ETV Bharat / state

ଶୀତଳ ଷଷ୍ଠୀ ଯାତ୍ରା: ସରିଲା ପତର ପେଣ୍ଡି ନୀତି

author img

By

Published : May 24, 2023, 7:51 AM IST

sambalpur shital sasthi yatra
ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା

ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମ୍ବଲପୁର ସହର । ମହାଦେବ ଓ ମାତା ପାର୍ବତୀଙ୍କ ପରତ ପେଣ୍ଡି ନୀତି ସମ୍ପର୍ଣ୍ଣ ହୋଇଛି ।

ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା

ସମ୍ବଲପୁର: ଆରମ୍ଭ ହୋଇଛି ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା l ଗତ ଶନିବାର ରାତିରେ ନନ୍ଦପଡ଼ାର ପତର ପେଣ୍ଡି ପରମ୍ପରା ସମ୍ପନ୍ନ ହୋଇଥିବା ବେଳେ ସୋମବାର ରାତିରେ ସମ୍ବଲପୁରର ଅନ୍ୟ ପ୍ରମୁଖ ଯାତ୍ରା କମିଟି ମୁଦିପଡ଼ାର ଜାଗେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବଡ଼ବାଜାର ଶୀତଳେଶ୍ୱର ବାବା ଓ କୁମ୍ଭାରପଡ଼ା ସହ ସମସ୍ତ ଶୀତଳ ଷଷ୍ଠୀ ଯାତ୍ରା କମିଟିର ପତର ପେଣ୍ଡି ନୀତି ସମ୍ପନ୍ନ ହୋଇଛି l

ସୋମବାର ରାତି ପ୍ରାୟ 9 ଟାରେ ସମ୍ବଲପୁରର ଅନ୍ୟତମ ପ୍ରମୁଖ ଶୀତଳ ଷଷ୍ଠୀ ଯାତ୍ରା କମିଟି ମୁଦିପଡ଼ା ଜାଗେଶ୍ୱର ବାବାଙ୍କ ପାଇଁ କନ୍ୟା ଅନ୍ବେଷଣରେ ବାହାରି ଥିଲେ ବରପିତା ମଧୁସୂଦନ ନେଗୀ, ସପ୍ତଋଷି ଓ ଅଞ୍ଚଳବାସୀ l ପରାମ୍ପରିକ ବାଜା, ଶଙ୍ଖ,ଘଣ୍ଟର ତାଳେ ତାଳେ ମୁଦିପଡ଼ା ଜାଗେଶ୍ୱର ବାବା ମନ୍ଦିରରୁ ଶୋଭାଯାତ୍ରା ବାହାରି ଥିଲା l ଦିବ୍ୟବିମାନରେ ସପ୍ତଋଷି ଓ ବର ପିତା ଅରୁଢ଼ ହୋଇ ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ମୀ ଟକିଜ ଛକ ନିକଟସ୍ଥର କନ୍ୟା ପିତାମାତା ଶିଲା ମନୋଜ କୁମାର ଓ ଶିଲା ନର୍ମଦାଙ୍କ ବାସ ଭବନକୁ ବରପକ୍ଷ ପହଞ୍ଚି ଥିଲେ l ସେଠାରେ କନ୍ୟାପକ୍ଷରୁ ପାରମ୍ପରିକ ରୀତିନୀତି ଅନୁସାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଘର ଭିତରକୁ ପାଛୋଟି ନିଆ ଯାଇଥିଲା l

ପତର ପେଣ୍ଡି ନୀତି- ଏନେଇ ପୂଜକ କହିଛନ୍ତି, "କନ୍ୟାଘରେ ପହଞ୍ଚିବା ପରେ ଏହାପରେ ବରପକ୍ଷଙ୍କୁ ସେମାନଙ୍କ ଆଗମନର ଉଦ୍ଦେଶ୍ୟ ବିଷୟରେ ପଚାରିଥାନ୍ତି l ଏହାପରେ ସପ୍ତଋଷି କହିଥିଲେ ଯେ, ଏହି ଘରେ ସର୍ବଗୁଣା ସମ୍ପର୍ଣ୍ଣା ଜଣେ କନ୍ୟା ଥିବାର ସୂଚନା ପାଇ ମୁଦିପଡ଼ା ଜାଗେଶ୍ୱର ବାବାଙ୍କ ବିବାହ ପ୍ରସ୍ତାବ ପାଇଁ ଆସିଛନ୍ତି l ପରେ କନ୍ୟାପକ୍ଷ ବର କଣ କରନ୍ତି ବୋଲି ପଚାରନ୍ତି l ଏହାର ଉତ୍ତରରେ ସପ୍ତଋଷି ମହାଦେବ ସ୍ମଶାନରେ ବାସ କରନ୍ତି ବୋଲି କହିବା ପରେ ପ୍ରଥମେ କନ୍ୟାପକ୍ଷ ବିବାହ ପ୍ରସ୍ତାବରେ ଅରାଜି ହୋଇ କନ୍ୟା ଦେବେନି କୁହନ୍ତି l ପରେ ଯେତେବେଳେ ସପ୍ତଋଷି ମହାଦେବଙ୍କ ଗୁଣଗାନ କରିବା ସହ ତାଙ୍କର ସ୍ତୋତ୍ର ପାଠ କରନ୍ତି କନ୍ୟା ପିତାମାତା ଏହି ବିବାହ ପ୍ରସ୍ତାବରେ ରାଜି ହୋଇ ଯାଆନ୍ତି l ସ୍ଥାନୀୟ ପାରମ୍ପରିକ ରୀତିନୀତି ଓ ଲୋକାଚାର ଅନୁସାରେ ପୂଜାର୍ଚ୍ଚନା କରିବା ପରେ ବରପକ୍ଷ 72ଟି ସରଗି ପତ୍ର (ଶାଳପତ୍ର) ଏକା ବିଡା କନ୍ୟାପକ୍ଷଙ୍କୁ ପ୍ରଦାନ କରି ବିବାହ ସ୍ଥିରୀକୃତ କରିଥିଲେ l ଏହି ପରମ୍ପରାକୁ ପତର ପେଣ୍ଡି ବା ନିର୍ବନ୍ଧ କୁହାଯାଏ l"


ମଙ୍ଗଳବାର ରାତିରେ ସମସ୍ତ ଯାତ୍ରା କମିଟିର ହନୁମାନ ନିଉତା ନୀତି ଅନୁଷ୍ଠିତ ହେବ l ଆସନ୍ତା 24 ତାରିଖ, ବୁଧବାର ରାତିରେ ମହାଦେବଙ୍କ ବରଯାତ୍ରୀ ଶୋଭାଯାତ୍ରା ବାହାରିବ ଓ ବିଳମ୍ବିତ ରାତିରେ ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ l ଏହା ପରେ 25 ତାରିଖ ରାତି ପ୍ରାୟ 11ରୁ ଯୁଗଳ ମୂର୍ତ୍ତି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି 26 ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଚାଲିବ ଓ ସନ୍ଧ୍ୟାରେ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ହେବ l

ଶୀତଳ ଷଷ୍ଠୀ ଯାତ୍ରାର ଆରମ୍ଭ-ମୁଖ୍ୟତଃ ଇତିହାସକାରଙ୍କ ମତରେ ସମ୍ବଲପୁରରେ ଚୌହାନ ବଂଶୀୟ ରାଜାଙ୍କ ରାଜୁତି କାଳରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ହୋଇଥିଲା l ତତ୍କାଳୀନ ରାଜାମାନେ ନିଜର ରାଜ କାର୍ଯ୍ୟରେ ସହାୟତା ପାଇଁ ପୁରୀରୁ କିଛି ଉତ୍କଳୀୟ ବ୍ରାହ୍ମଣ ପରିବାରକୁ ଆଣି ସମ୍ବଲପୁରରେ ଅବସ୍ଥାନ କରେଇଥିଲେ l ଯେହେତୁ ଉତ୍କଳୀୟ ବ୍ରାହ୍ମଣମାନେ ଶିବଭକ୍ତ ଥିଲେ ସେତେବେଳେ ସେମାନେ ଶିବ ବିବାହ କରିବାକୁ ଆରମ୍ଭ କରିଥିଲେ l ତେବେ ଶିବ ଓ ପାର୍ବତୀଙ୍କ ଏହି ବିବାହ ସମ୍ପୂର୍ଣ୍ଣ ଲୌକିକ ଅଚାର ହୋଇଥାଏ l ଶିବ ପାର୍ବତୀଙ୍କ ଏହି ଦେବ ବିବାହର ସମ୍ପୂର୍ଣ୍ଣ ପରମ୍ପରାକୁ ଶୀତଳ ଷଷ୍ଠୀ ଯାତ୍ରା କୁହାଯାଏ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.