ETV Bharat / state

ମମିତା ହତ୍ୟାକାଣ୍ଡ; ନ୍ୟାୟ ଦିବାରେ ମେହେର ସମାଜର ବିକ୍ଷୋଭ

author img

By

Published : Oct 26, 2021, 9:03 PM IST

Birmaharajpur sub-division issuse
Birmaharajpur sub-division issuse

ସନସାଇନ ବିଦ୍ୟାଳୟର ମୃତା ଅଧ୍ୟକ୍ଷା ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏହି ଆନ୍ଦୋଳନରେ ମେହେର ସମାଜର ଲୋକେ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଆଜି (ମଙ୍ଗଳବାର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ମେହେର ସମାଜ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମେହେର ସମାଜର ଶହ ଶହ ଜନସାଧାରଣ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ମମିତା ମେହେର ହତ୍ୟାକାଣ୍ଡ ଘଟଣା; ବୀରମହାରାଜପୁର ଉପଖଣ୍ଡ ମେହେର ସମାଜର ବିକ୍ଷୋଭ

ସନସାଇନ ବିଦ୍ୟାଳୟର ମୃତା ଅଧ୍ୟକ୍ଷା ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏହି ଆନ୍ଦୋଳନରେ ମେହେର ସମାଜର ଲୋକେ ସାମିଲ ହୋଇଥିଲେ। ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବରଖାସ୍ତ ପାଇଁ ଦାବି ରଖିଥିଲେ।

ସେହିପରି ମମିତା ମେହେରଙ୍କ ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ଚାପ ପକାଉଥିବା ଅଭିଯୋଗ କରି ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ । ମୃତା ମମିତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ସହିତ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ସରକାର କୋର୍ଟରେ ତାଙ୍କ ପକ୍ଷ ରଖନ୍ତୁ ବୋଲି ଦାବି କରିଛନ୍ତି ଆନ୍ଦୋଳନରତ ମେହେର ସମାଜ । ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.