ସୋନପୁରରେ ଶିକ୍ଷା ବ୍ୟବସ୍ଥାର ନଗ୍ନଚିତ୍ର, ଟିଣ ଆଲମିରା ସାଜିଛି କଳାପଟା

author img

By

Published : Sep 13, 2022, 9:12 PM IST

ସୋନପୁରରେ ଶିକ୍ଷା ବ୍ୟବସ୍ଥାର ନଗ୍ନଚିତ୍ର, ଟିଣ ଆଲମିରା ସାଜିଛି କଳାପଟା

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ନଗ୍ନଚିତ୍ର ପଦାରେ ପଡ଼ିଛି । ରାଜ୍ୟ ସରକାରଙ୍କ 5T ହାଇସ୍କୁଲରେ ଟିଣ ଆଲମିରା ସାଜିଛି କଳାପଟା । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଜିଲ୍ଲାର ବିନିକା ସହରର 5T ହାଇସ୍କୁଲରେ ଶିକ୍ଷା ବ୍ୟବସ୍ଥାର ନଗ୍ନଚିତ୍ର ଦେଖିବାକୁ ମିଳିଛି । ନିକଟରେ ଉଦଘାଟିତ ହୋଇଥିବା 5T ହାଇସ୍କୁଲରେ ଆଲମିରା ସାଜିଛି କଳାପଟା । ବିଦ୍ୟାଳୟରେ କଳାପଟା ଅଭାବରୁ ଶିକ୍ଷୟିତ୍ରୀ ଆଲମିରାରେ ଚକଖଡିରେ ଲେଖି ପାଠ ପଢାଉଥିବା ଦେଖିବାକୁ ମିଳିଛି । ତେବେ ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଅବା ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ମୁହଁ ଖୋଲୁନାହାନ୍ତି ।

ସୋନପୁରରେ ଶିକ୍ଷା ବ୍ୟବସ୍ଥାର ନଗ୍ନଚିତ୍ର, ଟିଣ ଆଲମିରା ସାଜିଛି କଳାପଟା

ରାଜ୍ୟ ସରକାର ବିଦ୍ୟାଳୟର ଭିତ୍ତିଭୂମିର ସୁଦୃଢୀକରଣ କରିବା ସହିତ 5T ନାଁ ଦେଇ ଛାତ୍ରଛାତ୍ରୀଙ୍କ ପାଠ ପଢିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ବିଭିନ୍ନ ପ୍ରକାରର ବିଜ୍ଞାପନ ଦେଉଛନ୍ତି । ହେଲେ ତରବରିଆ ଭାବେ 5ଟି ବିଦ୍ୟାଳୟକୁ ଉଦଘାଟନ କରାଯାଇଥିବା ବେଳେ ଏଯାଏଁ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମିର ବିକାଶ ହୋଇ ପାରିନାହିଁ । ଯାହାର ନିଚ୍ଥକ ଉଦାହରଣ ଦେଖିବାକୁ ମିଳିଛି ଜିଲ୍ଲାର ବିନିକା ସହରର 5ଟି ହାଇସ୍କୁଲରେ ।

ଶିକ୍ଷୟତ୍ରୀ ଜଣେ କଳାପଟା ଅଭାବରୁ ବିଦ୍ୟାଳୟରେ ଥିବା ଏକ ଆଲମିରାକୁ କଳାପଟା ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟରେ ପୁଣି ଛାତ୍ରମାନେ ତଳେ ବସି ପାଠ ପଢୁଛନ୍ତି । ବିଦ୍ୟାଳୟକୁ ମିଳିଥିବା ବେଞ୍ଚ ଡେସ୍କ ସବୁ ବାରଣ୍ଡାରେ ଗଦା ହୋଇଛି । ବିଦ୍ୟାଳୟ ପରିସର ଅନାବନା ଗଛରେ ପରିପୂର୍ଣ୍ଣ ରହିଛି । ଏଭଳି ବିଦ୍ୟାଳୟରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ପଦାରେ ପଡିଲା ଶିକ୍ଷା ବ୍ୟବସ୍ଥାର ଅସଲି ଚିତ୍ର, ସ୍କୁଲରେ ପାଠ ପଢାଉଛନ୍ତି କା ଶିକ୍ଷୟତ୍ରୀ

ବିଦ୍ୟାଳୟରେ ଶୌଚାଳୟର ଅବସ୍ଥା, ବିଦ୍ୟାଳୟ କାନ୍ଥ ଓ ଛାତର ଅବସ୍ଥା, ବାରଣ୍ଡାରେ ପର୍ବତ ଭଳି ଗଦା ହୋଇଥିବା ବେଞ୍ଚ,ଡେସ୍କ, ପୁରୁଣା ବାଲ୍ଟି, ଭଙ୍ଗା ଚୌକି ଆଦି ପଡ଼ି ରହିଛି । ଏହାଦ୍ବାରା ରାଜ୍ୟ ସରକାର 5T ବିଦ୍ୟାଳୟର ବାସ୍ତବ ଚିତ୍ର ପଦାରେ ପଡ଼ିଛି । ତେବେ ଏସବୁ ଭିତରେ ପିଲାଙ୍କ ପାଠପଢା କଳାପଟା ବଦଳରେ ଆଲମିରାରେ ଚାଲୁଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ବା ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିନାହାନ୍ତି ।

ଏଠାରେ ଆଲମିରାକୁ କଳାପଟା ରୂପେ ବ୍ୟବହାର କରୁଥିବା ବେଳେ କେନ୍ଦ୍ରାପଡ଼ା ଓ ବଲାଙ୍ଗୀରରେ ଶିକ୍ଷୟିତ୍ରୀଙ୍କ ବଦଳରେ ପାଠ ପଢାଉଛନ୍ତି ଅଣ ତାଲିମପ୍ରାପ୍ତ ଝିଅ । ତେବେ ସେମାନେ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇନଥିବା ବେଳେ ଶିକ୍ଷୟିତ୍ରୀଙ୍କ ଅନୁପସ୍ଥିତିରେ ପାଠ ପଢାଉଛନ୍ତି । ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଏପରି ସ୍ଥିତି ଦେଖି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.