ETV Bharat / state

ପୁଣି ଅଲୋଡା ହେଲା ଶିଶୁକନ୍ୟା, ବୁଦାମୂଳରୁ ଉଦ୍ଧାର କଲେ ମହିଳା

author img

By

Published : Jul 27, 2023, 5:46 PM IST

Updated : Jul 27, 2023, 6:05 PM IST

ସୁବର୍ଣ୍ଣପୁର ସହର ନିକଟ ଲୁଲୁ ପଡ଼ିଆ ନିକଟରୁ ଉଦ୍ଧାର ହେଲା ଶିଶୁକନ୍ୟା । ଜଣେ ମହିଳା ଶିଶୁକୁ ବୁଦାମୂଳରୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

New born baby girl rescued from bush
New born baby girl rescued from bush

ପୁଣି ଅଲୋଡା ହେଲା ଶିଶୁକନ୍ୟା, ବୁଦାମୂଳରୁ ଉଦ୍ଧାର କଲେ ମହିଳା

ସୁବର୍ଣ୍ଣପୁର: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଆଜି ପ୍ରାୟ ସାଢେ ୫ଟା ସମୟରେ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ସହରର ଲୁଲୁ ପଡିଆ ନିକଟରେ ଏକ ବୁଦାମୂଳେ ଶିଶୁକନ୍ୟାଟି ପଡିଥିବା ବେଳେ ସ୍ଥାନୀୟ ଜଣ ମହିଳା ଶିଶୁ କନ୍ୟାଟିକୁ ଉଦ୍ଧାର କରିଛନ୍ତି । ଶିଶୁ କନ୍ୟାକୁ ଜିଲ୍ଲା ଚିକିତ୍ସାଳୟର ଶିଶୁ ଓ ମାତୃ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ବେଳେ ଅଧିକ ଚିକିତ୍ସା ଲାଗି ତାକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଡାକ୍ତର ।

ଉଦ୍ଧାର ହୋଇଥିବା ଶିଶୁକନ୍ୟା ଚିକିତ୍ସାଳୟକୁ ପହଞ୍ଚିବା ପରେ ଶିଶୁ କନ୍ୟାକୁ ସ୍ବତନ୍ତ୍ର ସେବା ଓ ନିରୀକ୍ଷଣ ପ୍ରକୋଷ୍ଠରେ ରଖାଯାଇଛି । ଚିକିତ୍ସାଳୟରେ ପହଞ୍ଚିବା ସମୟରେ ଶିଶୁ କନ୍ୟା ଦେହରେ ତାପମାତ୍ରା ଅଧିକ ଥିବା ବେଳେ ହୃଦସ୍ପନ୍ଦନ ବେଶ ଧିମା ଗତିରେ ଚାଲୁଥିଲା । ଦୁର୍ବଳ ସ୍ବାସ୍ଥ୍ୟ ଯୋଗୁଁ ଶିଶୁକନ୍ୟା ଆଖି ଖୋଲି ପାରୁନଥିଲା । ଶରୀରର ଉତ୍ତାପ ଦେଖି ତୁରନ୍ତ ଡାକ୍ତର ତାକୁ ନିରୀକ୍ଷଣ ପ୍ରକୋଷ୍ଠରେ ରଖି ଚିକିତ୍ସା ଆରମ୍ଭ କରି ଦେଇଥିଲେ । ପ୍ରାୟ ତିନି ଘଣ୍ଟାର ଚିକିତ୍ସା ପରେ ଶିଶୁ କନ୍ୟାର ସ୍ବାସ୍ଥ୍ୟ ଏବେ ସ୍ଥିର ଥିବା ଡାକ୍ତର ପ୍ରକାଶ କରିଛନ୍ତି ।

ଏହା ବି ପଢନ୍ତୁ- ଖତଗଦାରୁ ଉଦ୍ଧାର ହେଲା କନ୍ୟାରତ୍ନ, ମେଡିକାଲରେ ଚାଲିଛି ଚିକିତ୍ସା

ହେଲେ ଦୁର୍ବଳ ସ୍ବାସ୍ଥ୍ୟ ଓ ଅଧିକ ଚିକିତ୍ସା ପାଇଁ ଶିଶୁ କନ୍ୟାକୁ ବଲାଙ୍ଗୀର ଭୀମଭୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ଡାକ୍ତର ଜଣାଇଛନ୍ତି । ଏହି ଖବର ଜଣାପଡିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚିକିତ୍ସାଳୟରେ ପହଞ୍ଚି ଶିଶୁ କନ୍ୟାର ସ୍ବାସ୍ଥ୍ୟ ଓ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି । ଶିଶୁକନ୍ୟାଟି ପ୍ରାୟ 28 ସପ୍ତାହ ପୂର୍ବରୁ ଜନ୍ମ ହୋଇଥିବା ଡାକ୍ତର ଅନୁମାନ କରିଛନ୍ତି । ଶିଶୁ କନ୍ୟାଟିର ନାଭି ଦେଖିବା ପରେ ପ୍ରସୂତି ମାଆ ତାକୁ ଘରେ ଜନ୍ମ ଦେଇଥିବା ଡାକ୍ତର ପ୍ରକାଶ କରିଛନ୍ତି । ଶିଶୁକୁ ଉଦ୍ଧାର କରିଥିବା ମହିଳା ଜଣକ ତାଙ୍କ ନାମ ଗୋପନ ରଖିଥିବା ବେଳେ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଏହା ବି ପଢନ୍ତୁ- ଅଲୋଡା ଶିଶୁ, ଅଳିଆଗଦାରୁ ନବଜାତକ ଉଦ୍ଧାର

ଏହା ପରେ ଡାକ୍ତରଙ୍କ ପାଖରୁ ଅନୁମତି ମାଗି ଚିକିତ୍ସାଳୟ ପରିତ୍ୟାଗ କରିଥିବା ସୂଚନା ମିଳିଛି । ଚିକିତ୍ସାଳୟ କର୍ତ୍ତୃପକ୍ଷ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଉଭୟେ ଶିଶୁକୁ ଆବଶ୍ୟକ ଚିକିତ୍ସା ଓ ସେବା ଯୋଗାଇ ଦେବା ସହିତ ଶିଶୁ ଉତ୍ତମ ସ୍ବାସ୍ଥ୍ୟ ଲାଭ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି । ତେବେ ଏଭଳି ଏକ ସମ୍ବେଦନଶୀଳ ବିଷୟ ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated :Jul 27, 2023, 6:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.