ETV Bharat / state

ରିଂରୋଡ୍ ପାଇଁ ସରକାରୀ ଜମି ଉଚ୍ଛେଦ, ଜବରଦଖଲକାରୀଙ୍କ ଉତ୍ତେଜନା

author img

By

Published : Oct 26, 2022, 2:09 PM IST

demolition of land for ring road in subarnapur
ରିଂରୋଡ୍ ପାଇଁ ସରକାରୀ ଜମି ଉଚ୍ଛେଦ, ଜବରଦଖଲକାରୀଙ୍କ ଉତ୍ତେଜନା

ସୁବର୍ଣ୍ଣପୁରରେ ମହାନଦୀ ତଟରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ ହୋଇଛି । ଘଟଣାସ୍ଥଳରେ ଦେଖାଦେଇଛି ଉତ୍ତେଜନା । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଘୋଡାଘାଟପଡାର ମହାନଦୀ ତଟରେ ସରକାରୀ ଜମି ଜବରଦଖଲର ଉଚ୍ଛେଦ ହୋଇଛି । ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେଙ୍କ ନିର୍ଦ୍ଦେଶରେ ଉପ ଜିଲ୍ଲାପାଳଙ୍କ ସମେତ ରାଜସ୍ବ ଅଧିକାରୀମାନଙ୍କ ଉପସ୍ଥିତିରେ ମହାନଦୀ ତଟରେ ବେଆଇନ ଭାବେ ତିଆରି କରିଥିବା ଲୋକଙ୍କ ଘରଗୁଡିକ ଭାଙ୍ଗି ଦିଆଯାଇଛି । ସେହିପରି ବେଆଇନ ଭାବେ ସରକାରୀ ଜମି ଜବରଦଖଲ କରି ବାଡି ବଗିଚା କରିଥିବା ଜମିରୁ ବି ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି । ଏହି ସମୟରେ ଜବଲଦଖଲକାରୀଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା।

ରିଂରୋଡ୍ ପାଇଁ ସରକାରୀ ଜମି ଉଚ୍ଛେଦ

ପୌର ପରିଷଦ ନିର୍ବାହୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ବେଆଇନ ଭାବେ ତିଆରି ହୋଇଥିବା ଘର ଉପରେ ବୁଲଡୋଜର ଚଢ଼ିଥିଲା । ଏଥିରେ ପୌର କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ । ଗତ ଦଶନ୍ଧି ହେଲା ମହାନଦୀରୁ ତେଲନଦୀ ଯାଏଁ ନଦୀକୂଳରେ ରିଂରୋଡ କାର୍ଯ୍ୟ ଚାଲିଛି । ତେବେ ରାସ୍ତା ପାଇଁ ଆବଶ୍ୟକ ସରକାରୀ ଜମି ସବୁ ଛାଡି ଦେବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ଜବରଦଖଲକାରୀଙ୍କୁ ବାରମ୍ବାର ସୂଚନା ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଜଙ୍ଗଲ ପର୍ଯ୍ୟଟନ ବିକାଶକୁ ଅଣଦେଖା ନେଇ ଅସନ୍ତୋଷ

ଏପରିକି ଜବରଦଖଲକାରୀଙ୍କୁ ନୋଟିସ ବି ଜାରି କରାଯାଇଥିବା ରାଜସ୍ବ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ସରକାରୀ ସେମାନେ ଜମି ନ ଛାଡିବାରୁ ଆଜି ପୋଲିସ ସମେତ ପୌର କର୍ମଚାରୀ,ରାଜସ୍ବ କର୍ମଚାରୀମାନେ ମିଳିତ ଭାବେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିଛନ୍ତି । ଅନ୍ୟପଟେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାରୁ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.