ETV Bharat / state

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକଙ୍କ ବିକ୍ଷୋଭ

author img

By

Published : Jul 26, 2021, 3:50 PM IST

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁମୁଖରେ ଶ୍ରମିକଙ୍କ ବିକ୍ଷୋଭ
ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁମୁଖରେ ଶ୍ରମିକଙ୍କ ବିକ୍ଷୋଭ

କୋରୋନା ମହାମାରୀ ସମୟରେ ନିର୍ମାଣ ଶ୍ରମିକ ତଥା ଜିଲ୍ଲାର ବିଭିନ୍ନ କୁଶଳୀ ତଥା ଅଣ କୁଶଳୀ ଭାବେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ସହ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଟ୍ରେଡ ୟୁନିୟନ ସମନ୍ବୟ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି । ଟ୍ରେଡ ୟୁନିୟନ ନେତା ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ଶତାଧିକ ଶ୍ରମିକ ଏହି ଧାରଣାରେ ସାମିଲ ହୋଇଥିଲେ । ଗତ ଜୁନ ୩୦ରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଶ୍ରମିକଙ୍କ ହିତ ପାଇଁ ଦେଇଥିବା ଆଦେଶକୁ କାର୍ଯ୍ୟକାରୀ କରିବା ଦାବିରେ ଏହି ଆନ୍ଦୋଳନ କରିଛନ୍ତି ।

ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁମୁଖରେ ଶ୍ରମିକଙ୍କ ବିକ୍ଷୋଭ

ଜିଲ୍ଲାର ସମସ୍ତ ନିର୍ମାଣ ଶ୍ରମିକ, ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୁଶଳୀ ଓ ଅଣକୁଶଳୀ ଶ୍ରମିକ ତଥା ପ୍ରବାସୀ ଶ୍ରମିକ ମାନଙ୍କୁ ମହାମାରୀ କୋଭିଡ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ଦାବି କରିଛନ୍ତି । ମାଗଣା ରାସନ ପ୍ରଦାନ କରିବା ସହିତ ସ୍ଥାୟୀ ନିଯୁକ୍ତି ନେଇ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

କୋଭିଡ ମହାମାରୀ ସମୟରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଶ୍ରମିକମାନଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଅବସର ପ୍ରାପ୍ତ ନିର୍ମାଣ ଶ୍ରମିକଙ୍କୁ ମାସିକ ୩ ହଜାର ଟଙ୍କା ପେନସନ ଯୋଗାଇ ଦେବା ପାଇଁ ଦାବି ରଖିଛନ୍ତି ।

ତେବେ ଉପରୋକ୍ତ ସମସ୍ତ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ଦାବି ପୂରଣ ନ ହେଲେ ସ୍ଥିତି ଭୟାବହ ହେବା ନେଇ ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.