ଦାବି ପୂରଣ ନହେଲେ ଆସନ୍ତା ୨୭ରେ ରାଜଧାନୀରେ ସମାବେଶ କରିବ ଅମଲା ସଂଘ

author img

By

Published : Nov 16, 2022, 7:20 PM IST

ଦାବି ପୂରଣ ନହେଲେ ଆସନ୍ତା ୨୭ରେ ରାଜଧାନୀରେ ସମାବେଶ କରିବ ଅମଲା ସଂଘ

ସାରା ରାଜ୍ୟରେ ଚାଲିଛି ଅମଲା ସଂଘର ଆନ୍ଦୋଳନ (Odisha amala union) । ଗ୍ରେଡ ପେ ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଅମଲା ସଂଘ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର : ସାରା ରାଜ୍ୟରେ ଚାଲିଛି ଅମଲା ସଂଘର ଆନ୍ଦୋଳନ (Odisha amala union) । ଗ୍ରେଡ ପେ ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଅମଲା ସଂଘ । ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିବା ଓଡିଶା ଅମଲା ସଂଘର ଦାବିକୁ ରାଜ୍ୟସରକାର ଗୁରୁତ୍ୱ ଦେଉନାହାଁନ୍ତି । ତେଣୁ ସମାନ କାମକୁ ସମାନ ଦରମା ଦାବି ନେଇ ଶତାଧିକ ଅମଲା ହାତରେ ପ୍ଲାକାର୍ଡ ଧରି ଗ୍ରେଡ ପେ ବୃଦ୍ଧି ଦାବି କରିଥିଲେ । ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ଆସନ୍ତା ୨୭ ତାରିଖରେ ରାଜଧାନୀରେ ପ୍ରତିବାଦ କରାଯିବ ବୋଲି ଅମଲା ସଂଘ ଚେତାବନୀ ଦେଇଛି ।

ଦାବି ପୂରଣ ନହେଲେ ଆସନ୍ତା ୨୭ରେ ରାଜଧାନୀରେ ସମାବେଶ କରିବ ଅମଲା ସଂଘ

ଏନେଇ ସୁବର୍ଣ୍ଣପୁର ଜିଲ୍ଲା ଅମଲା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୂଚନାନୁସାରେ ଗତ ୨୦୧୭ ମସିହା ଠାରୁ ଅମଲାମାନଙ୍କୁ ସ୍ନାତକ ସହିତ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ଦରମା ବୃଦ୍ଧି କରାଯାଇନାହିଁ । ତେଣୁ ଅମଲାଙ୍କୁ ଯୋଗ୍ୟତା ଅନୁସାରେ ୯ ହଜାରେ ୩ ଶହ ଟଙ୍କା ଓ ଗ୍ରେଡ ପେ ୪ ହାଜର ୨ ଶହ ଟଙ୍କା ଦେବାକୁ ବହୁବାର ଦାବି କରାଯାଇଥିଲା ।

କିନ୍ତୁ ରାଜ୍ୟ ସରକାର ସେମାନଙ୍କ ଦାବିକୁ ଅଣଦେଖା କରୁଥିବା ଅଭିଯୋଗ କରିଛି ସଂଘ । ତେଣୁ ଆସନ୍ତା ୨୭ ତାରିଖ ଦିନ ଭୁବେଶ୍ଵରଠାରେ ଏକ ବିରାଟ ସମାଗମ କରାଯିବ ବୋଲି ସଂଘ ଚେତାବନୀ ଦେଇଛି । ଏନେଇ ଅମଲା ସଂଘ କହିଛି ଦୀର୍ଘବର୍ଷ ହେଲା ଆମେ କାମ କରିଲୁଣି । ହେଲେ ଆମର ଗ୍ରେଡ ପେ ବୃଦ୍ଧି ପାଇଁ ସରକାର କୌଣିସି ପଦକ୍ଷେପ ନେଉ ନାହାଁନ୍ତି (amala union will rally in Bhubaneswar on 27th november)।

ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଥାଇ ମଧ୍ୟ ଗୋତି ଶ୍ରମିକ ଭଳି ଆମକୁ ୧୯୦୦ ଗ୍ରେଡ ପେ ରେ ରହି କାର୍ଯ୍ୟକରିବାକୁ ବାଧ୍ୟ କରୁଛନ୍ତି । ତେଣୁ ସମାନ କାମକୁ ସମାନ ଦରମା ଦିଆଯାଉ । ଆମକୁ ଯେଉଁ ୧୯ଶହ ଗ୍ରେଡ ପେ ଦିଆଯାଉଛି ତାହା ପରିବର୍ତ୍ତେ ୪୨୦୦ ଗ୍ରେଡ ପେ ଦିଆଯାଉ । ଏପରିକି ଅମଲା ସଂଘର ଦାବିକୁ ଗୁରୁତ୍ୱ ଦେବା ସହିତ ବିଗତ କିଛି ଦିନ ତଳେ ଶାସକ ଦଳର ୩୦ଜଣ ବିଧାୟକ ମୁଖ୍ୟଶାସନ ସଚିବଙ୍କ ଲିଖିତ ଭାବରେ ଏହି ଦାବିକୁ ଉପସ୍ଥାପନ କରିଥିଲେ ।

ଏନେଇ ଅମଲା ସଂଘର ବରିଷ୍ଠ ସଭ୍ୟ ଚିତ୍ତରଞ୍ଜନ ତରାସିଆଙ୍କ ନେତୃତ୍ବରେ ସରକାରୀ କର୍ମଚାରୀମାନେ ସ୍ଥାନୀୟ ଏନଜିଓସିସି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ ସଂଘର କର୍ମକର୍ତ୍ତା ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.