ETV Bharat / state

ହାତୀ ଆକ୍ରମଣରେ ଅତିଷ୍ଠ ହୋଇ ଡିଏଫଓ ଅଫିସ ଘେରିଲେ ଗ୍ରାମବାସୀ

author img

By

Published : Dec 22, 2022, 3:00 PM IST

ଡିଏଫଓ ଅଫିସ ଘେରିଲେ ଗ୍ରାମବାସୀ
ଡିଏଫଓ ଅଫିସ ଘେରିଲେ ଗ୍ରାମବାସୀ

ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ହାତୀ ମଣିଷ ଲଢେଇ । ତେବେ ଏହାର ସ୍ଥାୟୀ ସମାଧାନ ସହ ଉପଯୁକ୍ତ କ୍ଷତିପୂରଣ ଦାବିରେ ଡିଏଫଓଙ୍କ ଅଫିସ ଘେରିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ଡିଏଫଓ ଅଫିସ ଘେରିଲେ ଗ୍ରାମବାସୀ

ରାଉରକେଲା: ଦିନକୁ ଦିନ ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ ବଢିବାରେ ଲାଗିଛି । ଫସଲ ହାନି ହେବା ସହ ହାତୀ ଆକ୍ରମଣରେ ବହୁ ଜୀବନ ମଧ୍ୟ ଯାଉଛି । ତେବେ ଏହାର ସ୍ଥାୟୀ ସମାଧାନ ସହ ଉପଯୁକ୍ତ କ୍ଷତିପୂରଣ ଦାବିରେ ଡିଏଫଓଙ୍କ ଅଫିସ ଘେରିଲେ ଗ୍ରାମବାସୀ ।

ବର୍ତ୍ତମାନ ଧାନ ଅମଳ ହେଉଥିବା ବେଳେ ଜିଲ୍ଲାର ବିଭିନ୍ନ ଗାଁରେ ଦେଖାଦେଉଛି ହାତୀ ଆତଙ୍କ। ମଣିଷ ହାତୀ ଲଢେଇ ରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷର ଜୀବନ ଯାଉଛି । ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ ଅନ୍ତର୍ଗତ ସୁଇଡିହି, ମଣ୍ଡାଜୋର ଓ ରାମଯୋଡି ପଞ୍ଚାୟତବାସୀ ହାତୀଙ୍କୁ ନେଇ ବେଶ ଚିନ୍ତାରେ ଅଛନ୍ତି । ସେମାନଙ୍କ ଜୀବନ ଓ ଜୀବିକା ଉଭୟ ବାଜିରେ ଲାଗିଛି । ହାତୀ ଭୟରେ ସନ୍ଧ୍ୟା ହେଲେ ତାଟି କବାଟ ପଡୁଥିବା ବେଳେ ଦିନରେ ମଧ୍ୟ ଯାତାୟାତ ସଙ୍କଟାପନ୍ନ ରହୁଛି ।

ଏହା ମଧ୍ୟ ପଢନ୍ତୁ: ଭାରତ ସୀମାରେ ପାକ୍ ଡ୍ରୋନ, ଗୁଳି କରି ଖସାଇଲା BSF

ଗତକାଲି ସୁଇଡିହି ପଞ୍ଚାୟତର ୨୨ ବର୍ଷୀୟ ଯୁବକ ନରେଶ କୁମ୍ଭାର ଶୌଚ କରିବାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ହାତୀ ଆକ୍ରମଣରେ ଗୁରୁତର ନରେଶଙ୍କୁ ବନବିଭାଗ ପକ୍ଷରୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଆଜି ପୁଣି ହାତୀ ଆକ୍ରମଣରେ ଆଉ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି । ପ୍ରତିବାଦ ସ୍ବରୂପ ଆଜି ଉତ୍ୟକ୍ତ ଗ୍ରାମବାସୀ ଓ ସୁଇଡିହି ପଞ୍ଚାୟତର ସରପଞ୍ଚ, ମଣ୍ଡାଜୋର ପଞ୍ଚାୟତ ସରପଞ୍ଚ ସମିତି ସଭ୍ୟ ସହ ଗ୍ରାମର କିଛି ପ୍ରମୁଖଙ୍କ ନେତୃତ୍ବରେ ଲୋକେ ଯାଇ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ଯାଳୟ ଘେରାଉ କରିଥିଲେ । ଖବର ପାଇ ପ୍ରାକ୍ତନ ରଘୁନାଥପାଲୀ ବିଧାୟକ ପ୍ରାର୍ଥୀ ତଥା କଂଗ୍ରେସ ନେତା ପ୍ରଶାନ୍ତ ସେଠୀ ଘଟଣାସ୍ଥଳକୁ ଯାଇ ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ସହ ଏ ବାବଦରେ ଆଲୋଚନା କରିଥିଲେ। ମୃତ ନରେଶ କୁମ୍ଭାର ଅତ୍ୟନ୍ତ ଗରିବ ଶ୍ରେଣୀର ଏବଂ ତାଙ୍କର ସ୍ତ୍ରୀ ଓ ଚାରିମାସର ଯାଆଁଳା ଛୁଆ ରହିଛି । ତେଣୁ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ୪ଲକ୍ଷ ପର୍ଯ୍ୟାପ୍ତ ନୁହେଁ । ତେଣୁ ତା’ର ସ୍ତ୍ରୀ ପାଇଁ ଆବଶ୍ୟକୀୟ ଅର୍ଥ ଉପାର୍ଜନ ବ୍ଯବସ୍ଥା ସ୍ଵରୁପ ଚାକିରି ଦେବାକୁ ଦାବି କରାଯାଇଥିଲା ।

ବନଖଣ୍ଡ ଅଧିକାରୀ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଦନ୍ତା ହାତୀ ଘଉଡାଇବା ପାଇଁ ସମସ୍ତ ଗ୍ରାମବାସୀଙ୍କ ସହଯୋଗ ପାଇଁ ଡିଏଫ୍ଓ ନିବେଦନ କରିଥିଲେ । ଆଗକୁ ସ୍ଥାୟୀ ସମାଧାନ ସ୍ବରୂପ ସୋଲାର ଫେନ୍ସିଂ ଦିଗରେ ସରକାର ଓ ଗ୍ରାମବାସୀଙ୍କ ସହଭାଗିତାରେ କାର୍ଯ୍ୟ କରିବା ପାଇଁ ଡିଏଫ୍ଓ ପରାମର୍ଶ ଦେଇଛନ୍ତି । ସରକାରୀ ସହାୟତା ଓ ଆନୁସଙ୍ଗିକ ବ୍ୟବସ୍ଥା କରିବାପାଇଁ ଡିଏଫ୍ଓ ପ୍ରତିଶୃତି ଦେବାସହ ହାତୀ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.