ETV Bharat / state

ଗନ୍ଧମାର୍ଦ୍ଦନର ପର୍ବତରେ 800 ପ୍ରକାର ଔଷଧୀୟ ଗଛ, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ରିର୍ସଚ୍ଚ ଆରମ୍ଭ

author img

By ETV Bharat Odisha Team

Published : Oct 8, 2023, 6:36 AM IST

ଗନ୍ଧମାର୍ଦ୍ଦନ ପର୍ବତରେ ରହିଛି ଅନେକ ପ୍ରକାର ଔଷଧୀୟ ଚାରା । ଔଷଧୀୟ ଚାରାଗୁଡିକୁ ସୁରକ୍ଷା ଦେବା ସହ ସଂରକ୍ଷିତ କରି ରଖିବାକୁ ଉଦ୍ୟମ ଆରମ୍ଭ କରିଛି ସମ୍ବଲପୁର ବିଶ୍ୱ ବିଦ୍ୟାଳୟ l ଅଧିକ ପଢନ୍ତୁ

ଗନ୍ଧମାର୍ଦ୍ଦନ ପର୍ବତରେ ରହିଛି ଅନେକ ପ୍ରକାର ଔଷଧୀୟ ଚାରା
ଗନ୍ଧମାର୍ଦ୍ଦନ ପର୍ବତରେ ରହିଛି ଅନେକ ପ୍ରକାର ଔଷଧୀୟ ଚାରା

ଗନ୍ଧମାର୍ଦ୍ଦନ ପର୍ବତରେ ରହିଛି ଅନେକ ପ୍ରକାର ଔଷଧୀୟ ଚାରା

ସମ୍ବଲପୁର: ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଳ ସ୍ଥିତ ନୃସିଂହନାଥ ପୀଠ । ଏଠାରେ ବାବା ନୃସିଂହନାଥ ମାର୍ଜାର କେଶରୀ ଭାବେ ପୂଜା ପାଉଛନ୍ତି । ତେଣେ ଏହା ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଆଧ୍ୟାତ୍ମିକ ସ୍ଥଳୀ ଭାବେ ପରିଗଣିତ । ତେବେ ଏଠାରେ ଥିବା ଗନ୍ଧମାର୍ଦ୍ଦନ ପର୍ବତର ଏକ ସ୍ୱତନ୍ତ୍ରତା ରହିଛି । ଗବେଷଣାରୁ ଯାହା ଜଣା ପଡିଛି ଏଠାରେ 800 ପ୍ରକାର ଆୟୁର୍ବେଦିକ ଔଷଧୀୟ ଗଛ ରହିଛି । ଏହିସବୁ ଔଷଧୀୟ ଗଛରେ ଅନେକ ଦୁରାରୋଗ୍ୟ ରୋଗ ଉପଶମ ହୋଇପାରେ ବୋଲି ସ୍ଥାନୀୟ ବୈଦ୍ୟ କୁହନ୍ତି । ତେବେ ଏଠାରେ ଥିବା ଏହି ମୂଲ୍ୟବାନ ଗଛ ଗୁଡିକ ଧୀରେଧୀରେ ଲୋପ ପାଇବାର ସମ୍ଭାବନା ରହିଛି । ତେଣୁ ଏହିଭଳି ଗଛଗୁଡ଼ିକୁ ବଞ୍ଚାଇ ରଖିବା ସହ ଏଗୁଡିକୁ ସଂରକ୍ଷଣ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛି ସମ୍ବଲପୁର ବିଶ୍ୱ ବିଦ୍ୟାଳୟ । ଏହାସହ ଏହି ଔଷଧୀୟ ଚାରା ଗୁଡ଼ିକ ଉପରେ ଗବେଷଣା ମଧ୍ୟ କରୁଛି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ବୟୋଟେକନୋଲୋଜି ଓ ବାୟୋଇନ୍‌ଫର୍‌ମେଟିକ୍ସ ବିଭାଗ ।

ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପରିସର ଭିତରେ ପ୍ରତିଷ୍ଠା ହୋଇଛି ଏକ ଔଷଧୀୟ ବୃକ୍ଷ ଉଦ୍ୟାନ । ଏଠାରେ ଗନ୍ଧମାର୍ଦ୍ଦନ ପର୍ବତର 123 ପ୍ରକାର ଔଷଧୀୟ ଗଛ ଆଣି ଲଗା ଯାଇଛି l ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳର ସ୍ଥାନୀୟ ବୈଦ୍ୟଙ୍କ ପରାମର୍ଶ ଅନୁସାରେ ଏହି ସବୁ ଚାରା ଅଣାଯାଇଥିଲା ଏଠି ଲଗା ଯାଇଛି ଓ ଏଗୁଡ଼ିକ ଔଷଧୀୟ ଗୁଣ ନେଇ ବୈଜ୍ଞାନିକଙ୍କ ଅନୁସନ୍ଧାନ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ..World Cup 2023: ଚକଖଡିରେ ବିଶ୍ବକପ ଗଢି ଶୁଭେଚ୍ଛା ଜଣାଇଲେ କଟକ ଛାତ୍ର

ଏହି ସବୁ ଗବେଷଣା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପାଣ୍ଠି ପ୍ରଦାନ କରିଛି । ଏହା ସହାୟତାରେ ଏଠାରେ ଏକ ସେଣ୍ଟର ଅଫ୍‌ ଏକସିଲେନ୍ସ ବା ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇ ଗବେଷଣା କରାଯାଉଛି । ସୁଦ୍ଧା ଏଠାରେ ଡାଇବେଟିସ୍‌ ଓ ଫ୍ୟାଲେରିଆ ରୋଗ ପାଇଁ 2 ଗୋଟି ପେଟେଣ୍ଟ କରାଯାଇସାରିଛି । ଅନ୍ୟପଟେ ଆହୁରି ଅନେକ ରୋଗର ଆୟୁର୍ବେଦିକ ଔଷଧ ପାଇଁ ଏଠାରେ ଗବେଷଣା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଏଠାରେ 476 ପ୍ରକାର ଔଷଧୀୟ ଚାରା ଉପରେ ଗବେଷଣା କରାଯାଇ ଏହାର ଡକ୍ୟୁମେଣ୍ଟେସନ୍‌ କରିସାରିଛି ଏହି ବିଭାଗ । 2019 କୋଭିଡ କାଳରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଗବେଷଣା ଆରମ୍ଭ କରିଥିବା ବେଳେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏଥିପାଇଁ 4 କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.