ETV Bharat / state

ଆସୁଛି ନୂଆଁଖାଇ, ଚିନ୍ତା ବଢାଇଛି ସରୁଆଁ ଧାନ

author img

By

Published : Aug 28, 2019, 11:26 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଆସୁଛି ଗଣପର୍ବ ନୂଆଁଖାଇ । ଆଉ କେଇଟା ଦିନ ପରେ ଭାଇଚାରର ଏହି ପର୍ବକୁ ବେଶ ଧୂମଧାମରେ ପାଳନ କରିବେ ପଶ୍ଚିମ ଓଡ଼ିଶାବାସୀ । ହେଲେ ନବାନ୍ନ ଲାଗି ସରୁଆଁ ଧାନକୁ ନେଇ ଲୋକଙ୍କ ମଧ୍ୟରେ ଭାଲେଣି ପଡିଲାଣି ।

ସୁବର୍ଣ୍ଣପୁର: ହାତ ଗଣତି ଦିନ ପରେ ନୂଆଁଖାଇ । ଜାକ୍ ଜମକରେ ଏହି ପର୍ବ ପାଳନ କରିବାକୁ ସଜବାଜ ହେଲେଣି ପଶ୍ଚିମ ଓଡ଼ିଶାବାସୀ । ହେଲେ ଭ୍ରାଦବ ମାସର ଏହି କୃଷି ଭିତ୍ତିକ ପର୍ବରେ ପନିପରିବା ଠୁଁ ଆରମ୍ଭ କରି ସରିଆଁ ଧାନ ମହଙ୍ଗା ହୋଇଛି । ନବାନ୍ନ ପାଳନ କରିବାକୁ ଧାନ କେଣ୍ଡାଏ ବି ଦେଖିବାକୁ ମିଳୁନାହିଁ ଚାଷଜମିରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଚାଷୀ ଅମଳ କରିଥିବା ବର୍ଷର ପହିଲି ଶସ୍ୟକୁ ଅର୍ପଣ କରିବ ନିଜ ଇଷ୍ଟ ଦେବଦେବୀଙ୍କ ପାଖରେ । ଅନ୍ନଦାତ୍ରୀ ମା ଲକ୍ଷ୍ମୀଙ୍କ ପାଖରେ ଗୁହାରୀ କରିବ ବର୍ଷ ସାରା ଅନ୍ନର ଅଭାବକୁ ଦୂର କରିବାକୁ । ହେଲେ ଏଥର ଖରିଫ ଋତୁରେ ଚାଷ ବିଳମ୍ବ ହୋଇଥିବାରୁ ନବାନ୍ନ ଲାଗି ବ୍ୟବହାର ହେଉଥିବା ସରିଆଁ ଧାନର ଘୋର ଅଭାବ ଦେଖା ଦେଇଛି ସୁବର୍ଣ୍ଣପୁରରେ ।

ଏପରିକି ଚାଷୀମାନେ ବେଶୀ ଅମଳ କ୍ଷମ ଧାନ ଚାଷ କରୁଥିବାରୁ ସ୍ବଳ୍ପ ମିଆଦି ଦେଶୀ ସରିଆଁ ଧାନର ଅଭାବ ଦେଖା ଦେଇଛି ବଜାରରେ । ତେବେ ପରମ୍ପରା ଅନୁଯାୟୀ ଏହି ପର୍ବ ପାଳନ କରିବାକୁ ସଭିଏଁ ପ୍ରସ୍ତୁତ ହେଉଥିଲେ ହେଁ ସରିଆଁ ଧାନର ଅଭାବ ପାଇଁ ସେତେଟା ଉତ୍ସାହ ଲୋକଙ୍କ ମଧ୍ୟରେ ପରିଲକ୍ଷିତ ହେଉନାହିଁ ।

ରାସାୟନିକ ସାର, କୀଟନାଶକ ଔଷଧ ତଥା ଆବଶ୍ୟକ ବର୍ଷାର ଅଭାବରୁ ଚାଷୀ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ କରିଥିବାରୁ ଚାଷଜମିରୁ ମୁକୁଳି ପାରିନାହିଁ । ଏବେ ଚାଷୀ ଦ୍ବିତୀୟ ଥର ପାଇଁ ରାସାୟନିକ ସାର ପ୍ରୟୋଗ କରି ପାରିନଥିବା ବେଳେ ଚାଷଜମିରେ ସରିଆଁ ଧାନ କେଣ୍ଡାଏ ସ୍ବପ୍ନ ହୋଇଛି । ନୂଆଁ ଅନ୍ନ ପ୍ରସ୍ତୁତ କରିବା ତ ଦୂରର କଥା ନବାନ୍ନ ଅର୍ପଣ କରିବାକୁ ସରିଆଁ ଧାନ କେଣ୍ଡାଏ ବି ମିଳୁନାହିଁ ବଜାରରେ । ଆଉ ଏଇ ନବାନ୍ନ ବେଳାରେ ସରିଆଁ ଧାନର ଅଭାବ ଲୋକଙ୍କ ପାଇଁ ବେଡି ଉପରେ କୋରଡା ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାର

Intro:Body:

hgfh


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.