ETV Bharat / state

ନୂଆଁଖାଇ ପାଇଁ ପ୍ରସ୍ତୁତି ଜୋରଦାର, ସମଲେଶ୍ୱରୀ ମନ୍ଦିରକୁ ଆସିଲା ନୂଆଁ ଧାନ

author img

By ETV Bharat Odisha Team

Published : Sep 16, 2023, 8:50 PM IST

new paddy reached at samaleswari temple
ସମଲେଶ୍ୱରୀ ମନ୍ଦିରକୁ ଆସିଲା ନୂଆଁ ଧାନ

ଆସନ୍ତା 20 ତାରିଖରେ ପାଳିତ ହେବାକୁ ଯାଉଛି ଗଣପର୍ବ ନୂଆଁଖାଇ ପର୍ବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବାବେଳେ ମା' ସମଲେଶ୍ୱରୀଙ୍କ ମନ୍ଦିରରେ ପହଞ୍ଚିଛି ନୂଆଁ ଧାନ। ଅଧିକ ପଢନ୍ତୁ

ସମଲେଶ୍ୱରୀ ମନ୍ଦିରକୁ ଆସିଲା ନୂଆଁ ଧାନ

ସମ୍ବଲପୁର: ଆସନ୍ତା 20 ତାରିଖରେ ପାଳିତ ହେବାକୁ ଯାଉଛି ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ l ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି l ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ମନ୍ଦିରରେ ନୂଆଁଖାଇ ଦିନ ପ୍ରଥମେ ନୂଆଁ ଚାଉଳରେ ଭୋଗ ଲାଗିବାର ପରମ୍ପରା ରହିଛି l ତେଣୁ ଆଜି ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ଘରକୁ ପହଞ୍ଚିଛି ନୂଆଁଖାଇର ନୂଆଁ ଧାନ l ସମ୍ବଲପୁର ସହର ଉପକଣ୍ଠ ବଲଵସପୁର ଗା ର ସୁବାସ ବେହେରାଙ୍କ ଘରୁ ଏହି ନୂଆଁ ଧାନ ଆସିଛି l

ନୂଆଁଖାଇ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ମନ୍ଦିରରେ ପ୍ରସ୍ତୁତି ଜୋର ସୋରରେ ଚାଲିଛି l ନୂଆଁଖାଇ ଦିନ ପ୍ରଥମେ ମା' ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ପରେ ଘରେ ଘରେ ନୂଆଁଖାଇ ପାଳନ ହେବାର ପରମ୍ପରା ରହିଛି l ଏଥିପାଇଁ ନtଆଁ ଧାନର ଆବଶ୍ୟକ ପଡିଥାଏ l ଆଉ ବର୍ଷ ବର୍ଷ ଧରି ଏହି ଆବଶ୍ୟକତା ପୂରଣ କରି ଆସୁଛନ୍ତି ବଲବସପୁର ଗାଁର ସୁବାଷ ବେହେରା l

ମା' ସମଲେଶ୍ୱରୀଙ୍କ ପାଇଁ ଏହି ପରିବାର ଏକ ସ୍ୱତନ୍ତ୍ର ଜମିରେ ଧାନ ଚାଷ କରିଥାନ୍ତି। ଯେଉଁଠି ପାଣି ଅଧିକ ଜମା ହେଉନଥିବ ସେହି ଜମିରେ ସରିଆ ଧାନ ଚାଷ ହୋଇଥାଏ l ଏହି ଧାନ 2 ମାସ ବା 60 ଦିନରେ ଅମଳ ହେଉଥିବାରୁ ଏହାକୁ ଷାଠିଏ ଧାନ ମଧ୍ୟ କୁହାଯାଏ l ଏହି ଧାନ ସମ୍ପୂର୍ଣ୍ଣ ରୂପେ ପରିପକ୍ୱ ହେବା ପୂର୍ବରୁ ଏହାକୁ ବିଲରୁ ଅଣାଯାଇ ସମଲେଶ୍ୱରୀ ମନ୍ଦିରକୁ ପଠାଯାଏ l ଏହି ଧାନକୁ କୌଣସି ପଶୁ ପକ୍ଷୀ ଯେମିତି ସ୍ପର୍ଶ କରି ନ ପାରିବେ ତା ଉପରେ ଧ୍ୟାନ ରଖାଯାଏ l ଆଜି ଏହି ଧାନକୁ ଆଣି ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କୁ ପ୍ରଦାନ କରାଯାଇଛି l

ଏହା ବି ପଢନ୍ତୁ...ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ନୂଆ ଖାଇବେ କଳାହାଣ୍ଡିବାସୀ


ଆସନ୍ତା 20 ତାରିଖରେ ନିର୍ଦ୍ଧାରିତ ସମୟରେ ମା' ସମଲେଶ୍ୱରୀଙ୍କ ଠାରେ ନୂଆଁ ଚାଉଳର ଭୋଗ ଲାଗିଲା ପରେ ଘରେ ଘରେ ନୂଆଁଖାଇ ପାଳନ ହେବ । ଏହାସହ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ପାରିବାରିକ, ସାମାଜିକ ଓ ଆଧ୍ୟାତ୍ମିକତାର ନିଦର୍ଶନ ଏହି ଗଣ ପର୍ବ ସାଧରଣତଃ ଏକତାଵଦ୍ଧ ଜୀବନ ଯାପନ, ବଡ଼ଙ୍କୁ ସମ୍ମାନ ତଥା କନିଷ୍ଠଙ୍କୁ ସ୍ନେହ ଦେବା ସହ ପ୍ରକୃତି ପୂଜାର ସନ୍ଦେଶ ଦେଇଥାଏ l


ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.