ETV Bharat / state

ସନ୍ଦେହ ହେଲା କାଳ: ଝିଅକୁ ଶିଳପୁଆରେ ପିଟି ପିଟି ମାରିଦେଲା ମାଆ

author img

By

Published : Dec 19, 2021, 7:06 PM IST

ସନ୍ଦେହରେ ଝିଅକୁ ଶିଳପୁଆରେ ପିଟି ପିଟି ମାରିଦେଲା ମାଆ
ସନ୍ଦେହରେ ଝିଅକୁ ଶିଳପୁଆରେ ପିଟି ପିଟି ମାରିଦେଲା ମାଆ

ହେମଗିର ଥାନା କଳାମେଘ ଏନଟିପିସି ଥଇଥାନ ଓ ପୁନର୍ବାସ କଲୋନୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଝିଅର ଚରିତ୍ର ଉପରେ ସନ୍ଦେହ କରି ଜଣେ ମହିଳା କ୍ରୋଧରେ ନିଜ ନାବାଳିକା ଝିଅକୁ ହତ୍ୟା କରିଛନ୍ତି । ଅଧିକ ପଢ଼ନ୍ତୁ

ସୁନ୍ଦରଗଡ଼: ଜିଲ୍ଲା ହେମଗିର ଥାନା କଳାମେଘ ଏନଟିପିସି ଥଇଥାନ ଓ ପୁନର୍ବାସ କଲୋନୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଝିଅର ଚରିତ୍ର ଉପରେ ସନ୍ଦେହ କରି ଜଣେ ମହିଳା କ୍ରୋଧରେ ନିଜ ନାବାଳିକା ଝିଅକୁ ହତ୍ୟା କରିଛନ୍ତି । ଗତ ଶୁକ୍ରବାର ଏହି ହତ୍ୟାକାଣ୍ଡ ହୋଇଥିଲା । ଝିଅକୁ ହତ୍ୟା କରିବା ପରେ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ସନ୍ଦେହରେ ଝିଅକୁ ଶିଳପୁଆରେ ପିଟି ପିଟି ମାରିଦେଲା ମାଆ
ସନ୍ଦେହରେ ଝିଅକୁ ଶିଳପୁଆରେ ପିଟି ପିଟି ମାରିଦେଲା ମାଆ

ପୋଲିସ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା । ଆଜି ସୁସ୍ଥ ହେବାରୁ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମାଆଙ୍କ ବାରଣ ସତ୍ତ୍ବେ ବିଳମ୍ବିତ ରାତିରେ ଫୋନ୍‌ରେ କଥା ହେଉଥିଲେ ନାବାଳିକା । ଏହାକୁ ନେଇ ଅନେକ ସମୟରେ ଉଭୟଙ୍କ ମଧ୍ୟର ବଚସା ହୋଇ ଆସୁଥିଲା । ହେଲେ ଡିସେମ୍ବର ୧୭ ତାରିଖ ରାତିରେ ଏହା ଚରମ ସୀମାରେ ପହଞ୍ଚି ଯାଇଥିଲା । ଉତକ୍ଷିପ୍ତ ହୋଇ ନାବାଳିକାଙ୍କ ମାଆ ଝିଅର ମୁଣ୍ଡକୁ ଶିଳପୁଆରେ ପ୍ରହାର ଉପରେ ପ୍ରହାର କରିଥିଲେ ।

ଫଳରେ ଝିଅର ପ୍ରାଣବାୟୁ ଉଡ଼ି ଯାଇଥିଲା । ଖାଲି ସେତିକି ନୁହେଁ, ଅଭିଯୁକ୍ତ ମହିଳା ଜଣକ ଏହାକ ନେଇ ନିଜ ପଡ଼ୋଶୀଙ୍କୁ ଜଣାଇଥିଲେ । ପଡ଼ୋଶୀ ଏହାକୁ ନେଇ ସ୍ଥାନୀୟ ୱାର୍ଡ ମେମ୍ବରଙ୍କୁ କହିଥିଲେ । ସେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ଅଭିଯୁକ୍ତଙ୍କୁ ହେମଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କାରଣ ପୋଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ରାସାୟନିକ ସାର ଖାଇ ଦେଇଥିଲେ ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.