ETV Bharat / state

ଏମିତି ହୋଇଛି ରାସ୍ତାକାମ, ହାତ ମାରିଲେ ଉଠୁଛି ପିଚୁ

author img

By

Published : Dec 11, 2020, 1:36 PM IST

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଅରିଗାଁ-ରାମପୁରରେ ନିମ୍ନମାନର ରାସ୍ତା କାମ । ହାତ ମାରିଲେ ଉଠି ଯାଉଛି ପିଚୁ । ଅଧିକ ପଢନ୍ତୁ...

ନିମ୍ନ ମାନର ରାସ୍ତା କାମ
ନିମ୍ନ ମାନର ରାସ୍ତା କାମ

ସୁବର୍ଣ୍ଣପୁର: ରାସ୍ତା କାମକୁ ଗୋଟିଏ ଦିନ ପୁରିନି ରାସ୍ତା ଫାଟି ଆଁ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଅରିଗାଁ-ରାମପୁରରେ ନିମ୍ନ ମାନର ରାସ୍ତା କାମ ପାଇଁ ଫଡା ଫଡା ହୋଇ ଉଠିଯାଉଛି ପିଚୁ ।

ଦିନ ତମାମ କାମ ହେବା ପରେ ପୁଣି ସକାଳୁ ରାସ୍ତା ପୂର୍ବ ଅଵସ୍ଥାକୁ ଫେରି ଆସିଛି । ଗାଁ ଲୋକଙ୍କ ହାତରେ ଉଠିଯାଉଛି ଫଡା ଫଡା ପିଚୁ । ଏହି ଦୃଶ୍ୟକୁ ଦେଖିଲେ ଯେ କେହି ବି କହିବ ରାସ୍ତା ଅତି ନିମ୍ନ ମାନର ହୋଇଛି । ରାସ୍ତା ଉପରେ ଥିବା ଧୂଳି ସବୁକୁ ବାହାର ନ କରି ତା ଉପରେ ପିଚୁ ଢାଳି ଦିଆଯାଇ ଥିବାରୁ ପିଚୁ ସବୁ ଉଠି ଯାଉଛି।

ନିମ୍ନ ମାନର ରାସ୍ତା କାମ

ଏପରି କାମରେ ଅରିଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ତିନି କିଲୋମିଟର ନଅ ଶହ ମିଟର ପିଚୁକୁ ଓପାଡ଼ି ପୁଣି ନୂତନ ଭାବେ ରାସ୍ତା ତିଆରି କରିବାକୁ ଦାବି କରିଛନ୍ତି ଗାଁ ଲୋକ । ଅରିଗାଁର ସ୍ବେଚ୍ଛାସେବୀ ସଦ୍ୟସ ବିଶ୍ବମ୍ବର ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ସାକ୍ଷାତ କରି ନୂତନ ଭାବେ ରାସ୍ତା ତିଆରି କରିବା ପାଇଁ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.