ETV Bharat / state

ଜଙ୍ଗଲ ପର୍ଯ୍ୟଟନ ବିକାଶକୁ ଅଣଦେଖା ନେଇ ଅସନ୍ତୋଷ

author img

By

Published : Oct 15, 2022, 5:39 PM IST

ପ୍ରାକୃତିକ ପରିବେଶରେ ଭର୍ତ୍ତି ରହିଥିବା ସୁବର୍ଣ୍ଣପୁରରେ ପର୍ଯ୍ୟଟନ ବିକାଶ ହେଉନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବେଶବିତ୍‌ । ଅଧିକ ପଢ଼ନ୍ତୁ

development of forest tourism in subarnapur
ଜଙ୍ଗଲ ପର୍ଯ୍ୟଟନ ବିକାଶକୁ ଅଣଦେଖା

ସୁବର୍ଣ୍ଣପୁର: ଜିଲ୍ଲାରେ ଜଙ୍ଗଲ ପର୍ଯ୍ୟଟନର ପର୍ଯ୍ୟାପ୍ତ ଭିତ୍ତିଭୂମୀ ଥିଲେ ହେଁ ପର୍ଯ୍ୟଟନର ବିକାଶ ହୋଇପାରୁ ନ ଥିବା ଅଭିଯୋଗ ହେଉଛି । ପ୍ରାକୃତିକ ଶୋଭାରାଜିରେ ଭରପୁର ଏହି ଜିଲ୍ଲାରେ 18.34 ପ୍ରତିଶତ ଜଙ୍ଗଲ ରହିଛି । ଜିଲ୍ଲାର ତିଲେଇମାଲ, ବାରପାହାଡ, ଅର୍ଜୁନପୁର, ସିଣ୍ଢୋଲ, ମହୁଲପାଲି, ଲଛିପୁର ସହିତ ସିଂହାସନ ଜଙ୍ଗଲର ତେତେଲଖୁଲିଆ, ମହୁଲଖୁଲିଆ ଆଦି ଘଞ୍ଚ ଜଙ୍ଗଲରେ ଭରି ରହିଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ ନିମନ୍ତେ ବିକାଶ କରିବାକୁ ପରିବେଶବିତମାନେ ଦାବି କରିଛନ୍ତି ।

ଜଙ୍ଗଲ ପର୍ଯ୍ୟଟନ ବିକାଶକୁ ଅଣଦେଖା

ସୁବର୍ଣ୍ଣପୁର ଜଙ୍ଗଲରେ ବାଘ, ହାତୀ, ହରିଣ, ଭାଲୁ, କୁଟୁରା, ସମ୍ବର ଓ ମୟୁର ଆଦି ଅନେକ ବନ୍ୟଜନ୍ତୁ ଓ ପକ୍ଷୀ ବାସ କରୁଛନ୍ତି । ଲକ୍ଷାଧିକ ସଂଖ୍ୟାରେ ଜିଲ୍ଲାକୁ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ସୁଅ ଛୁଟୁଛି । ଜଙ୍ଗଲରେ ମୂଲ୍ୟବାନ ବୃକ୍ଷ ସହିତ ଔଷଧିୟ ବୃକ୍ଷଲତାରେ ଭରପୁର ରହିଛି । ଜିଲ୍ଲାର ପର୍ଯ୍ୟଟନ ପାତାଳୀ ଶ୍ରୀକ୍ଷେତ୍ର, ପୂଜାଡୁଙ୍ଗୁରୀ, ସିଂହାସନ ଜଙ୍ଗଲ ଭିତରେ ମା' ମେଟାକାନୀଙ୍କ ପୀଠକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।

ଏହା ମଧ୍ୟ ପଢ଼ନ୍ତୁ: ସୁବର୍ଣ୍ଣପୁର ପୌର ପରିଷଦରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ବିଜେପିର ଆନ୍ଦୋଳନ ଚେତାବନୀ

ହେଲେ ରାଜ୍ୟ ସରକାର ଜଙ୍ଗଲ ପର୍ଯ୍ୟଟନ ଭିତ୍ତିଭୂମୀର ବିକାଶ କରୁ ନଥିବା ଅଭିଯୋଗ ହେଉଛି । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଏହି ଜିଲ୍ଲାରେ ଜଙ୍ଗଲ ପର୍ଯ୍ୟଟନର ସୁଯୋଗ ସୃଷ୍ଟି ହେଲେ ଜିଲ୍ଲାର ଅର୍ଥନୈତିକ ବିକାଶ ସହିତ ପରିବେଶ ସୁରକ୍ଷା ହୋଇ ପାରିବ ବୋଲି ପରିବେଶବିତ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.