ETV Bharat / state

ପାତାଳୀ ଶ୍ରୀକ୍ଷେତ୍ରରେ ରତ୍ନବେଦୀକୁ ବାହୁଡୁଛନ୍ତି ଶ୍ରୀଜିଉ

author img

By

Published : Jul 9, 2022, 1:11 PM IST

ପାତାଳୀ ଶ୍ରୀକ୍ଷେତ୍ରରେ ରତ୍ନବେଦୀକୁ ବାହୁଡୁଛନ୍ତି ଶ୍ରୀଜୀଉ
ପାତାଳୀ ଶ୍ରୀକ୍ଷେତ୍ରରେ ରତ୍ନବେଦୀକୁ ବାହୁଡୁଛନ୍ତି ଶ୍ରୀଜୀଉ

ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀକୁ ଫେରୁଛନ୍ତି ମହାବାହୁ । ପାତାଳୀ ଶ୍ରୀକ୍ଷେତ୍ରରେ ମଧ୍ୟ ବିଗ୍ରହମାନଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହେଉଛି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁର: ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନବେଦୀକୁ ଫେରୁଛନ୍ତି ମହାବାହୁ । ୭ଦିନ ପରେ ଭାଇ ଭଉଣୀକୁ ସାଥିରେ ଧରି ଆଜି ଘର ବାହୁଡା କଳାଠାକୁର । ପାତାଳୀ ଶ୍ରୀକ୍ଷେତ୍ରରେ ମଧ୍ୟ ବିଗ୍ରହମାନଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି । ପୁରୀର ରୀତି ନୀତି ଓ ସମୟ ନିର୍ଘଣ୍ଟ ଆଧାରରେ ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରରେ ମଧ୍ୟ ବାହୁଡା ନୀତିକ୍ରାନ୍ତି କରାଯାଉଛି । ଛଳିଆ ପାହାଡର ପାଦ ଦେଶରେ ମାଉସୀ ମା’ ମନ୍ଦିରରୁ ଶ୍ରୀ ବିଗ୍ରହମାନଙ୍କ ଧାଡି ପହଣ୍ଡି ଆରମ୍ଭ ହୋଇଛି । ସକାଳୁ ଦ୍ବାରଫିଟା, ମଙ୍ଗଳ ଆଳତୀ, ସକାଳ ଧୂପ, ନୈବେଦ୍ୟ ପ୍ରଦାନ ପରେ ତିନିଠାକୁର ସ୍ବମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।

ପାତାଳୀ ଶ୍ରୀକ୍ଷେତ୍ରରେ ରତ୍ନବେଦୀକୁ ବାହୁଡୁଛନ୍ତି ଶ୍ରୀଜୀଉ

ହରିବୋଲ ହୁଳହୁଳି ଧ୍ବନିରେ ମୁଖରିତ ହେଉଛି ସାରା ପରିବେଶ । ପ୍ରାକୃତିକ ପରିବେଶ ଭିତରେ ପ୍ରାୟ ଦୁଇଶହ ଫୁଟ ଉପରେ ଛଳିଆ ପାହାଡରେ ଥିବା ଶ୍ରୀମନ୍ଦିରକୁ ଚତୁର୍ଦ୍ଧା ବିଗ୍ରହଙ୍କୁ ପୁଣି ପହଣ୍ଡି କରି ନିଆଯିବ । ଏଥିପାଇଁ ରଥଯାତ୍ରା କମିଟି ଓ ସେବାୟତମାନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦୁଇଶହରୁ ଅଧିକ ଫୁଟ ଉଚ୍ଚରେ ଥିବା ଶ୍ରୀମନ୍ଦିରକୁ ଶ୍ରୀ ବିଗ୍ରହମାନଙ୍କୁ ଧାଡି ପହଣ୍ଡିରେ ପୁଣି ନେବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରାକୃତିକ ପରିବେଶ ଭିତରେ ସୃଷ୍ଟି ହୋଇଥିବା ଆଧ୍ୟାତ୍ମିକ ପର୍ବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ବହୁଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ପାତାଳୀ ଶ୍ରୀକ୍ଷେତ୍ରକୁ ପହଞ୍ଚି ବିଭୂକୃପା ସାଉଁଟିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.