ETV Bharat / state

ଯୁକ୍ତ ଦୁଇ ପରୀକ୍ଷା, ପ୍ରଥମ ଦିନରେ ସାହିତ୍ୟ ପରୀକ୍ଷା ଦେଲେ ବିଜ୍ଞାନ ଛାତ୍ରଛାତ୍ରୀ

author img

By

Published : Mar 1, 2023, 2:04 PM IST

science studnets appeared odia exm
ଯୁକ୍ତ ଦୁଇ ପରୀକ୍ଷା

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନରେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀ ଓଡିଆ ପରୀକ୍ଷା ଦେଇଛନ୍ତି । ଅଧିକ ପଢନ୍ତୁ

ପ୍ରଥମ ଦିନରେ ସାହିତ୍ୟ ପରୀକ୍ଷା ଦେଲେ ବିଜ୍ଞାନ ଛାତ୍ରଛାତ୍ରୀ

ରାଉରକେଲା: ଆଜିଠୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ପରୀକ୍ଷାର୍ଥୀଙ୍କ ସାହିତ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଛି । ରାଜ୍ୟରେ 1145 ପରୀକ୍ଷା କେନ୍ଦ୍ରରେ 3 ଲକ୍ଷ 57 ହଜାର 942 ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । କୋରୋନା କଟକଣା ପରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ସିଲାବସରେ ପରୀକ୍ଷା ଦେଉଛନ୍ତି । ଭଲ ପ୍ରସ୍ତୁତି କରିଛନ୍ତି ପରୀକ୍ଷାର୍ଥୀ ।

କଡା ଚେକିଂ ଏବଂ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପିଲାମାନେ ପରୀକ୍ଷା ଦେଉଛନ୍ତି । ଘଣ୍ଟା, ପାଣି ବୋତଲ, ବ୍ରେସଲେଟ,ପର୍ସ ଆଦି ପରୀକ୍ଷା ସେଣ୍ଟର ମଧ୍ୟକୁ ବର୍ଜିତ କରାଯାଇଛି । ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନ ବିଜ୍ଞାନ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ପରୀକ୍ଷା ହୋଇଛି । ଧା‌ର୍ଯ୍ୟ ସମୟର ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିଛନ୍ତି। ୧୫ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ ନିଜ ସିଟ୍‌ରେ ବସିଛନ୍ତି । ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଉତ୍ତରଖାତା ଏବଂ ୫ ମିନିଟ୍‌ ପୂର୍ବରୁ ପ୍ରଶ୍ନପତ୍ର ବଣ୍ଟନ ହୋଇଛି। ପରୀକ୍ଷା ସୁପରିଚାଳନା ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ସମସ୍ତ ୫୮ଟି ଯୁକ୍ତଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମୁଦାୟ ଜିଲ୍ଲାର ୮ଟି ନୋଡାଲ କେନ୍ଦ୍ର ମାଧ୍ୟମରେ ପରୀକ୍ଷା ପରିଚାଳିତ ହେଉଛି । ରାଜ୍ୟସ୍ତରରେ ଗଣଶିକ୍ଷା ବିଭାଗ ଓ ପରିଷଦ ଅଧିକାରୀମାନଙ୍କୁ ନେଇ ସ୍କ୍ବାଡ୍‌ ଗଠନ ହୋଇଛି ଏବଂ ପରୀକ୍ଷାର୍ଥୀ ମାନେ ଯେପରି ନକଲ ନକରନ୍ତି ଏବଂ କପି ରୋକିବା ପାଇଁ ଜୋରଦାର ପ୍ରସ୍ତୁତ କରାଯାଇଛି ।

ପ୍ରତି ହବ୍‌ରେ ଅଧ୍ୟାପକମାନଙ୍କୁ ନେଇ ଗୋଟିଏ ପ୍ୟାନେଲ୍ ଗଠନ କରାଯାଇଛି । ଅବଜରଭର୍‌ ଭାବେ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ନେଇ ଯିବେ ଏବଂ ସେଠାରେ ପରୀକ୍ଷା ପରିଚାଳନାର ତଦାରଖ କରିଛନ୍ତି । ପରୀକ୍ଷା ଦିନ ସକାଳ ସାଢ଼େ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଯେପରି ପ୍ରଶ୍ନପତ୍ର ପହଞ୍ଚିଛି । ହବ୍‌ ସୁପରଭାଇଜରଙ୍କ ଉପସ୍ଥିତିରେ ସିସିଟିଭି ଲାଗିଥିବା ସ୍ଥାନରେ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଓ ଅନ୍ୟାନ୍ୟ ଅଧ୍ୟାପକଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯିବ । ପରୀକ୍ଷା କେନ୍ଦ୍ର ମଧ୍ୟକୁ କୌଣସି ପ୍ରକାର ବୈଦ୍ୟୁତିକ ସାମଗ୍ରୀ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ 2 ଲକ୍ଷ 57 ହଜାର 855 ଜଣ କଳା, 93 ହଜାର 894 ଜଣ ବିଜ୍ଞାନ, 24 ହଜାର 331ଜଣ ବାଣିଜ୍ୟ ଓ 5 ହଜାର 24 ହଜାର ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେଉଛନ୍ତି । ଏପ୍ରିଲ 5 ତାରିଖରେ ଶେଷ ହେବ ପରୀକ୍ଷା ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.