ETV Bharat / state

ଦେବଝରଣ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ, ବିକାଶକୁ ଅନେଇ ଅନେଇ ଦିନ କଟୁଛି

author img

By ETV Bharat Odisha Team

Published : Jan 4, 2024, 10:44 PM IST

ଦେବଝରଣ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ, ବିକାଶ ପାଇଁ ଦାବି
ଦେବଝରଣ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ, ବିକାଶ ପାଇଁ ଦାବି

Debjharan Waterfall: ଜୁଯୁମୁରାର ଦେବଝରଣ ଜଳପ୍ରପାତରେ ଜମୁଛି ପର୍ଯ୍ୟଟକଙ୍କ ବଣ ଭୋଜିର ଆସର । ହେଲେ ମୌଳିତ ସୁବିଧାରୁ ବଞ୍ଚିତ ହେଉଛନ୍ତି ଲୋକେ । ଏହାର ବିକାଶ କରିବା ପାଇଁ ସାଧାରଣରେ ଦାବି ହୋଇଛି । ଅଧିକ ପଢନ୍ତୁ

ଦେବଝରଣ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ, ବିକାଶ ପାଇଁ ଦାବି

ସମ୍ବଲପୁର: ପର୍ଯ୍ୟଟକ ଋତୁ ଆସିଥିବାବେଳେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ସରକାର ପର୍ଯ୍ୟଟନୀ ସ୍ଥଳୀ ଗୁଡିକର ବିକାଶ କରୁଥିବା ନେଇ ଡିଣ୍ଡିମ ପିଟୁଥିବାବେଳେ ବିକାଶର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାର ଜୁଯୁମୁରାର ଦେବଝରଣ ଜଳପ୍ରପାତରେ । ବର୍ତ୍ତମାନ ଶୀତ ଦିନ ହୋଇଥିବାବେଳେ ଏହି ଜଳପ୍ରପାତକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଏଠାକୁ ଦୈନିକ ପ୍ରାୟ ୧ ହଜାରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି । ହେଲେ ପର୍ଯ୍ୟଟକଙ୍କ ପାଇଁ ଏଠାରେ ସ୍ଥାନୀୟ ପ୍ରସାଶନ ତରଫରୁ କୌଣସି ମୌଳିତ ସୁବିଧାର ବ୍ୟବସ୍ଥା କରାଯାଉନଥିବା ଦେଖିବାକୁ ମିଳିଛି ।ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ ।

ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନ ସ୍ଥଳୀ ହେଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ହେଉଛି ବଣ ଜଙ୍ଗଲ ଘେରା ଜୁଯୁମୁରା ବ୍ଲକରେଥିବା ଦେବଝରଣ ଜଳପ୍ରପାତ । ଜୁଯୁମୁରା ବ୍ଲକ ମୁଖ୍ୟାଳୟରୁ ମାତ୍ର 10 କିମି ଭିତରେ ରହିଛି ଏହି ଜଳପ୍ରପାତ । ଏହାସହ ଜଳପ୍ରପାତର ବିକାଶ କିରବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଜନପ୍ରତିନିଧି । ସମ୍ବଲପୁର କଟକ ଜାତୀୟ ରାଜ ପଥର ଜୁଯୁମୁରା ନିକଟରୁ 5 କିମି ଭିତରକୁ ରହିଛି ଏହି ଜଳ ପ୍ରପାତ । ବଣ ଜଙ୍ଗଲ ଘେରା ସବୁଜିମା ଭିତରେ ପାହାଡ଼ ଉପରୁ ଏହି ଜଳ ପ୍ରପାତ ପ୍ରବାହିତ ହେଉଛି । ଘଞ୍ଚ ଜଙ୍ଗଲ ଭିତରେ ପାହାଡ଼ ଉପରୁ ଘର୍ଘର ଶବ୍ଦରେ ଏହି ଜଳ ପ୍ରପାତ ପଡୁଛି lସେଠାରେ ରହିଛି ଏକ ଗଭୀର ଜଳକୁଣ୍ଡ । ଆଉ ତଳ ମୁଣ୍ଡରେ ରହିଛି ଏକ ଜଳ ଭଣ୍ଡାର ।ଏହିଭଳି ମନୋରମ ପ୍ରାକୃତିକ ପରିବେଶ ଭିତରେ କିଛିଟା ସମୟ ବିତେଇବା ପାଇଁ ଏଠାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ ।ଜଳପ୍ରପାତର ତଳ ମୁଣ୍ଡରେଥିବା କୁଣ୍ଡରେ ଗାଧେଇବାର ମଜା ନେଉଛନ୍ତି ଲୋକେ l

ଏହା ମଧ୍ୟ ପଢନ୍ତୁ.....କାଣ୍ଡିଆ ଜଳପ୍ରପାତକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ, ଆନୁସଙ୍ଗିକ ବ୍ୟବସ୍ଥା କଥା ଭୁଲି ଯାଇଛି ପ୍ରଶାସନ

ତେବେ ଏହି ସ୍ଥାନରେ ପର୍ଯ୍ୟଟନର ଭରପୁର ସୁଯୋଗ ଥିଲେ ମଧ୍ୟ ଏଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ଯେତେଟା ସୁବିଧା ରହିବା କଥା ତାହା ହୋଇ ନଥିବା ପର୍ଯ୍ୟଟକ ଅଭିଯୋଗ କରିଛନ୍ତି । ଏଠାରେ ଲୋକଙ୍କ ପାଇଁ ଶୋଚାଳୟ ନଥିବାରୁ ବିଶେଷ କରି ମହିଳା ପର୍ଯ୍ୟଟକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏହାସହ ମୋବାଇଲ ନେଟ୍ ୱାର୍କ ନାହିଁ ଏବଂ ଯାତାୟତ କରିବା ପାଇଁ ଭଳ ରାସ୍ତା ମଧ୍ୟ ନାହିଁ । ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

ଅନ୍ୟପଟେ ଏହି ସ୍ଥାନର ପ୍ରଚାର ପ୍ରସାର ଦିଗରେ ପର୍ଯ୍ୟଟନ ବିଭାଗ ଆହୁରି ଧ୍ୟାନ ଦେବା ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି ।ତେବେ ଜୁଯୁମୁରା ସମିତି ସଭ୍ୟ ଜୟନ୍ତ ପ୍ରଧାନ କହିଛନ୍ତି," ବର୍ଷର ୬ ମାସ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ଜଙ୍ଗଲ ବିଭାଗ ଓ ମାଇନର ଇରିଗେସେନ ବିଭାଗ ମଧ୍ୟରେ ସମନ୍ମୟର ଅଭାବ ଯୋଗୁଁ ଏହି ସ୍ଥାନର ଉନ୍ନତି କରଣ ହୋଇ ପାରୁନାହିଁ ।"

ଇଟିଭି ଭରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.