ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ବର୍ଷୀୟ ନାବାଳିକାର ମୃତ୍ୟୁ, କମ୍ପାନୀ ସମ୍ମୁଖରେ ପରିବାରର ଧାରଣା

author img

By

Published : Sep 14, 2021, 9:36 AM IST

ବିଦ୍ୟୁତ ସଂସ୍ପର୍ଶରେ ଆସି  ୫ ବର୍ଷ ବୟସ ନାବାଳିକାର ମୃତ୍ୟୁ

ଦର୍ଲିପାଲି ଏନଟିପିସି ଆର୍ ଆଣ୍ଡ ଆର୍ କଲୋନୀରେ ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ବର୍ଷ ବୟସ ନାବାଳିକାର ମୃତ୍ୟୁ । ଅଧିକ ପଢନ୍ତୁ...

ସୁନ୍ଦରଗଡ: ଦର୍ଲିପାଲି ଏନଟିପିସି ଆର୍ ଆଣ୍ଡ ଆର୍ କଲୋନୀରେ ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ବର୍ଷ ବୟସ ନାବାଳିକାର ମୃତ୍ୟୁ । ମୃତ ନାବାଳିକା ଗୁଞ୍ଜନ ଖଡିଆ ଗତକାଲି କ୍ୱାର୍ଟର ସମ୍ମୁଖ ତାର ଖୁଣ୍ଟି ପାଖରେ ଖେଳୁଥିବା ବେଳେ ତାର ଖୁଣ୍ଟିରୁ ଆସିଥିବା ସପୋଟିଭ୍ ତାରକୁ ଛୁଇଁଦେଇଥିଲେ । ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ତାଙ୍କୁ ପରିବାର ଲୋକେ ଏନଟିପିସି ଦର୍ଲିପାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବିଦ୍ୟୁତ ସଂସ୍ପର୍ଶରେ ଆସି ୫ ବର୍ଷ ବୟସ ନାବାଳିକାର ମୃତ୍ୟୁ

କମ୍ପାନୀର ଭୁଲ ଆର୍ଥିଂ ବ୍ୟବସ୍ଥା ଯୋଗୁଁ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ସାରା ଆର୍ ଆଣ୍ଡ ଆର୍ କଲୋନୀ ବାସୀ କମ୍ପାନୀ ବିରୁଦ୍ଧରେ ଏକତ୍ରିତ ହୋଇ ବିକ୍ଷୋଭ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି । ଏପରିକି କମ୍ପାନୀ ମଧ୍ୟକୁ ପ୍ରବେଶ କରାଇ ନଦେବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ସମସ୍ୟାର ସମାଧାନ ନେଇ ସଦର ବିଧାୟିକା କୁସୁମ ଟେଟେ , ଲେଫ୍ରିପଡା ତହସିଲଦାର ସାରିକା ଧାମେଲ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅପରପକ୍ଷେ ଆଇନ ଶୃଙ୍ଖଳା ଯେପରି ବିପର୍ଯ୍ୟସ୍ତ ନ ହୁଏ ସେ ନେଇ ଘଟଣାସ୍ଥଳରେ ବ୍ୟାପକ ସୁରକ୍ଷାବଳ ଓ ପୋଲିସ ମୂତୟନ ହୋଇଥିବା ଜଣା ପଡିଛି । ତେବେ ଏହି ଅବ୍ୟବସ୍ଥାର ସୁଧାର ଆଣିବା ନେଇ ସଦର ବିଧାୟିକା ପୂର୍ବରୁ କମ୍ପାନୀ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ ଫଳ ଶୂନ ହେବା ସହ ଗତକାଲି ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା କଥା କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.