ETV Bharat / state

ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଶିଶୁ ମୃତ୍ୟୁ ଘଟଣା, ନିଜ ମୁଣ୍ଡରୁ ଦୋଷ ଛଡାଇଲା ବନ ବିଭାଗ

author img

By ETV Bharat Odisha Team

Published : Dec 10, 2023, 9:42 PM IST

electric shock death in Subarnapur
electric shock death in Subarnapur

Two boys die of Electrocution: ଉଲୁଣ୍ଡା ବନାଞ୍ଚଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ବାଳକଙ୍କ ମୃତ୍ୟୁ ଘଟଣା । ନିଜ ମୁଣ୍ଡରୁ ଦୋଷ ଛଡାଇଲା ବନ ବିଭାଗ । ଅଧିକ ପଢନ୍ତୁ

ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଶିଶୁ ମୃତ୍ୟୁ ଘଟଣା, ନିଜ ମୁଣ୍ଡରୁ ଦୋଷ ଛଡାଇଲା ବନ ବିଭାଗ

ସୁବର୍ଣ୍ଣପୁର: ଜିଲ୍ଲାର ଉଲୁଣ୍ଡା ବନାଞ୍ଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ବାଳକଙ୍କ ମୃତ୍ୟୁ ଘଟଣା । ନିଜ ମୁଣ୍ଡରୁ ଦୋଷ ହଟେଇ ରାଜସ୍ବ ବିଭାଗର ମୁଣ୍ଡରେ ଲଦି ଦେଇଛି ବନ ବିଭାଗ । ଜଙ୍ଗଲ ଅଞ୍ଚଳରେ ମୃତ୍ୟୁବରଣ କରିଥିବା ବାଳକମାନେ ପ୍ରକୃତରେ ରାଜସ୍ବ ବିଭାଗ ଜଙ୍ଗଲରେ ମୃତ୍ୟୁ ହୋଇଥିବା ବନ ବିଭାଗ କହିଛି । ପୋଲିସ ଓ ରାଜସ୍ବ ବିଭାଗ ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜିଲ୍ଲାର ସହକାରୀ ବନ ସଂରକ୍ଷକ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଜିଲ୍ଲାର ବନ ବିଭାଗର ଜଙ୍ଗଲରେ ଯଦି ବାଳକ ଦ୍ବୟଙ୍କ ମୃତ୍ୟୁ ହୋଇଥାନ୍ତା, ତେବେ ବନ ବିଭାଗ ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ । ହେଲେ ବନ ବିଭାଗ ରାଜସ୍ବ ଜଙ୍ଗଲରେ ଏହି ଅଘଟଣ ହୋଇଥିବା କହିଛି । ପୋଲିସ ଓ ରାଜସ୍ବ ବିଭାଗ ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜିଲ୍ଲାର ସହକାରୀ ବନ ସଂରକ୍ଷକ ନିଜ ପ୍ରତିକ୍ରିୟା ରଖିଛନ୍ତି । ପ୍ରକୃତରେ ଜିଲ୍ଲାରେ ବ୍ୟାପକ ପରିମାଣରେ ଅବାଧ ବନ୍ୟଜନ୍ତୁଙ୍କ ଶିକାର ହେଉଛି । ଜନ୍ତୁ ଶିକାରୀ ତଥା ଦୁର୍ବୃତ୍ତମାନେ ଜଙ୍ଗଲ ଅଞ୍ଚଳରେ ଯାଇଥିବା ହେବିୱେଟ ବିଦ୍ୟୁତ ତାରରୁ ବିଦ୍ୟୁତ ସଂଯୋଗ କରି ବନ୍ୟଜନ୍ତୁ ଶିକାର କରୁଛନ୍ତି ।

ଏହା ବି ପଢନ୍ତୁ- ବାର୍‌ହା ଫାଶ ନେଲା ଜୀବନ; ବିଦ୍ୟୁତ ତାର ଲାଗି 2 ଶିଶୁ ମୃତ

ଖୋଲା ଲୁହାଛଡ ବନ୍ଧା ସଁପୁର ଲୁହାତାରକୁ ଏକ ବିରାଟ ଅଞ୍ଚଳରେ ବିଛାଇ ଦେଇ ବିଦ୍ୟୁତ ସଂଯୋଗ କରୁଛନ୍ତି । ଫଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅନେକ ଧନ ଜୀବନ ନଷ୍ଟ ହେଉଛି । ଗତ ବର୍ଷକ ପୂର୍ବରୁ ଏହି ଅଞ୍ଚଳରେ ଏକ କଲରା ପତରିଆ ବାଘ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲା । ଶିକାରୀମାନେ ବାଘ ଛାଲ, ନଖ, ଦାନ୍ତ କାଟି ନେଇ ଯାଇଥିଲେ । ଏହାର ତଦନ୍ତ କରି ଯଦିଓ ବନ ବିଭାଗ ୬ ଜଣଙ୍କୁ ଗିରଫ କରିବା ସହିତ ଦାୟିତ୍ବହୀନ ବନ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ତଥାପି ବନ ବିଭାଗର ଦାୟିତ୍ବହୀନ କାର୍ଯ୍ୟ ଯୋଗୁଁ ଲୋପ ପାଇଯାଉଥିବା ବାଘ ପରି ଜନ୍ତୁର ମୃତ୍ୟୁ ହୋଇଥିଲା । କିଲୋମିଟର କିଲୋମିଟର ବ୍ୟାପି ଶିକାରୀମାନେ ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁଙ୍କ ଶିକାର କରୁଛନ୍ତି ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହାବଳ ବାଘ, ଦନ୍ତା ହାତୀଙ୍କଠାରୁ ଆରମ୍ଭ କରି କୁଟୁରା ପର୍ଯ୍ୟନ୍ତ ଶିକାର କରୁଛନ୍ତି । ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁଙ୍କ ଶିକାର ରୋକିବା ପାଇଁ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି । ସରକାର ଗାଡି ମୋଟର ସହିତ ଆବଶ୍ୟକ ସରଞ୍ଜାମ ଯୋଗାଇ ଦେଇଛନ୍ତି । ହେଲେ ବନ ବିଭାଗର ଅବହେଳା ଯୋଗୁଁ କେତେବେଳେ ବନ୍ୟଜନ୍ତୁ ତ କେତେବେଳେ ମଣିଷ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରୁଛନ୍ତି । ହେଲେ ବନ ବିଭାଗ କେତେବେଳେ ବିଦ୍ୟୁତ ବିଭାଗ ତ କେତେବେଳେ ରାଜସ୍ବ ବିଭାଗ ଉପରେ ଦୋଷ ଲଦି ଖସି ଯିବାକୁ ଚେଷ୍ଟା କରୁଛି । ଉଲୁଣ୍ଡା ବ୍ଳକ ହାତିଲିମୁଣ୍ଡାରେ ଘଟିଥିବା ଦୁଇ ବାଳକର ମୃ୍ତ୍ୟୁକୁ ନେଇ ଉଲୁଣ୍ଡା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ମୃତକଙ୍କ ପରିବାର ଓ ଗାଁ ଲୋକେ ତୁରନ୍ତ କ୍ଷତିପୂରଣ ଦେବା ସହିତ ବନବିଭାଗ ବନ୍ୟଜନ୍ତୁଙ୍କ ଶିକାର ମାମଲାରେ ସମ୍ବେଦନଶୀଳ ହୋଇ ଏହା ଉପରେ ଅଙ୍କୁଶ ଲଗାଇବାକୁ ଦାବି ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.