ETV Bharat / state

ମୋଦି-ଆଦାନୀ ସମ୍ପର୍କ, ଆନ୍ଦୋଳନ କରିବାକୁ ସଜବାଜ କଂଗ୍ରେସ

author img

By

Published : Feb 25, 2023, 12:28 PM IST

ଆଦାନୀ ମମଲାକୁ ନେଇ ତେଜୁଛି କଂଗ୍ରେସ
ଆଦାନୀ ମମଲାକୁ ନେଇ ତେଜୁଛି କଂଗ୍ରେସ

ଆଦାନୀ ମାମଲାକୁ ନେଇ ତେଜୁଛି ରାଜନୀତି । ପ୍ରଧାନମନ୍ତ୍ରୀ ଓ ଆଦାନୀ ମଧ୍ୟରେ ବନ୍ଧୁତା ଯୋଗୁଁ ଆଜି ସାଧାରଣ ଜନତା ବଳିପଡୁଥିବା ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ଆଦାନୀ ମମଲାକୁ ନେଇ ତେଜୁଛି କଂଗ୍ରେସ

ସମ୍ବଲପୁର: ପ୍ରଧାନମନ୍ତ୍ରୀ ଓ ଆଦାନୀ ମଧ୍ୟରେ ବନ୍ଧୁତା ଯୋଗୁଁ ଆଜି ସାଧାରଣ ଜନତା ବଳିପଡୁଛି । ଜାଣିଶୁଣି ଜଣେ ବ୍ୟବସାୟୀଙ୍କୁ ଅଧିକ ମୁନାଫା ଦେଇ ଦେଶର ସମ୍ପତ୍ତି ବାଜି ଲାଗାଉଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ର ମୋଦି ସରକାର ବିରୁଦ୍ଧରେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଯ୍ୟାୟ କ୍ରମରେ ଆନ୍ଦୋଳନ କରାଯିବ l କେନ୍ଦ୍ର ସରକାର ଓ ଆଦାନୀ ଗ୍ରୁପ ଅଫ କମ୍ପାନୀ ମଧ୍ୟରେ ଏକ ବଡ଼ ସ୍କାମ ହୋଇଥିବା ଅଭିଯୋଗ କରି ସମ୍ବଲପୁର ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି । ସମ୍ବଲପୁର ଜିଲ୍ଲା କଂଗ୍ରେସ କାଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ କୁମାର ଗୁରୁଙ୍କ ସମେତ କଂଗ୍ରେସର ଅନ୍ୟ ନେତୃବୃନ୍ଦ ଏହି ଅଭିଯୋଗ କରିଛନ୍ତି ।

କଂଗ୍ରେସ ପକ୍ଷରୁ କୁହାଯାଇଛି ଭାରତବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ରାଜ୍ୟର ଗୁଜୁରାଟୀ ବ୍ୟବସାୟୀ ତଥା ତାଙ୍କର ବନ୍ଧୁଙ୍କୁ ଦେଶର କୋଟି କୋଟି ଜନସାଧାରଣଙ୍କ ବ୍ୟାଙ୍କରେ ଥିବା ସଞ୍ଚୟ ରାଶି ଓ ଏଲଆଇସି ଭଳି ସଂସ୍ଥାରେ ଥିବା ଜମା ପୁଞ୍ଜିକୁ ନିଜର କ୍ଷମତା ବଳରେ ଚାପ ପ୍ରୟୋଗ କରି ଆଦାନୀ ଗ୍ରୁପ ବ୍ୟବସାୟର ସାମ୍ରାଜ୍ୟକୁ ବୃଦ୍ଧି କରିବାପାଇଁ କୋଟି କୋଟି ଟଙ୍କା ଦେଇଛନ୍ତି ବୋଲି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି ।

ଏହି ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ ମହିଳା କଂଗ୍ରେସ ସଂପାଦିକା ସସ୍ମିତା ବେହେରାଙ୍କ ସମେତ ସୂତାପା ମିତ୍ର, ବିଜୟଲକ୍ଷ୍ମୀ ବେହେରା ଆଦିଙ୍କ ସହ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିଥିଲେ । ଏହି ଅବସରରେ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି କେନ୍ଦ୍ରସରକାରଙ୍କ ଏହି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ 45000 କୋଟି ତାଙ୍କର କ୍ଷତି ହୋଇଛି l

କେନ୍ଦ୍ର ସରକାରଙ୍କ ଚାପ ଯୋଗୁ ଅଦାନୀ ଗ୍ରୁପ ଅଫ କମ୍ପାନୀରେ SBI ଓ ଅନ୍ୟାନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କର 80 ହଜାର କୋଟି ଓ ଭାରତୀୟ ଜୀବନ ବୀମା ନିଗମର ପ୍ରାୟ 36 ହଜାର କୋଟି ଟଙ୍କା ନିବେଶ ହୋଇଛି l ଏହି ସବୁ ଟଙ୍କା ଦେଶର ସାଧାରଣ ଜନତାର ଜମାପୁଞ୍ଜି ଅଟେ l ଆଉ ଏହି ସବୁ ଟଙ୍କା ଏବେ ବିପଦରେ ଅଛି ବୋଲି କଂଗ୍ରେସ ଅଭିଯୋଗ କରିଛି l ତେଣୁ ଏହି ଘୋଟଲାର ତଦନ୍ତ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ଦ୍ୱାରା କରାଯାଉ ଓ ଏହି ତଦନ୍ତଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପ୍ରତ୍ୟେକ୍ଷ ଭାବେ ନିରୀକ୍ଷଣ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.