ETV Bharat / state

ରାଉରକେଲାରେ କେନ୍ଦ୍ରୀୟ ଟିମ୍, ହଇଜା ଓ ଡାଇରିଆ ସ୍ଥିତିର କଲେ ସମୀକ୍ଷା

author img

By ETV Bharat Odisha Team

Published : Jan 3, 2024, 11:09 AM IST

Updated : Jan 3, 2024, 1:07 PM IST

Diarrhea outbreak in Rourkela
ରାଉରକେଲାରେ କେନ୍ଦ୍ରୀୟ ଟିମ୍

Diarrhea Outbreak: ରାଉରକେଲା ସହରରେ ବର୍ତ୍ତମାନ ଡାଇରିଆ ଓ ହଇଜା ସ୍ଥିତି ନିୟନ୍ତ୍ରଣ ହୋଇଥିଲେ ମଧ୍ୟ ଚିନ୍ତା କମ ହୋଇନାହିଁ । 5 ଜଣିଆ କେନ୍ଦ୍ରୀୟ ଟିମ୍ ସହରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ରାଉରକେଲାରେ କେନ୍ଦ୍ରୀୟ ଟିମ୍

ରାଉରକେଲା: ଷ୍ଟିଲ ସିଟି ରାଉରକେଲା ଗସ୍ତରେ କେନ୍ଦ୍ରୀୟ ଟିମ । ସହରରେ କିଛି ଦିନ ହେବ ଡାଇରିଆ ଓ ହଇଜା ରୋଗ ବ୍ୟାପୁଥିବା ବେଳେ ଏହାର ସ୍ଥିତି ଅନୁଧ୍ୟାନ ପାଇଁ ରାଉରକେଲାରେ ପହଞ୍ଚିଛନ୍ତି 5 ଜଣିଆ କେନ୍ଦ୍ରୀୟ ଟିମ୍ । ସୋମବାର ଦିନ 3 ଜଣ କେନ୍ଦ୍ରୀୟ ସଦସ୍ୟ ଆସିଥିବା ବେଳେ ମଙ୍ଗଳବାର ଦିନ ଆଉ 2 ଜଣ ଆସି ସ୍ଥିତି ସମୀକ୍ଷା କରିବା ସହ ବୈଠକରେ ଏନେଇ ଆଲୋଚନା କରିଛନ୍ତି ।

ଗତ କିଛି ହେବ ରାଉରକେଲା ସହରରେ ଭୟର ବାତାବରଣ ଖେଳାଇଛି ଡାଇରିଆ ଓ ହଇଜା । ଏଥିରେ ବହୁ ସଂଖ୍ୟକ ଲୋକ ପୀଡିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅନେକ ମୂଲ୍ୟବାନ ଜୀବନ ମଧ୍ୟ ଯାଇଛି । ସହରରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ହୋଇଥିଲେ ମଧ୍ୟ ଚିନ୍ତା କମ ହୋଇନାହିଁ । ତେବେ ଡାଇରିଆ ନିୟନ୍ତ୍ରଣ କରିବା ଏବଂ ଏହାର କାରଣ ଜାଣିବା ପାଇଁ ପ୍ରଚେଷ୍ଟା ଜାରି ରହିଥିବା ବେଳେ ରାଉରକେଲା ସହରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଟିମ । ସୋମବାର ଦୁଇ ଜଣିଆ ଟିମ ଆସିଥିବା ବେଳେ ମଙ୍ଗଳବାର ଦିନ ଟିମର ମୁଖ୍ୟଙ୍କ ସହ ମୋଟ ତିନି ଜଣ ଆସିଥିଲେ ।

ଏହାମଧ୍ୟ ପଢନ୍ତୁ.. ରାଉରକେଲାରେ ଡାଇରିଆ ନିୟନ୍ତ୍ରଣାଧୀନ, ସ୍ବାସ୍ଥ୍ୟଗତ ସତର୍କତା ମାନିବାକୁ ପ୍ରଶାସନର ଅପିଲ

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରୀୟ ମଲ୍ଟି ଡିସିପ୍ଲିନାରୀ ଟିମ ରାଉରକେଲାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ତେବେ ପାଞ୍ଚ ଜଣିଆ ଟିମ ରାଉରକେଲା ଆସିବା ପରେ ରାଉରକେଲା ସରକାରୀ ହସ୍ପିଟାଲରେ ପ୍ରଥମେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଏକ ବୈଠକ ହୋଇଥିଲା । ଏହାପରେ ରାଉରକେଲା ମହାନଗର ନିଗମ ଅଫିସରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ ଉପରିସ୍ଥ ଅଧିକାରୀମାନଙ୍କ ସହ ଆଲୋଚନା ହୋଇଥିଲା । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଏହି ଟିମ ହସ୍ପିଟାଲର ଉପରିସ୍ଥ ଅଧିକାରୀଙ୍କ ସହ ବହୁ ସମୟ ଧରି ଆଲୋଚନା କରିଥିଲେ ।

ତେବେ ଆଲୋଚନାରେ ରୋଗର ଉତ୍ସ ଏବଂ ରୋଗର ବ୍ୟାପକତା ଏବଂ ଭୟବହତା ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି । ତେବେ ଏହି ଟିମରେ ଅଛନ୍ତି କଲେରା ଏକ୍ସପର୍ଟ ଆଲୋକ ଚକ୍ରବର୍ତ୍ତୀ, ଏମ୍ସର ଅନ୍ତରୀଣ ମେଡ଼ିସିନର ପ୍ରଫେସର ରଶ୍ମୀ ରଞ୍ଜନ ମହାନ୍ତି, ରିଜିଓନାଲ ଡ଼ାଇରେକ୍ଟର ମିନିଷ୍ଟ୍ରି ଅଫ ହେଲଥ ଆଣ୍ଡ ଫ୍ୟାମିଲି ୱେଲଫେୟାର ଏନ.ଏମ ସମାଲକର, ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସୁମନ୍ତ ପାଲ, ମାଇକ୍ରୋବାୟୋଲୋଜିଷ୍ଟ ଡାକ୍ତର ଇରୁମ ତବସୁମ । ଏହି ଟିମ ଯେଉଁଠାରେ ଡାଇରିଆ ରୋଗୀ ଚିହ୍ନଟ ହୋଇଛନ୍ତି ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated :Jan 3, 2024, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.