ବୁର୍ଲା ଭୀମସାରରେ 4 ଶିଶୁଙ୍କୁ ଜନ୍ମ ଦେଲେ ମହିଳା

author img

By

Published : Sep 21, 2022, 9:50 PM IST

ବୁର୍ଲା ଭୀମସାରରେ 4 ଶିଶୁଙ୍କ ଜନ୍ମ ଦେଲେ ମହିଳା

ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲ ରେ ଏକା ସାଙ୍ଗରେ 4ଜଣଙ୍କୁ ଜନ୍ମ ଦେଲେ ସୋନପୁର ଜିଲ୍ଲାର ଜଣେ ଗର୍ଭବତୀ ମହିଳା (Woman Gives Birth To Quadruplets) । 4 ଶିଶୁଙ୍କ ମଧ୍ୟରେ ଜଣେ ଶିଶୁ ପୁତ୍ର ଓ ତିନି ଜଣ ଶିଶୁ କନ୍ୟା । ଅଧିକ ପଢନ୍ତୁ

ସମ୍ବଲପୁର: ବୁର୍ଲା ଡାକ୍ତରଖାନାରେ ଏକାଥରକେ 4 ଛୁଆଙ୍କୁ ଜନ୍ମଦେଲା ଜଣେ ମହିଳା ( Woman Gives Birth To Quadruplets ) । ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲରେ ଏକା ସାଙ୍ଗରେ 4ଜଣଙ୍କୁ ଜନ୍ମ ଦେଇଛନ୍ତି ସୋନପୁର ଜିଲ୍ଲାର ଜଣେ ଗର୍ଭବତୀ ମହିଳା । ଏକା ସାଙ୍ଗରେ ଚାରି ଶିଶୁଙ୍କୁ ଜନ୍ମ ଦେବା ବୁର୍ଲା ଡାକ୍ତରଖାନା ଇତିହାସରେ ପ୍ରଥମ ଘଟଣା । ତେବେ ମାଆ ଓ ଚାରି ଶିଶୁଙ୍କ ଅବସ୍ଥା ସ୍ଥିର ରହିଛି ।

ସୂଚନା ଅନୁଯାୟୀ, ସୋନପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବଂଝିପାଲି ଗ୍ରାମର ଜଣେ ମହିଳା ଙ୍କୁ ବୁର୍ଲା ଡାକ୍ତରଖାନା ର ସ୍ତ୍ରୀ ଓ ପ୍ରସୂତି ବିଭାଗ ରେ ଭର୍ତ୍ତି କରାଯାଇଥିଲା । ସ୍ବଭାବିକ ପ୍ରସବ ନହେବାରୁ ବିଭାଗୀୟ ଡାକ୍ତର ମହିଳାଙ୍କ ଅସ୍ତ୍ରୋପଚାର କରି 4 ଶିଶୁଙ୍କ ଜନ୍ମ କରାଇ ଥିଲେ ।

4 ଶିଶୁଙ୍କ ମଧ୍ୟରେ ଜଣେ ଶିଶୁ ପୁତ୍ର ହୋଇଥିବା ବେଳେ ତିନି ଜଣ ଶିଶୁ କନ୍ୟା ଜନ୍ମ ହୋଇଛନ୍ତି । 4 ନବଜାତଙ୍କ ମଧ୍ୟରୁ ଦିନ2 PM ସମୟରେ ପ୍ରଥମେ ଦୁଇ ଶିଶୁ କନ୍ୟା ଜନ୍ମ ନେଇଥିବା ବେଳେ ଆଉ ଜଣେ ଶିଶୁ କନ୍ୟା 2.02 PM ଜନ୍ମ ନେଇଥିଲେ । ସେହିପରି ଶିଶୁପୁତ୍ର ଟି 2.04 PM ସମୟରେ ଜନ୍ମ ଗ୍ରହଣ କରିଥିଲା ।

ଜନ୍ମ ଗ୍ରହଣ କରିଥିବା 4 ନବଜାତଙ୍କ ମଧ୍ୟରୁ ଏକମାତ୍ର ଶିଶୁପୁତ୍ର ଓ 2 ଜଣ ଶିଶୁକନ୍ୟାଙ୍କ ଓଜନ 1 କିଲୋଗ୍ରାମ ରୁ କମ୍ ରହିଛି । ଜନ୍ମ ପରେ ଚାରି ଶିଶୁଙ୍କୁ SNCU ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ବୁର୍ଲା ଡାକ୍ତରଖାନା ସୂତ୍ରରୁ କୁହାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.