ETV Bharat / state

ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବିରେ ମହିଳା କଂଗ୍ରେସର ନିଆରା ପ୍ରତିବାଦ

author img

By ETV Bharat Odisha Team

Published : Oct 3, 2023, 8:24 AM IST

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା
ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି । ଏନେଇ ମହିଳା କଂଗ୍ରେସ ପକ୍ଷରୁ ନିଆରା ଢଙ୍ଗରେ ନୀରବ ପ୍ରତିବାଦ । ଅଧିକ ପଢନ୍ତୁ

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା

ରାଉରକେଲା: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା । ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ମହିଳା କଂଗ୍ରେସର ନିଆରା ପ୍ରତିବାଦ । ରାଉରକେଲା ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଗତକାଲି (ସୋମବାର) ନିଆରା ଢଙ୍ଗରେ ନୀରବ ପ୍ରତିବାଦ ସଭା କରାଯାଇଛି । ସୁସ୍ମିତାଙ୍କୁ ନ୍ୟାୟ ଦାବିରେ ମୁହଁରେ କପଡା ବାନ୍ଧି ଧାରଣାରେ ବସିଥିଲେ ମହିଳା କଂଗ୍ରେସ କର୍ମୀ । ଏହି ରହସ୍ୟଜନକ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ରାଉରକେଲା ଏଡିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।

ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁକୁ ଅନେକ ଦିନ ବିତିଗଲାଣି, ହେଲେ ବର୍ତ୍ତମାନ ଯାଏଁ ପୋଲିସ ହାତ ଖାଲି ପଡ଼ିଛି । ଏହି ମାମଲାରେ ସ୍ଥାନୀୟ ପୋଲିସ ଠିକ ଭାବରେ ତଦନ୍ତ କରୁନଥିବା ନେଇ ବହୁ ଦିନରୁ ଅଭିଯୋଗ ହେଉଥିବା ବେଳେ ମହିଳା କଂଗ୍ରେସ ଏହା ବିରୋଧରେ ଏକ ନିଆରା ଢଙ୍ଗରେ ପ୍ରତିବାଦ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ସେମାନଙ୍କର ଅନନ୍ୟ ଆଭିମୁଖ୍ୟ ଥିଲା ମୁହଁରେ କପଡ଼ାର ମାସ୍କ ପିନ୍ଧିବା । ଏହି ସରକାର ମହିଳାଙ୍କ ସ୍ୱର ଦବାଇବାକୁ ପଛକୁ ହଟୁ ନାହିଁ ବୋଲି ଅଭିଯୋଗ କରି ମୁହଁରେ କପଡା ବାନ୍ଧି ପ୍ରତିବାଦ କରିଥିବା କହିଛନ୍ତି ମହିଳା କଂଗ୍ରେସର ସଦସ୍ୟା ।

ଏହା ମଧ୍ୟ ପଢନ୍ତୁ - ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ଘଟଣା, ରାଜ୍ୟ ମାନବାଧିକାର କମିସନରେ ମାମଲା ରୁଜୁ

ଏହା ମଧ୍ୟ ପଢନ୍ତୁ - ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲା: ପ୍ରତିକ୍ରିୟା ରଖିଲେ ତଦନ୍ତକାରୀ ଅଫିସର, କହିଲେ ଖୁବଶୀଘ୍ର ଜଣାପଡ଼ିବ ସତ

ସେହିପରି ଅନ୍ୟପଟେ ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି DSP ବନିତା ମାଝୀ । ତଦନ୍ତ ନୂଆ କରି ଆରମ୍ଭ ହୋଇଛି । ଖୁବଶୀଘ୍ର ଘଟଣାର ସତ୍ୟତା ଜଣାପଡିବ । ତଦନ୍ତ ସଠିକ ବାଟରେ ଯାଉଛି । କିଛି ତଥ୍ୟ ଗୁପ୍ତ ରଖାଯାଇଛି ଯେତେବେଳେ ଘଟଣାର ତଦନ୍ତ ଶେଷ ହେବ ପୋଲିସ ସମସ୍ତ ପ୍ରତିକ୍ରିୟା ଦେବ ବୋଲି କହିଛନ୍ତି DSP ବନିତା ମାଝୀ । ଘଟଣାସ୍ଥଳରୁ ନେଇ ହୋଟେଲ ଓ ପାରିବାରିକ ସ୍ଥିତିକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ । ଏଥିସହ କାର୍ଯ୍ୟସ୍ଥଳୀ ସହ ଆନୁଷଙ୍ଗିକ ପରିସ୍ଥିତିକୁ ମଧ୍ୟ ପରଖୁଛି ତଦନ୍ତକାରୀ ଟିମ୍ । ପାର୍କରେ ମୃତଦେହ ମିଳିବା ଦିନ ଠାରୁ ନେଇ ବର୍ତ୍ତମାନ ଯାଏଁ ପୁଣି ଥରେ ମୂଳରୁ ତଦନ୍ତ ଆରମ୍ଭ କରିଛି ନୂତନ ତଦନ୍ତକାରୀ ଟିମ୍ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.