ଜଣକ । ଏଭଳି ବହୁ ସମୟରେ ଅଭିଯୁକ୍ତ ଜଣକ ଲୋକଙ୍କଠାରୁ ମୋବାଇଲ ଫୋନ୍‌ ଚୋରି କରିଥାନ୍ତି ତ କେତେବେଳେ ବାଟରେ ଚାଲି ଯାଉଥିବା ଲୋକଙ୍କ ହାତରୁ ଛଡାଇ ଫେରାର ମାରୁଥିଲେ । ଏନେଇ ପୋଲିସ ନିକଟକୁ ବାରମ୍ବାର ଏଭଳି ସମାନ ଅଭିଯୋଗ ଆସୁଥିଲା । ଏନେଇ ଜଣେ ଅଭିଯୋଗକାରୀ କହିଛନ୍ତି, "ପାନପୋଷରେ ଏକ ଘରୋଇ ହସ୍ପିଟାଲରେ ନିଜକୁ ପୋଲିସ ପରିଚୟ ଦେଇ ମୋବାଇଲ ମାଗିଲେ । ପୋଲିସ ଭାବି ମୋବାଇଲ ଦେବାରୁ ଅଭିଯୁକ୍ତ ଜଣକ ମୁଣ୍ଡ ବୁଲାଇବା ବାହାନା କରି ଥଣ୍ଡା ପାନୀୟ ଆଣିବା ପାଇଁ କହିଲେ । ପାଣି ଆଣି ଯିବା ସମୟରେ ଅଭିଯୁକ୍ତ ଜଣକ ସୁଯୋଗର ଫାଇଦା ନେଇ ଚମ୍ପଟ ମାରିଥିଲେ ।" ପୋଲିସ ଏହାର ତଦନ୍ତ କରି ଉକ୍ତ ମୋବାଇଲ ଲୁଟେରାକୁ ଗିରଫ କରିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.