ETV Bharat / state

ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବାକୁ ସୁବର୍ଣ୍ଣପୁରରେ ନୌଚାଳନା ପ୍ରତିଯୋଗିତା

author img

By ETV Bharat Odisha Team

Published : Nov 27, 2023, 10:00 PM IST

ସୁବର୍ଣ୍ଣପୁରରେ ରାଜ୍ୟସ୍ତରୀୟ ନୌଚାଳନା ପ୍ରତିଯୋଗିତା
ସୁବର୍ଣ୍ଣପୁରରେ ରାଜ୍ୟସ୍ତରୀୟ ନୌଚାଳନା ପ୍ରତିଯୋଗିତା

ସୁବର୍ଣ୍ଣପୁରରେ ରାଜ୍ୟସ୍ତରୀୟ ନୌଚାଳନା ପ୍ରତିଯୋଗିତା । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ନିଆରା ପ୍ରୟାସ । ଭାଗ ନେଲେ ପ୍ରାୟ ୩୦ ଜଣ ପ୍ରତିଯୋଗୀ । ଅଧିକ ପଢନ୍ତୁ

ସୁବର୍ଣ୍ଣପୁରରେ ରାଜ୍ୟସ୍ତରୀୟ ନୌଚାଳନା ପ୍ରତିଯୋଗିତା

ସୁବର୍ଣ୍ଣପୁର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇଉଠିଛି ସୁବର୍ଣ୍ଣପୁର ଜିଲ୍ଲା । ଆଜିର ଦିନରେ ସାଧବ ପୁଅମାନେ ବାହାର ଦେଶରୁ ବାଣିଜ୍ୟ ସାରି ନିଜ ମାଟିକୁ ଫେରୁଥିଲେ । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହି ଅବସରରେ ସୁବର୍ଣ୍ଣପୁର ସହରରରେ ରଜ୍ୟସ୍ତରୀୟ ନୌକାଚାଳନା ପ୍ରତିଯୋଗିତା ଆୟୋଜନା କରି ,ଏକ ନିଆରା ଢଙ୍ଗରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଛି ।

ତେନ୍ତୁଳି ଘାଟ ଭଗବତୀ ପାଠାଗାର ପକ୍ଷରୁ ରାଜ୍ୟସ୍ତରୀୟ ଦେଶୀ ନୌଚାଳନା ପ୍ରତିଯୋଗୀତା ଆୟୋଜନ କରାଯାଇଛି ।ଏଥିରେ ପଶ୍ଚିମ ଓଡିଶାର ପ୍ରାୟ 30 ଜଣ ନାବିକ ଏହି ପ୍ରତିଯୋଗୀତାରେ ସାମିଲ ହୋଇଥିଲେ । ଏହି ନୌଚାଳନା ପ୍ରତିଯୋଗିତା ମହାନଦୀ ଅବବାହିକାରେ ଆୟୋଜନ କରାଯାଇଥିବା ବେଳେ ପ୍ରାୟ 800 ମିଟର ଲମ୍ବ ନୌଚାଳନା ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ପ୍ରତି ଡଙ୍ଗାରେ ଦୁଇ ଜଣ ନାବିକ ଅଂଶ ଗ୍ରହଣ କରିଥିଲେ । ତେନ୍ତୁଳି ଘାଟ ଠାରୁ ମା' ଲଙ୍କେଶ୍ୱରୀ ଦୋରୁହ ନିକଟରେ ଥିବା ବାଲିଟାପୁ ପର୍ଯ୍ୟନ୍ତ ଡଙ୍ଗା ଚାଳନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ.....ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ବାଲିଯାତ୍ରା, ଉଦଘାଟନ କଲେ ଅର୍ଥମନ୍ତ୍ରୀ

ଏଥିରେ ସୁବର୍ଣ୍ଣପୁର ସମେତ,ବରଗଡ, ବୌଦ୍ଧ, ସମ୍ବଲପୁର ଆଦି ଜିଲ୍ଲାରୁ ନାବିକମାନେ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ସମାଗମ ହୋଇଥିଲା । ଚଳିତ ବର୍ଷର ନୌଚାଳନା ପ୍ରତିଯୋଗୀତାରେ ବରଗଡ଼ ଜିଲ୍ଲାର ନାବିକ ରସାନ୍ତ ତରିଆଙ୍କ ଗ୍ରୁପର ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହାସହ ନୌଚାଳନାରେ ଅଂଶ ଗ୍ରହଣ କରିଥିବା ନାବିକମାନଙ୍କୁ ସମ୍ମାନିତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ.....ପାରାଦ୍ବୀପ ଭବ୍ୟ ବୋଇତ ବନ୍ଦାଣ ଉତ୍ସବରେ ରାଷ୍ଟ୍ରପତି: 'ବାଣିଜ୍ୟ ଓ ଆନ୍ତର୍ଜାତିକ ସମ୍ପର୍କର ସାଧନ ପାଲଟିଛି ସମୁଦ୍ର'

ତେବେ ଚଳିତ ବର୍ଷ ଭଗବତୀ ପାଠାଗାର ପକ୍ଷରୁ ୬୦ ତମ ବାଳକ ଭୋଜନ ସମାରୋହ ମଧ୍ୟ ଆୟୋଜନ କରାଯାଇଥିଲା । ପାଠାଗାର ପକ୍ଷରୁ ଛୋଟଛୋଟ ବାଳକ ବାଳିକାମାନଙ୍କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତି ଅର୍ଜନ କରିଥିବା ବାଳକ ବାଳିକାମାନଙ୍କୁ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା ।ଅତୀତର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ତେନ୍ତୁଲିଘାଟ ପାଠାଗାର ପକ୍ଷରୁ ଆୟୋଜିତ ବାଳକ ଭୋଜନ ସମାରୋହ ଓ ନୌଚାଳନା ପ୍ରତିଯୋଗୀତା ବାସ୍ତବରେ ବେଶ ଆକର୍ଷଣୀୟ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ.....ପୋଖରୀରେ ଭାସିଲା 151 ଫୁଟ ଲମ୍ବର ଡଙ୍ଗା, ଦେଖିବାକୁ ଲୋକଙ୍କ ଭିଡ

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.