ETV Bharat / state

ଦୋକାନ ଭାଙ୍ଗି ଟଙ୍କା ଓ ରୂପା କଏନ ଚୋରି କରି ନେଲେ ଦୁର୍ବୃତ୍ତ

author img

By ETV Bharat Odisha Team

Published : Sep 22, 2023, 3:28 PM IST

ରାତି ଅଧରେ ଦୋକାନ ଆଜବେଷ୍ଟ ଭାଙ୍ଗି ଟଙ୍କା ଓ ରୂପା କଏନ ଚୋରି କରି ନେଲେ ଦୁର୍ବୃତ୍ତ । ଅଧିକ ପଢ଼ନ୍ତୁ

miscreants looted money and silver coins
miscreants looted money and silver coins

miscreants looted money and silver coins

ସୋନପୁର: ପାନ ଦୋକାନରୁ ଚୋରି । ଆଜବେଷ୍ଟସ ଭାଙ୍ଗି ଟଙ୍କା ଓ ରୂପା କଏନ ଚୋରି କରି ନେଲେ ଦୁର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି ସୋନପୁର ଜିଲ୍ଲା ଆମ୍ବେଦକର ଛକର 57 ନମ୍ବର ଜାତୀୟ ରାଜପଥର ନିକଟରେ । ସେଠାରେ ଥିବା ରାଜଲକ୍ଷ୍ମୀ ଟ୍ରେଡର୍ସ ପାନ ଦୋକାନରୁ ଦୁର୍ବୃତ୍ତମାନେ ଦେଢ଼ ଲକ୍ଷ ଟଙ୍କା ଓ 50ଟି ରୂପା କଏନ ଚୋରି କରିନେଇଥିବା ଦୋକାନ ମାଲିକ ଗଣେଶ ମହାଲିକ ଅଭିଯୋଗ କରିଛନ୍ତି ।

ପାନ ମସଲା ବିକ୍ରି ପାଇଁ କମ୍ପାନୀ ଗୁଡ଼ିକ ଡବା ସହିତ ରୂପା କଏନ ଉପହାର ଭାବେ ଦେଇଥାଆନ୍ତି । ଗୁରୁବାର ରାତିରେ ରୂପା କଏନ ଓ ଦେଢ ଲକ୍ଷ ଟଙ୍କା ଓ ଗଣେଶ ଡ୍ରରେ ରଖି ତାଲା ଦେଇ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ତେବେ ଆଜି(ଶୁକ୍ରବାର) ସକାଳୁ ପ୍ରାୟ 10ଟା ସମୟରେ ଦୋକାନ ଖୋଲିବା ପରେ ଦୋକାନର ସିଲିଂ ଓ ଆଜବେସଷ୍ଟସ ଛାତ ଭାଙ୍ଗି ଥିବା ଦେଖିବାକୁ ପାଇଥିଲେ ଗଣେଶ । ଡ୍ରରେ ଦେଖିବା ପରେ ସେଥିରେ ଟଙ୍କା ଓ ରୂପା କଏନ ନଥିବା ଜାଣିବାକୁ ପାଇଥିଲେ । ଏହାପରେ ଗଣେଶ ସଦର ଥାନାରେ ଦୋକାନରୁ ଚୋରି ସମ୍ପର୍କରେ ଏକ ଲିଖିତ ଏତଲା ଦାଖଲ କରିବା ସହିତ ଜିଲ୍ଲା ବ୍ୟବସାୟୀ ସଂଘକୁ ଜଣାଇଥିଲେ । ଜିଲ୍ଲା ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ପାଟ୍ରୋଲିଂ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ ।

ଟାଉନ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସହରର ଜନଗହଳିପୂର୍ଣ୍ଣ ମାଆ ବୁଢ଼ୀ ସମଲେଇ ମାର୍କେଟରେ ବାରମ୍ବାର ଚୋରି ହେଉଥିବା ବେଳେ ସୁରକ୍ଷା ଯୋଗାଇ ଦେବା ପାଇଁ ମାର୍କେଟର ବ୍ୟବସାୟୀମାନେ ପୋଲିସକୁ ଅନୁରୋଧ କରିଛନ୍ତି । ବ୍ଲକ ଛକ, ସ୍ପିନିଂ ମିଲ ଛକ, ନଳିନୀ ଛକ ଆଦି ସହରର ପ୍ରବେଶ ପଥ ଗୁଡିକରେ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ସହର ଭିତରେ ପାଟ୍ରୋଲିଂ କଡାକଡି କରା ଯାଇ ପାରୁ ନଥିବା ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । କେବଳ ପ୍ରବେଶ ପଥ ଗୁଡିକରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରା ନଯାଇ ବସ୍ତି ଅଞ୍ଚଳରେ ପାଟ୍ରୋଲିଂ କରିବାକୁ ଅନୁରୋଧ କରିଛନ୍ତି । ସହରରେ ଚୋରି ଡକାୟତି ସାଙ୍ଗକୁ ବ୍ୟାପକ ପରିମାଣରେ ନିଶା ଦ୍ରବ୍ୟ ଚୋରା ଚାଲାଣ ଓ କାରବାର ହେଉଥିବା ନଜରକୁ ଆସୁଥିବା ବେଳେ ପୋଲିସ ସୁରକ୍ଷା ଅଭାବରୁ ସହରର ଧନଜୀବନ ଅସୁରକ୍ଷିତ ହୋଇ ପଡ଼ିଥିବା ସ୍ଥାନୀୟ ବ୍ୟବସାୟୀ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.