ETV Bharat / state

Umerkote Missing News: ପରିତ୍ୟକ୍ତ କୂଅରୁ ମିଳିଲା କାର୍‌, ପରିବାରର ୪ ସଦସ୍ୟଙ୍କ ଦୁଃଖଦ ମୃତ୍ୟୁ

author img

By

Published : Dec 12, 2022, 6:15 PM IST

Updated : Dec 12, 2022, 7:43 PM IST

ଭୋଜି ଖାଇ ଫେରିବା ବେଳେ ବାଟରେ ଛକି ବସିଥିଲା ଯମ । ଦୁର୍ଘଟଣାରେ ଏକା ବେଳେ ପରିବାରର ୪ ସଦସ୍ୟଙ୍କ ଲିଭିଗଲା ଜୀବନ ଦୀପ । ଉମରକୋଟ ଘଟଣା (Umerkote Missing News) ଅପହରଣ ନୁହେଁ, ବରଂ ଦୁର୍ଘଟଣା ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ କାରଟି ପରିତ୍ୟକ୍ତ କୂଅରେ ପଡ଼ିଯାଇଥିବାରୁ ୪ ଜଣଙ୍କ ମୃତ୍ୟୁ ଘଟିବା ନେଇ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଦେଖନ୍ତୁ ଏହି ରିପୋର୍ଟ

Umerkote Missing News: ପରିତ୍ୟକ୍ତ କୂଅରୁ ମିଳିଲା କାର୍‌, ପରିବାରର ୪ ସଦସ୍ୟ ମୃତ
Umerkote Missing News: ପରିତ୍ୟକ୍ତ କୂଅରୁ ମିଳିଲା କାର୍‌, ପରିବାରର ୪ ସଦସ୍ୟ ମୃତ

Umerkote Missing News: ପରିତ୍ୟକ୍ତ କୂଅରୁ ମିଳିଲା କାର୍‌, ପରିବାରର ୪ ସଦସ୍ୟଙ୍କ ଦୁଃଖଦ ମୃତ୍ୟୁ

ନବରଙ୍ଗପୁର: ଉମରକୋଟ ନିଖୋଜ ମାମଲାରେ ନୂଆ ମୋଡ଼ (Umerkote Missing News) । ବିଶାଳ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା କାର୍‌ (Car found in abandoned well in Umerkote ) । ସପନଙ୍କ ପରିବାରକୁ ଅପହରଣ ନୁହେଁ, ବରଂ ସେମାନେ ଦୁର୍ଘଟଣାର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି । ସପନ ଓ ପରିବାର ଛତିଶଗଡ଼ କାଙ୍କେରରୁ କୋଣ୍ଡା ଗ୍ରାମକୁ ଫେରୁଥିବା ବେଳେ ନିଖୋଜ ହେବନେଇ ଥାନାରେ ଦିଆଯାଇଥିଲା ଏତଲା । ହେଲେ କୂଅରୁ କାର୍‌କୁ ଉଦ୍ଧାର ହେବା ପରେ ଘଟଣା ସ୍ପଷ୍ଟ ହୋଇଛି । ମାତ୍ର ଦୁଃଖର ବିଷୟ ସପନଙ୍କ ସମେତ ମୋଟ ୪ ଜଣଙ୍କର ମୃତ୍ୟୁ ଘଟିଛି । କାର ଭିତରୁ ପରିବାରର ୪ ସଦସ୍ୟଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ ।

କାଙ୍କେର ପୋଲିସ ଷ୍ଟେସନର ଏସଡିପିଓ ଶରଦ ଦୁବେ କହିଛନ୍ତି, "ମୃତ ତହସିଲଦାରଙ୍କ ବଡ ଭଉଣୀ ରୀନା ଦତ୍ତ ଅପହରଣ ନେଇ ଉତ୍ତରପ୍ରଦେଶ କାଙ୍କେର ଥାନାରେ ଏକ ମାମଲା ରୁଜୁ କରିଥିଲେ । ନବରଙ୍ଗପୁର ଉମରକୋଟ ଏବଂ କୋଣ୍ଡା ଗ୍ରାମର ସମ୍ପର୍କୀୟମାନେ ତାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଥିଲା । ସେମାନେ କମ୍ୟୁନିଟି ହଲରୁ ବାହାରିଥିଲେ। ଶନିବାର ରାତି ପ୍ରାୟ ସାଢେ ୧୦ଟାରେ ସେଠାରୁ ବାହାରିଥିଲେ । ଅପହରଣ ଅଭଯୋଗକୁ ନେଇ ତଦନ୍ତ ହେଉଥିବା ବେଳେ ପରିତ୍ୟକ୍ତ କୂଅରେ କାରକୁ ଠାବ କରାଯାଇଥିଲା । ସଡକ ଦୁର୍ଘଟଣା ଯୋଗୁଁ ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି ।"

ଏହା ବି ପଢନ୍ତୁ- ଅପହରଣ ନୁହେଁ ଦୁର୍ଘଟଣା: ପରିତ୍ୟକ୍ତ କୂଅରୁ ମିଳିଲା କାର, 4 ମୃତଦେହ ଉଦ୍ଧାର

କଣ ଥିଲା ପୁରା ଘଟଣା ?

ଗତ ଡିସେମ୍ବର ୬ ତାରିଖରେ ନବରଙ୍ଗପୁର ଉମରକୋଟରୁ ବୃତ୍ତିରେ ନାଏବ ତହସିଲଦାର ଥିବା ସପନ କୁମାର(୫୬) ପତ୍ନୀ ରୀତାଙ୍କ ସହିତ ରୀନା ଦତ୍ତଙ୍କ ଘରକୁ ବାହାରିଥିଲେ । ରୀତାଙ୍କ ବଡ଼ ଭଉଣୀ ରୀନା ଦତ୍ତଙ୍କ ବଡ଼ ପୁଅର ବିବାହ ଉତ୍ସବ ରହିଥିଲା । ଏଥିଲାଗି ସେମାନେ କାଙ୍କେର ଗୋବିନ୍ଦପୁର ଅଞ୍ଚଳରେ ପହଞ୍ଚିଥିଲେ । କାଙ୍କେରରୁ ବୈତୁଲ ବରଯାତ୍ରୀରେ ମଧ୍ୟ ସାମିଲ ହୋଇଥିଲେ । ଏହାପରେ ଡିସେମ୍ବର ୧୦ ତାରିଖରେ ଗୋବିନ୍ଦପୁରରେ ରିସେପସନ୍‌ରେ ସାମିଲ ହୋଇଥିଲେ । ସେହି ଦିନ ସେମାନେ ରାତିରେ ଘରକୁ (ନବରଙ୍ଗପୁର) ଫେରୁଥିବା ସମୟରେ ଘଟିଥିଲା ଅଘଟଣ ।

୩ଥର ଲାଗିଥିଲା କଲ୍‌:-

ରାତି ସାଢେ ୧୦ଟାରେ ସେମାନେ ବାହାରିଥିଲେ । ଘରକୁ ସଠିକ ସମୟରେ ନ ପହଞ୍ଚିବା ପରେ ପରିବାର ଯୋଗାଯୋଗ କରିଥିଲେ । ତେବେ ମାତ୍ର ୩ ଥର ସେମାନଙ୍କ ଫୋନକୁ କଲ୍‌ ଲାଗିବା ପରେ ଆଉ ଲାଗିନଥିଲା । ରବିବାର ଅପରାହ୍ନ ପର୍ଯ୍ୟନ୍ତ ସେମାନଙ୍କ ସହିତ ଯୋଗାଯୋଗ ନ ହୋଇପାରିବା ପରେ ଅପହରଣ ନେଇ ସନ୍ଦେହ କରିଥିଲେ ସମ୍ପର୍କୀୟ । ଏହାପରେ ରୀତାଙ୍କ ଭଉଣୀ ରୀନା କାଙ୍କେର ଥାନାରେ ଅଭିଯୋଗ କିରଥିଲେ । ତଦନ୍ତ ବେଳେ ସେମାନଙ୍କ ମୋବାଇଲର ଲୋକେସନ କାଙ୍କେର ଜଙ୍ଗଲୱାର କଲେଜ ନିକଟରେ ମିଳିଥିଲା । ତଦନ୍ତ ବେଳେ କୂଅ ନିକଟରେ କିଛି କାର ଟାୟାର ଚିହ୍ନ ଦେଖିବାକୁ ମିଳିଥିଲା । ତେବେ ତଦନ୍ତ ପରେ କୂଅ ଭିତରୁ ମିଳିଛି କାର ।

ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ:-

ସପନ ସରକାରଙ୍କ ସହିତ ତାଙ୍କ ପତ୍ନୀ ରୀତା ସରକାର, ଶାଳକ ଓ ଜଣେ ପଡ଼ୋଶୀ ଥିଲେ । ଏହି ଅଘଟଣରେ ୪ ଜଣଙ୍କ ଦୁଃଖଦାୟକ ମୃତ୍ୟୁ ଘଟିଛି । ପୋଲିସ କାରକୁ ଉଦ୍ଧାର କରିବା ପରେ ମୃତଦେହକୁ ମଧ୍ୟ ଉଦ୍ଧାର କରିଛି । ଆଜି ଜାତୀୟ ରାଜପଥ ୩୦ (NH-30) ରୁ ନିଖୋଜ ହୋଇଥିବା ଏହି କାରକୁ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି ପୋଲିସ ।

Last Updated :Dec 12, 2022, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.