ETV Bharat / state

ସୁନ୍ଦରଗଡରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା

author img

By

Published : Dec 13, 2022, 11:36 AM IST

ସୁନ୍ଦରଗଡରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା
ସୁନ୍ଦରଗଡରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା

ସୁନ୍ଦରଗଡ ଜିଲ୍ଲା କୋଇଡାରେ ଅଚିହ୍ନା ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ମହିଳାଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ । ଅଧିକ ପଢନ୍ତୁ

ସୁନ୍ଦରଗଡରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା

ରାଉରକେଲା: ସୁନ୍ଦରଗଡରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା । ସୁନ୍ଦରଗଡ ଜିଲ୍ଲା କୋଇଡା ଅଞ୍ଚଳରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି । କୋଇଡାସ୍ଥିତ ଖଣି ଉପନିର୍ଦ୍ଦେଶକ ଅଫିସ ନିକଟ ରାସ୍ତାକଡ ଜଙ୍ଗଳରୁ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି (Woman's dead body found in Koida) । ତେବେ ଏଯାଏଁ ମୃତକଙ୍କ ପରିଚୟ ମିଳିପାରି ନାହିଁ । ମୃତଦେହ ପାଖରେ ତିନୋଟି ସାର୍ଟ ଓ ଗୋଟିଏ ଟର୍ଚ୍ଚ ଲାଇଟ୍ ସହ ରକ୍ତ ଲାଗିଥିବା ପଥର ପଡିଥିବାର ଦେଖାଯାଇଛି । ଖବର ପାଇ କୋଇଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ, କୋଇଡା ଥାନା ଅନ୍ତର୍ଗତ ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟର ପଛପଟ ମେଣ୍ଢା ମାରୁଣୀ ଜଙ୍ଗଲ ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ପଡି ରହିଥିବା ଆଜି(ମଙ୍ଗଳବାର) ସକାଳେ କିଛି ଲୋକେ ଦେଖିବାକୁ ପାଇଥିଲେ । ଏନେଇ ତୁରନ୍ତ ସେମାନେ କୋଇଡା ପୋଲିସକୁ ଖବର ଦେଇଥିଲେ । ମୃତ ମହିଳାଙ୍କ ପାଖରେ ଏକ ରକ୍ତ ଲାଗିଥିବା ପଥର ପଡିଥିବାରୁ ତାଙ୍କୁ ଏଥିରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: Umerkote Missing News: ପରିତ୍ୟକ୍ତ କୂଅରୁ ମିଳିଲା କାର୍‌, ପରିବାରର ୪ ସଦସ୍ୟଙ୍କ ଦୁଃଖଦ ମୃତ୍ୟୁ

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ସହିତ ପଥର, ତିନୋଟି ସାର୍ଟ ଓ ଟର୍ଚ୍ଚ ଲାଇଟ ଜବତ କରିଛି । ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ଜଣାପଡି ନାହିଁ । ରାଉରକେଲା ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଲା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି । ତେବେ ମହିଳା ଜଣକ କିଏ ଓ ତାଙ୍କୁ କିଏ ଏଠି ହତ୍ୟା କରି ଫିଙ୍ଗିଛି ତାହା ଜାଣିବାକୁ ପୋଲିସ ତନଘନା ଚଳାଇଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.