ଜମି ଅଧିଗ୍ରହଣ ପ୍ରତିବାଦରେ ମେସିନ ଆଗରେ ଶୋଇଲେ ସେବାୟତ

author img

By

Published : Sep 21, 2022, 5:05 PM IST

ଜମି ଅଧିଗ୍ରହଣ ପ୍ରତିବାଦରେ ମେସିନ ଆଗରେ ଶୋଇଲେ ସେବାୟତ

ସହରର ବହୁ ପ୍ରତୀକ୍ଷିତ ଫୋର ଲେନ ରାସ୍ତାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ରାସ୍ତା ନିର୍ମାଣ ପ୍ରତିବାଦରେ ମେସିନ ଆଗରେ କିଛି ମନ୍ଦିର ସେବାୟତ ମେସିନ ଆଗରେ ଶୋଇ ପ୍ରତିବାଦ କରୁଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ରାସ୍ତା ନିର୍ମାଣକୁ ନେଇ ମେସିନ ଆଗରେ ମନ୍ଦିର ସେବାୟତଙ୍କ ପ୍ରତିବାଦ । ସହରର ବହୁ ପ୍ରତୀକ୍ଷିତ ଫୋର ଲେନ ରାସ୍ତାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ପ୍ରାୟ ଦୁଇ ବର୍ଷ ହେଲା ଅଧ ପନ୍ତରିଆ ହୋଇ ପଡିରହିଥିବା ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ବେଳକୁ ବିରୋଧ ଦେଖା ଦେଇଛି । ରାସ୍ତା ନିର୍ମାଣ ପ୍ରତିବାଦରେ ମେସିନ ଆଗରେ କିଛି ମନ୍ଦିର ସେବାୟତ ଶୋଇପଡି ବିରୋଧ କରୁଥିବା ସୂଚନା ମିଳିଛି ।

ଜମି ଅଧିଗ୍ରହଣ ପ୍ରତିବାଦରେ ମେସିନ ଆଗରେ ଶୋଇଲେ ସେବାୟତ

ସେବାୟତଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ପ୍ରଶସ୍ତିକରଣ ପୂର୍ବରୁ ସେବାୟତଙ୍କୁ ନ ଜଣାଇ ଜମି ଅଧିଗ୍ରହଣ କରାଯାଇଛି । ସେବାୟତମାନେ ପୂର୍ବପୁରୁଷରୁ ଏହି ଜମିରେ ଚାଷ କରି ଆସୁଥିବା କହିଛନ୍ତି । ଏଥିସହ ସେବାୟତମାନେ ଏନେଇ ପ୍ରାପ୍ୟ ପାଇ ନଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଜମି ଅଧିଗ୍ରହଣ କାର୍ଯ୍ୟ ଆଜିକୁ ଦୁଇ ବର୍ଷ ହେଲା ସଂପୂର୍ଣ୍ଣ ହୋଇ ପାରୁ ନଥିବାରୁ ରାସ୍ତା କାର୍ଯ୍ୟ ଅଟକି ରହିଥିଲା ।

ସେବାୟତଙ୍କ ବିରୋଧ ଯୋଗୁଁ ରାଜସ୍ବ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଆନ୍ଦୋଳନରତ ସେବାୟତଙ୍କୁ ଜମି ଅଧିଗ୍ରହଣ କାର୍ଯ୍ୟର ସୂଚନା ପ୍ରଦାନ କରିଛନ୍ତି । ପ୍ରଶାସନ ପକ୍ଷରୁ ଦେବୋତ୍ତର କମିଶନରଙ୍କ ପାଖରେ ଅଧିଗ୍ରହଣ କରାଯାଇଥିବା ଦେବୋତ୍ତର ଜମିର ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ପ୍ରଦାନ କରାଯାଇଛି । ତେବେ ସେବାୟତମାନଙ୍କ ରୟତି ଜମି ହୋଇ ନ ଥିବାରୁ ସେମାନଙ୍କୁ କୌଣସି ସୂଚନା ଦିଆଯାଇ ନ ଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ତେବେ ଜମି ଅଧିଗ୍ରହଣର ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ବେଳେ ସେବାୟତମାନଙ୍କ ଏପରି ପ୍ରତିବାଦର କୌଣସି ମୂଲ୍ୟ ନାହିଁ ଓ ଆଇନ ଅନୁଯାୟୀ ଏହା ଠିକ ନୁହେଁ ବୋଲି କହିଛନ୍ତି । ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସହରବାସୀ ଆଶା କରିଛନ୍ତି ।

ଏହା ବି ପଢନ୍ତୁ- ପୌରପରିଷଦର ଖାମଖିଆଲି ମନୋଭାବ, କାମରେ ଲାଗୁନି କାଞ୍ଜିଆ ହୁଦା

ଅନ୍ୟପଟେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ କହିଛନ୍ତି, " ଏହା କୌଣସି ବେଦଖଲ ନୁହେଁ । ଅଧିଗ୍ରହଣ କରାଯାଇଥିବା ଦେବୋତ୍ତର ଜମିର ମୂଲ୍ୟ ପ୍ରାୟ ଅଢେଇ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଥି ସହ ସେବାୟତମାନଙ୍କ ରୟତି ଜମି ହୋଇ ନ ଥିବାରୁ ସେବାୟତମାନଙ୍କୁ ଜମି ଅଧିଗ୍ରହଣ ବେଳେ କୌଣସି ସୂଚନା ଦିଆଯାଇ ନଥିଲା ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.