ETV Bharat / state

କଂଗ୍ରେସର ନିଆରା ବିକ୍ଷୋଭ; ଡାଇରିଆ ରୋଗୀ ସାଜି ମହାନଗର ନିଗମ ସମ୍ମୁଖରେ ଗର୍ଜନ

author img

By ETV Bharat Odisha Team

Published : Jan 3, 2024, 7:52 PM IST

କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

Congress Protest In Rourkela: ରାଉରକେଲା ମହାନଗର ନିଗମ ଅଫିସ ସମ୍ମୁଖରେ ଗର୍ଜିଲା କଂଗ୍ରେସ । ରାଜ୍ୟ ସରକାରଙ୍କ ଅପାରଗତା ଉପରେ ଏବଂ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଛନ୍ତି କଂଗ୍ରେସ କର୍ମୀ । ଅଧିକ ପଢ଼ନ୍ତୁ

କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା: ଷ୍ଟିଲ ସିଟି ରାଉରକେଲା ମହାନଗର ନିଗମ ଅଫିସ ସମ୍ମୁଖରେ ଗର୍ଜିଲା କଂଗ୍ରେସ । ଓଡ଼ିଶା ରାଜ୍ୟ ସରକାର ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଅବହେଳା ଓ ଅତ୍ୟାଚାର କରୁଥିବା ପ୍ରକାଶ କରିଛି କଂଗ୍ରେସ ଦଳ । ଏକ ଅଭିନବ ଉପାୟରେ କଂଗ୍ରେସ କର୍ମୀମାନେ ରୋଗୀ ସାଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭ କରି ରାଜ୍ୟ ସରକାରଙ୍କ ଅପାରଗତା ଉପରେ ଏବଂ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଛନ୍ତି କଂଗ୍ରେସ କର୍ମୀ ।

ତେବେ ରାଉରକେଲାରେ ବଢ଼ୁଥିବା ଝାଡ଼ାବାନ୍ତି ଆକ୍ରାନ୍ତକୁ ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ । ରାଉରକେଲାବାସୀଙ୍କୁ ଭଲ ପାନୀୟ ଜଳ ଯୋଗାଇବାରେ ସରକାର ଫେଲ ମାରିଥିବା ସହ ଚିକିତ୍ସା ଯୋଗାଇବାରେ ମଧ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ସହରରେ ଯେଉଁଭଳି ଭାବରେ ଡାଇରିଆ ରୋଗରେ ଲୋକେ ଆକ୍ରାନ୍ତ ହେଲେ ଏବଂ ନିଜ ଜୀବନ ହରିଲେ ତାହା ପ୍ରତି ରାଜ୍ୟ ସରକାରଙ୍କ ନିଘା ନାହିଁ ବୋଲି କହିଛି କଂଗ୍ରେସ । ସରକରା ବର୍ତ୍ତମାନ ରାଉରକେଲାରେ ସ୍ଥିତି ନିୟନ୍ତ୍ରଣ ଥିବା କହୁଥିବା ବେଳେ ପ୍ରତ୍ୟକ ଦିନ ଡାଇରିଆ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ରାଉରକେଲା ସହରରେ ଯେଉଁଭଳି ଭାବରେ ସ୍ଥିତି ଉପୁଜିଛି ତାହା ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ଏବଂ ରାଜ୍ୟ ସରକାର ଦାୟୀ । ସହରରେ ଉପୁଜିଥିବା ଝାଡାବାନ୍ତିର ସ୍ଥିତି କେବଳ ରାଉରକେଲା ମହାନଗର ନିଗମ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ପିଏଚଡ଼ି ପାନୀୟ ଜଳ ଯୋଗୁଁ ବ୍ୟାପୁଥିବା ଅଭିଯୋଗ କରିଛି କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ.....ରାଉରକେଲାରେ କେନ୍ଦ୍ରୀୟ ଟିମ୍, ହଇଜା ଓ ଡାଇରିଆ ସ୍ଥିତିର କଲେ ସମୀକ୍ଷା

ସେପଟେ ସରକାରୀ ତଥ୍ୟ ଅନୂଯାୟୀ, ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ରାଉରକେଲା ସହରର ମୋଟ 9 ଜଣଙ୍କର ମୃତ୍ୟୁ ହୋଇଛି । କିନ୍ତୁ ବାସ୍ତବରେ ଏହି ସଂଖ୍ୟା ଆହୁରି ଅଧିକ ରହିଥିବା କହିଛି କଂଗ୍ରେସ । ବହୁ ସଂଖ୍ୟକ ରୋଗୀ ବର୍ତ୍ତମାନ ମଧ୍ୟ ସହରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଜୀବନ ସହ ସଂଘର୍ଷ ଜାରି ରଖିଛନ୍ତି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ଟିମ ରାଉରକେଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି ଏବଂ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ରୋଗୀ ଚିହ୍ନଟ ହୋଇଥିବା ବିଭିନ୍ନ ଅଞ୍ଚଳରେ ପହଞ୍ଚି ସ୍ଥିତି ପରଖିଛନ୍ତି । ତେବେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ବିଭାଗ ଉତ୍ତର ଦିଅନ୍ତୁ ଯେ, ଏହି ଡାଇରିଆ ରୋଗ କେଉଁଠୁ ଆସିଲା । କେବଳ ଆସି ବୁଲିଲେ ହେବ ନାହିଁ ଲୋକଙ୍କୁ ଯଥା ସମ୍ଭବ ଏହାର କାରଣ ଜଣାଇ ଦିଆଯାଉ ଏବଂ ଲୋକଙ୍କୁ ସଚେତନ କରାଯାଇ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉ ବୋଲି ଦାବି କରିଛି କଂଗ୍ରେସ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.