ETV Bharat / state

ବାର୍‌ହା ଫାଶ ନେଲା ଜୀବନ; ବିଦ୍ୟୁତ ତାର ଲାଗି 2 ଶିଶୁ ମୃତ

author img

By ETV Bharat Odisha Team

Published : Dec 10, 2023, 11:21 AM IST

ବିଦ୍ୟୁତ ତାର ଲାଗି 2 ଶିଶୁ ମୃତ
ବିଦ୍ୟୁତ ତାର ଲାଗି 2 ଶିଶୁ ମୃତ

Two minors electrocuted: ବାରହା ପାଇଁ ବିଛା ଯାଇଥିଲା ଫାଶ । ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଶିଶୁ ମୃତ । ଅଧିକ ପଢନ୍ତୁ

ବିଦ୍ୟୁତ ତାର ଲାଗି 2 ଶିଶୁ ମୃତ

ସୁବର୍ଣ୍ଣପୁର: ଉଲୁଣ୍ଡା ବନାଞ୍ଚଳ ସିଂହପାଲି ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା 2 ନିଷ୍ପାପ ଶିଶୁଙ୍କ ଜୀବନ । ବାର୍‌ହା ଫାଶରେ ପଡି ଦୁଇ ନିରୀହ ଶିଶୁଙ୍କ ମୃତ୍ୟୁ ହୋଇଛି । ବଡବାପା ସହ କ୍ଷେତକୁ ଯାଇ ଫେରିବା ବେଳେ ବିଦ୍ୟୁତ ସଂଯୋଗ ଥିବା ବାର୍‌ହା ଫାଶରେ ପଡିଯାଇଥିଲେ ଦୁଇ ଶିଶୁ । ଫଳରେ ଘଟଣାସ୍ଥଳରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମୃତକଙ୍କ ବଡବାପା ଗୁରୁତର ଆହତ ହୋଇଛନ୍ତି । ମୃତ ଦୁଇ ଶିଶୁ ହେଉଛନ୍ତି ହାତିଲିମୁଣ୍ଡା ଗାଁର ଜିତ୍ ଡୁଙ୍ଗଡୁଙ୍ଗ ଓ ରମେଶ । ଆହତ ହେଉଛନ୍ତି ନବୀନ ଡୁଙ୍ଗ ଡ଼ୁଙ୍ଗ ।

ଦୁଇ ମୃତକ ଜିତ ଓ ରେମଶ ତାଙ୍କ ସମ୍ପର୍କୀୟ ବଡବାପାଙ୍କ ସହିତ ଗାଁ ନିକଟ ଜଙ୍ଗଲରେ ଥିବା କ୍ଷେତକୁ ଧାନ ଜଗିବାକୁ ଗତ ରାତିରେ ଯାଇଥିଲେ । ସେଠାରୁ ଫେରିବା ବାଟରେ ବାର୍‌ହା ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଫାଶରେ ପଡି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ନବୀନ ଗୁରୁତର ହୋଇ ପଡିଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଛି ନା ନାହିଁ ତାହା ସ୍ପଷ୍ଟ ହୋଇନି । ଦୁଇ ଶିଶୁଙ୍କ ମୃତ୍ୟୁ ପରେ ଗାଁରେ ଶୋକାର ଛାୟା ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ-ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ବର୍ଷୀୟ ନାବାଳିକାର ମୃତ୍ୟୁ, କମ୍ପାନୀ ସମ୍ମୁଖରେ ପରିବାରର ଧାରଣା

ଶିକାରୀମାନେ ବନ୍ୟଜନ୍ତୁ ଶିକାର ପାଇଁ ହେବି ଓ୍ବେଟ ବିଦ୍ୟୁତ ତାର ବ୍ୟବହାର କରୁଛନ୍ତି । ଜିଲ୍ଲାରେ ଏଭଳି ଅବାଧ ବନ୍ୟଜନ୍ତୁ ଶିକାର କରାଯାଉଥିବା ବେଳେ ବନ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ଜଙ୍ଗଲ ଭିତରେ ଶିକାରୀମାନେ ଲୁହା ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁ ଶିକାର ପାଇଁ ନିର୍ଦ୍ଧିଷ୍ଟ ଅଞ୍ଚଳକୁ ଘେରାଉ କରୁଛନ୍ତି । ଶନିବାର ରାତିରେ ଶିକାର କରିବା ଉଦ୍ଦେଶ୍ୟରେ ବିଛାଯାଇଥିବା ଖୋଲା ଲୁହା ତାରରେ ଲାଗି ନିରୀହ ଶିଶୁଙ୍କ ଜୀବନ ଯାଇଛି ।

ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ବନ ବିଭାଗ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛି । ହେଲେ ପ୍ରାୟ ଦୁଇ ବର୍ଷ ଭିତରେ ମହାବଳ ବାଘ ସମେତ ଛୋଟିଆ କୁଟୁରା ପର୍ଯ୍ୟନ୍ତ ଶହ ଶହ ବନ୍ୟଜନ୍ତୁଙ୍କ ଅବାଧ ଶିକାର ହେବା ନଜରକୁ ଆସିଛି । ବନ ବିଭାଗର କାର୍ଯ୍ୟରେ ଅବହେଳା ଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହେଉଥିବା ଅଭିଯୋଗ ହେଉଛି । ଦୁଇ ଶିଶୁଙ୍କ ମୃତ୍ୟୁ ପରେ ବନ ବିଭାଗର କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.