ETV Bharat / state

ସୁଧୁରୁଛି ଡ଼ାଇରିଆ ସ୍ଥିତି, ଭୟଭୀତ ନହେବା ପାଇଁ ଜିଲ୍ଲା ପ୍ରଶାସନର ପରାମର୍ଶ

author img

By ETV Bharat Odisha Team

Published : Dec 24, 2023, 8:43 AM IST

ସୁଧୁରୁଛି ଡ଼ାଇରିଆ ପରିସ୍ଥିତି
ସୁଧୁରୁଛି ଡ଼ାଇରିଆ ପରିସ୍ଥିତି

Rourkela Diarrhea Outbreak: ସୁଧୁରୁଛି ଡ଼ାଇରିଆ ସ୍ଥିତି । ହ୍ରାସ ପାଉଛି ସଂକ୍ରମିତଙ୍କ ସଂଖ୍ୟା । ଏବେ ରାଉରକେଲାରେ ମୋଟ ୫୩ ଜଣ ଡ଼ାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି । ଅଧିକ ପଢ଼ନ୍ତୁ

ସୁଧୁରୁଛି ଡ଼ାଇରିଆ ପରିସ୍ଥିତି

ରାଉରକେଲା: ଇସ୍ପାତନଗରୀ ରାଉରକେଲାରେ ସୁଧୁରୁଛି ଡ଼ାଇରିଆ ସ୍ଥିତି । ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ଡାଇରିଆକୁ ନେଇ ଭୟଭୀତ ନହେବା ପାଇଁ ଲୋକଙ୍କୁ କହିଛି ଜିଲ୍ଲା ପ୍ରଶାସନ । ଏବେ ମୋଟ ୫୩ ଜଣ ଡ଼ାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି । ସହରର ସମସ୍ତ ୧୦ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଗୁଡିକ ୨୪ ଘଣ୍ଟା ଖୋଲା ରଖାଯାଇଛି । ଯଥେଷ୍ଟ ଔଷଧ ଓ ଚିକିତ୍ସା ସୁବିଧା ସହ ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିଛି । ଅଡିଟ କମିଟିର ରିପୋର୍ଟ ଅନୁସାରେ ଡାଇରିଆରେ ୯ ଜଣଙ୍କ ମୃତ୍ୟୁ ଘଟିଛି ।

ରାଉରକେଲାରେ ଡାଇରିଆ ଏବଂ ହଇଜା ଆକ୍ରାନ୍ତଙ୍କ ସ୍ଥିତି ସୁଧୁରିବାରେ ଲାଗିଛି । ରାଉରକେଲା ମହାନଗର ନିଗମ ସହ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିସ୍ଥିତିର ମୁକାବିଲା ପାଇଁ ମିଳିତ ଉଦ୍ୟମ ଜାରି ରହିଛି । ବର୍ତ୍ତମାନ ମୋଟ ୫୩ ଜଣ ଡ଼ାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି । ଲୋକଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସହରର ସମସ୍ତ ୧୦ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଗୁଡିକ ୨୪ ଘଣ୍ଟା ଖୋଲା ରଖାଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଯଥେଷ୍ଟ ଔଷଧ ଓ ଚିକିତ୍ସା ସୁବିଧା ସହ ଆମ୍ବୁଲାନ୍ସ ସେବା ଉପଲବ୍ଧ ରହିଛି । ମୃତ୍ୟୁ ଚିହ୍ନଟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନେତୃତ୍ବରେ ଏକ ଅଡିଟ କମିଟି ଗଠନ କରାଯାଇଥିଲା । ଏହି ଅଡିଟ କମିଟିର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଡାଇରିଆରେ ୯ ଜଣଙ୍କ ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢ଼ନ୍ତୁ... ରାଉରକେଲାରେ ଡରାଉଛି ଡାଇରିଆ, ସ୍ଥିତି ନିୟନ୍ତ୍ରଣରେ ଅଛି କହିଲେ କମିଶନର

ଡାଇରିଆ ପରିସ୍ଥିତିର ପ୍ରକୃତ କାରଣ ଜାଣିବା ପାଇଁ ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର (RMRC) ଓ ଏସସିବି ମେଡିକାଲର ଏକ ପ୍ରତିନିଧି ଦଳ ନମୂନା ସଂଗ୍ରହ କରିଛନ୍ତି । ଡ଼ାଇରିଆ ସ୍ଥିତିର ସଫଳ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି । ସହରର ଗଳିକନ୍ଦିରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ମାଧ୍ୟମରେ ପ୍ରତିକାରମୂଳକ ପଦକ୍ଷେପ ନେବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଏହାସହ ରାପିଡ ରେସପନ୍ସ ଟିମ ମାଧ୍ୟମରେ ଘରକୁ ଘର ବୁଲି ଲକ୍ଷଣ ଥିବା ବ୍ୟକ୍ତିଙ୍କ ଚିକିତ୍ସାର ବ୍ୟବସ୍ଥା କରାଯାଉଛି ।

ଏନେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର କହିଛନ୍ତି ଯେ, ସହରରେ ସରକାରୀ ହସ୍ପିଟାଲରେ ପ୍ରାୟ ୫୬ ହଜାରରୁ ଊର୍ଦ୍ଧ୍ବ ଓଆରଏସ ପ୍ୟାକେଟ ବଣ୍ଟନ କରାଯାଇଛି । ଏଥିସହ ୬୮ ହଜାରରୁ ଅଧିକ ସଂଖ୍ୟକ ହାଲୋଜେନ ବଟିକା ମଧ୍ୟ ବଣ୍ଟନ କରାଯାଇଛି । ସ୍ଵଚ୍ଛତା ଓ ପରିଚ୍ଛନ୍ନତା ଉପରେ ଲୋକଙ୍କୁ ସଚେତନ କରାଯାଇଛି । ୱାଟକୋ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ସହରରେ ପାଇପ ଗୁଡ଼ିକର ମରାମତି କରାଯାଇଛି । ଏହା ସହ ଏପର୍ଯ୍ୟନ୍ତ ରାଉରକେଲାରେ ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ୱ ଜଳ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି । ସହରରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲ୍ ସମେତ ହୋଟେଲ ଓ ରେସ୍ତୋରାଣ୍ଟ ଗୁଡ଼ିକରେ ପ୍ରତିଦିନ ଖାଦ୍ୟର ଗୁଣବତ୍ତା ପରୀକ୍ଷଣ କରାଯାଉଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.