ETV Bharat / state

ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ମହାବଳୀ ଯାତ୍ରା, ଜାଣନ୍ତୁ ଏହାର ବିଶେଷତ୍ୱ

author img

By ETV Bharat Odisha Team

Published : Oct 9, 2023, 6:51 PM IST

ସୁବର୍ଣ୍ଣପୁର ବଳୀଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ । ଏଥିରେ 36ଟି ସଂପ୍ରଦାୟର ସେବାୟତ ସାମିଲ ହୋଉଥିବା ବେଳେ ତାନ୍ତ୍ରିକ ପଦ୍ଧତିରେ ମା' ଦୁର୍ଗାଙ୍କୁ ଆରାଧନା କରିବାର ବିଧି ରହିଛି । ଅଧିକ ପଢନ୍ତୁ

ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ମହାବଳୀ ଯାତ୍ରା , ଆସନ୍ତୁ ଜାଣିବା ଏହାର ବିଶେଷତ୍ୱ
ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ମହାବଳୀ ଯାତ୍ରା , ଆସନ୍ତୁ ଜାଣିବା ଏହାର ବିଶେଷତ୍ୱ

ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ମହାବଳୀ ଯାତ୍ରା , ଆସନ୍ତୁ ଜାଣିବା ଏହାର ବିଶେଷତ୍ୱ

ସୁବର୍ଣ୍ଣପୁର: ଆରମ୍ଭ ହୋଇଛି ପାର୍ବଣ ଋତୁ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର । ସେହିପରି ଆରମ୍ଭ ହେବାକୁ ଯାଉଛି ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ବଳୀଯାତ୍ରା । ଦେବୀ ମା' ଦୁର୍ଗାଙ୍କ ଧରାବତରଣ ସାଙ୍ଗକୁ ପ୍ରତିଟି ଶକ୍ତି ପୀଠରେ ଭିନ୍ନ ଭିନ୍ନ ଭାବେ ପୂଜା ଆରାଧନା କରାଯାଏ । ସୋନପୁର ଗଡଜାତର ଐତିହାସିକ ବଳୀଯାତ୍ରା ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଏଠାକାର ପୂଜା ପରମ୍ପରା ସବୁଠୁ ନିଆରା । ତାନ୍ତ୍ରିକ ପଦ୍ଧତିରେ ଦେବୀ ମା' ଦୁର୍ଗାଙ୍କୁ ଆରାଧନା କରିବାର ବିଧି ରହିଛି ।

ଆସନ୍ତୁ ଜାଣିବା ବଳୀଯାତ୍ରା କ'ଣ ?

ଆଶ୍ବିନ ମହାଳୟାରୁ ଆରମ୍ଭ ହେଉଥିବା ଏହି ବଳୀଯାତ୍ରା ପୂର୍ଣ୍ଣମୀ ତିଥିରେ ସମାପନ ହୁଏ । ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ବାଉତି ଛତ୍ର ଶୋଭାଯାତ୍ରା,ଉଆଁସ ବଳୀ,ବୁଢାରଜା ବଳୀ ଆଦି କାର୍ଯ୍ୟ ହେଉଥିବା ବେଳେ ଦେବୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଓ ମହାନବମୀର ମହାବଳୀ ପର୍ବ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଏ ।

ତେବେ ଏହି ବଳୀଯାତ୍ରାରେ 36 ଟି ସଂପ୍ରଦାୟର ସେବାୟତ ସାମିଲ ହୋଇଥିାନ୍ତି । ପୁରୋହିତ,ଗାୟନ,ଚାରିଘରିଆ,ଛିପି, ମଶାଲତି, ବାଦ୍ୟକାର,ବରୁଆ,ଡାଂଗୁଆ ,ତେଲି,ଝାଙ୍କର, ଥନାପତି ସେବାୟତ ଆଦି ଏହି ଭଳି 36ଟି ସଂପ୍ରଦାୟର ସେବାୟତ ନିଜକୁ ସାମିଲ କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ...ଦୁର୍ଗାପୂଜା ପାଇଁ ଜଗତସିଂହପୁରରେ ପ୍ରସ୍ତୁତି ଜୋରଦାର

କେଉଁ ସେବାୟତ ଦହି,ଦହନା,ନଡିଆ,ମନ୍ଦାର ଫୁଲ,ଅଗୁର,ଚନ୍ଦନ ଆଦି ଯୋଗାଇ ଦେଇଥାଏ ପୁଣି କିଏ ଛତି ,ଛତ୍ର ,ପରଭା ,ଦେବୀଙ୍କ ବସ୍ତ୍ର ଆଦି ଯୋଗାଇ ଦିଏ । କିଏ ତେଲ,ମଶାଲ,ନଡା,ବାଉଁଶ ଆଦି ଯୋଗାଇ ଦେଇଥାନ୍ତି । ଏହା ସହ ପୂଜାର୍ଚ୍ଚାନ କରିବା ପାଇଁ ବିଭିନ୍ନ ସେବାୟତ ମାନେ ନିୟୋଜିତ ହୋଇଥାନ୍ତି । ଦେବୀଙ୍କ ଆଗରେ ଷୋହଳ ଭର୍ଣ୍ଣି ବାଦ୍ୟ ବଜାଏ । ତେବେ ତାନ୍ତ୍ରୀକ ପଦ୍ଧତିରେ ଅନେକ ରହସ୍ୟମୟ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ଏହି ବଳୀ ପର୍ବ ପାଳନ କରାଯାଏ ।

ବଳୀ ପରମ୍ପରା କ'ଣ ?

ସାଧାରଣ ତହ ବଳୀ କହିଲେ ପୁଶୁ ଓ ପକ୍ଷୀଙ୍କ ହତ୍ୟାକୁ ବୁଝାଉଥିବା କିନ୍ତି ଏଠାରେ ବଳୀ କହିଲେ ବରୁଆକୁ ବୁଝାଇଥାଏ । ଯେଉଁ ସେବାୟତଙ୍କ ଠାରେ ତନ୍ତ୍ରର ପ୍ରୟୋଗରେ ଷୋହଳ ଭର୍ଣ୍ଣି ବାଦ୍ୟର ତାଳେ ତାଳେ ଦୈବୀଶକ୍ତି ଆରାଧନା କରାଯାଏ ଥାଏ ତାହାକୁ ବଳୀ ବୋଲି କୁହାଯାଏ ।ଏହି ତନ୍ତ୍ର ପୀଠରେ ଯନ୍ତ୍ର ଓ ମନ୍ତ୍ରର ପ୍ରୟୋଗରେ ଦୈବୀଶକ୍ତିର ଆରାଧନା କରାଯାଇଥାଏ , ଯାହା ଅନ୍ୟତ୍ର ବଳୀଯାତ୍ରାରେ ଦେଖିବାକୁ ମିଳେ ନାହିଁ ।ଏହି ପର୍ବ ସମୟରେ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭିଡ ଲାଗିଥାଏ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.