ସୁବର୍ଣ୍ଣପୁରରେ ଆଗଉନି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ

author img

By

Published : Nov 4, 2022, 1:13 PM IST

khordha balangir railway project problem in subarnapur

ସୁବର୍ଣ୍ଣପୁରରେ ଧିମେଇ ଯାଉଛି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁର: ମନ୍ଥର ଗତିରେ ଚାଲିଛି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ଜିଲ୍ଲାରେ ଜମି ଅଧିଗ୍ରହଣ କାର୍ଯ୍ୟ ଅନେକ ଦିନ ଆଗରୁ ସରିଯାଇଥିଲେ ହେଁ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହେଉ ନ ଥିବା ଅଭିଯୋଗ ହୋଇଛି । ପଶ୍ଚିମାଞ୍ଚଳର ତିନୋଟି ଜିଲ୍ଲା ସହିତ ପୂର୍ବାଞ୍ଚଳ ଯୋଡିବା ଏବଂ ଅର୍ଥନୈତିକ ବିକାଶ ପାଇଁ ଏହି ପ୍ରକଳ୍ପର ମୂଳଦୂଆ ସ୍ବାଧିନତା ପୂର୍ବରୁ ପଡିଥିଲା ।

1980 ଦଶକରେ ପ୍ରଥମ କରି ଏକ କୋଟି ଟଙ୍କା ମଞ୍ଜୁର କରାଯାଇ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ସମୁଦାୟ 100 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟ ଇତି ମଧ୍ୟରେ ଚାରି ଦଶକ ବିତିଗଲାଣି । ବଲାଙ୍ଗୀର ପଟୁ ମାତ୍ର 19 କିଲୋମିଟର ରେଳ ଲାଇନ ବିଛାଯାଇ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ ନଥିବାରୁ ଜିଲ୍ଲାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ସ୍ବେଚ୍ଛାସେବୀ କହିଛନ୍ତି, "ତେଲନଦୀରେ ରେଳ ବ୍ରିଜ କାମ ବେଶ ଧିମା ଗତିରେ ଚାଲିଥିବାବେଳେ ସହରର ଷ୍ଟେସନ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ ।

ସୁବର୍ଣ୍ଣପୁରରେ ଆଗଉନି ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ

2023 ମସିହା ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ହେଲେ ଆହୁରି ତିନି ଚାରି ଦଶକ ପରେ କାର୍ଯ୍ୟ ଶେଷ ହେବ । " ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅନେକ ସମୟରେ ପ୍ରତିନିଧି ମଣ୍ଡଳ ସାକ୍ଷାତ କରି ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଦାବି ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Khurda-Balangir Rail Project: ଖୁବଶୀଘ୍ର ହେବ ଶେଷ, ସୂଚନା ଦେଲେ ଅଶ୍ବିନୀ

ସୂଚନା ଥାଉକି, ନିକଟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବାନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଥିଲେ । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ କାର୍ଯ୍ୟ ଶେଷ ହେବା ପରେ ଏହା ନୟାଗଡ଼, ଫୁଲବାଣୀ, ବୌଦ୍ଧ, ସୋନପୁର, ଭୁବନେଶ୍ବର ଓ ବଲାଙ୍ଗୀର ଲୋକଙ୍କୁ ଯାତାୟତରେ ସୁବିଧା ଯୋଗାଇବ । ଏହି ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ଦ୍ବାରା ଖୋର୍ଦ୍ଧା ଓ ବଲାଙ୍ଗୀର ମଧ୍ୟରେ ଦଶପଲ୍ଲା ଦେଇ ଖୁବ କମ ସମୟରେ ଲୋକେ ଯାତାୟତ କରିପାରିବେ । ଏହି ପ୍ରକଳ୍ପର ସୁବିଧା ନେବା ଲାଗି ଲୋକେ ବହୁ ଦିନରୁ ଅପେକ୍ଷା କରିଥିବାବେଳେ ଏହାର କାର୍ଯ୍ୟ ମଧ୍ୟ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଏହି ରେଳପଥ ଦେଇ ଲୋକେ ଖୁବ କମ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବା ସହିତ ସେମାନଙ୍କ ବହୁ ମୂଲ୍ୟ ସମୟ ମଧ୍ୟ ବଞ୍ଚିପାରିବ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.