ETV Bharat / state

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

author img

By

Published : Nov 7, 2020, 3:03 PM IST

nabarangpur District level Kharif Paddy Procurement Committee meeting
ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ 2020-21 କୃଷି ବର୍ଷର ଚଳିତ ଖରିଫ ଋତୁ ଧାନ ସଂଗ୍ରହ କମିଟି ବୈଠକ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ପୌରହିତ୍ୟରେ ଏହି ବୈଠକ ଆୟୋଜିତ କରାଯାଇଥିଲା । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ 2020-21 କୃଷି ବର୍ଷର ଚଳିତ ଖରିଫ ଋତୁ ଧାନ ସଂଗ୍ରହ କମିଟି ବୈଠକ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା ସିଂହଦେଓ, ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇଥିଲେ।

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ଚଳିତ ବର୍ଷରେ ନିୟନ୍ତ୍ରିତ ବଜାର କମିଟିର 5 ଗୋଟି ମାର୍କେଟୟାଡ଼ ସମେତ 93 ଗୋଟି କ୍ରୟ କେନ୍ଦ୍ର ଖୋଲାଯିବ ବୋଲି ସୂଚନା ଦେଇଥିଲେ। 65 ଗୋଟି ପ୍ରାଥମିକ କୃଷି ସମବାୟ ସମିତି ଓ ସମିତି ଗୁଡ଼ିକର 14 ଗୋଟି ଅତିରିକ୍ତ କ୍ରୟ କେନ୍ଦ୍ର ସହିତ 14 ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ ଦାୟିତ୍ବ ପ୍ରଦାନ କରାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ବୈଠକରେ ସୂଚନା ଦେଇଛନ୍ତି ।

ତେବେ କେବେଠାରୁ ଧାନ ସଂଗ୍ରହ କରାଯିବ, ତାହା ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.