2 ଦଫା ଦାବି ନେଇ ସୁବର୍ଣ୍ଣପୁର ପେନସନଭୋଗୀଙ୍କ ବିକ୍ଷୋଭ

author img

By

Published : Nov 17, 2022, 11:53 AM IST

ପେନସନଭୋଗୀଙ୍କ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର ଅଲ ଓଡ଼ିଶା ପେନସନର୍ସ ଆସୋସିଏସନ ଜିଲ୍ଲା ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ପେନସନଭୋଗୀ ସରକାରୀ କର୍ମଚାରୀମାନେ 2 ଦଫା ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: 2 ଦଫା ଦାବି ନେଇ ଅଲ ଓଡ଼ିଶା ପେନସନର୍ସ ଆସୋସିଏସନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲା ଶାଖା ସଭାପତି ଭବାନୀ ଶଙ୍କର ପଣ୍ଡାଙ୍କ ନେତୃତ୍ବରେ ପେନସନଭୋଗୀ ସରକାରୀ କର୍ମଚାରୀମାନେ 2 ଦଫା ଦାବି ପୂରଣ ପାଇଁ ଏହି ଆନ୍ଦୋଳନ କରିଛନ୍ତି । 60 ବର୍ଷ ବୟସରେ ଅବସର ଗ୍ରହଣ କରିବା ପରେ ଅବସରପ୍ରାପ୍ତ କର୍ମଚାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା, ସେବା ଓ ଚିକିତ୍ସା ପାଇଁ ସରକାର ଆନ୍ତରିକତା ଦେଖାଉନଥିବା ଅଭିଯୋଗ କରିଛନ୍ତି । ସର୍ବନିମ୍ନ ପେନସନ ମାସିକ 9 ହଜାର ଟଙ୍କା ପ୍ରଦାନ କରିବା ସହିତ ବିଜୁ ସ୍ବାସ୍ଥ୍ୟ ଯୋଜନାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସାମିଲ କରିବା ପାଇଁ ଦାବି କରିଛନ୍ତି ।

ପେନସନଭୋଗୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଯାହି କିଛି ବି ଅବସରକାଳୀନ ପେନସନ ମିଳୁଛି ତାହା ତାଙ୍କର ସ୍ବାସ୍ଥ୍ୟ ଖର୍ଚ୍ଚ ହେଇଯାଉଥିବା ସେମାନେ କହିଛନ୍ତି । ତେବେ ଦୈନନ୍ଦିନ ଜୀବନଯାପନରେ ବ୍ୟକ୍ତିଗତ ଓ ପାରିବାରିକ ଖର୍ଚ୍ଚ ନିଅଣ୍ଟ ହେଉଛି । ତେଣୁ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏହି ବରିଷ୍ଠ ନାଗରିକମାନଙ୍କୁ ବିଜୁ ସ୍ବାସ୍ଥ୍ୟ ଯୋଜନାରେ ସାମିଲ କରିବା ପାଇଁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ପୁନର୍ବାର ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଏ ସମ୍ପର୍କରେ ଆନ୍ଦୋଳନରତ ପେନସନଭୋଗୀ ଶିବଦତ୍ତ ବେଦବାଗ କହିଛନ୍ତି, ''ଆମେ 30 ବର୍ଷ ହେବ ସରକାରଙ୍କ ପାଖରେ ଖଟିଛୁ। ହେଲେ ସରକାର ଆମକୁ କୌଣସି ସୁବିଧା ଦେଇ ନାହାନ୍ତି । ବୟସର ଅପରାହ୍ନରେ ବି ଆମକୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇନି । ଖାଲି ସେତିକି ନୁହେଁ ଯେଉଁ ପେନସନ ଦିଆଯାଉଛି ତାହା ବଢ଼ାଇ 9ହଜାର ଟଙ୍କା କରାଯାଉ । ଏହାସହ ଆମକୁ ବିଜୁ ଯୋଜନାରେ ସାମିଲ କରାଯାଉ । ଯଦି ସରକାର ଏତିକି କରି ନପାରିବେ ତେବେ ଆମକୁ ବିପିଏଲ କାର୍ଡ ଦିଅନ୍ତୁ । ତାହା ମଧ୍ୟ ଆମେ ଗ୍ରହଣ କରିବୁ । ତେଣୁ ସରକାରଙ୍କୁ ଅନୁରୋଧ ଆମ ଦାବି ପୂରଣ କରନ୍ତୁ । ନଚେତ ଆଗାମୀ ଦିନରେ ଆମେ ରାଜରାସ୍ତାକୁ ଓହ୍ଲାଇବୁ ।''

ସେହିପରି ପେନସନ ସଂଘର ବରିଷ୍ଠ ସଭ୍ୟ ଭବାନୀ ଶଙ୍କର ପଣ୍ଡା କହିଛନ୍ତି ''ବାରମ୍ବାର ସରକାରଙ୍କୁ ଆମର ପେନସନ ଦେବାକୁ ଗୁହାରି କରିଛୁ । ଧାରଣା ବି ଦେଇଛୁ । ହେଲେ ସରକାର କୌଣସି କର୍ଣ୍ଣପାତ କଲେ ନାହିଁ । ବର୍ତ୍ତମାନ ଯାଏଁ ଦାବି ପୂରଣ ହୋଇନି । ତେଣୁ ସରକାର ଆମକୁ ସର୍ବନିମ୍ନ ପେନସନ ଓ ବିଜୁ ସ୍ବାସ୍ଥ୍ୟ ଯୋଜନାରେ ସାମିଲ କରନ୍ତୁ । ନଚେତ ଆଗାମୀ ଦିନରେ ଯାହା ପରିସ୍ଥିତି ହେବ ସେଥିପାଇଁ ସରକାର ଦାୟୀ ରହିବେ ।''

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.