630 ଫୁଟ ପାଖକୁ ଛୁଇଁଲା ହୀରାକୁଦ ଜଳସ୍ତର, ନିୟନ୍ତ୍ରଣ ପାଇଁ ଖୋଲିଲା 6 ଗେଟ

author img

By

Published : Sep 19, 2022, 10:40 PM IST

630 ଫୁଟ ପାଖକୁ ଛୁଇଁଲା ହୀରାକୁଦ ଜଳସ୍ତର, ନିୟନ୍ତ୍ରଣ ପାଇଁ ଖୋଲିଲା 6 ଗେଟ

ହୀରାକୁଦ ଡ୍ୟାମରୁ ଖୋଲିଲା 6ଟି ଗେଟ । ହୀରାକୁଦ ଜଳଭଣ୍ଡାରକୁ ଉପର ମୁଣ୍ଡରୁ ବନ୍ୟା ଜଳ ପ୍ରବେଶ ବୄଦ୍ଧି ହେତୁ ଆଜି ହୀରାକୁଦ ଜଳଭଣ୍ଡାରରୁ ପର୍ଯ୍ୟାୟ କ୍ରମରେ 6 ଟି ଗେଟ ଖୋଲାଯାଇଛି। ଅଧିକ ପଢନ୍ତୁ

ସମ୍ବଲପୁର: ହୀରାକୁଦ ଡ୍ୟାମରୁ ଖୋଲିଲା 6ଟି ଗେଟ । କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ପର୍ଯ୍ୟାୟ କ୍ରମରେ ଖୋଲିଲା 6ଟି ଗେଟ । ହୀରାକୁଦ ଜଳଭଣ୍ଡାରକୁ ଉପର ମୁଣ୍ଡରୁ ବନ୍ୟା ଜଳ ପ୍ରବେଶ ବୄଦ୍ଧି ହେତୁ ଆଜି ହୀରାକୁଦ ଜଳଭଣ୍ଡାରରୁ ପର୍ଯ୍ୟାୟ କ୍ରମରେ 6ଟି ଗେଟ ଖୋଲାଯାଇଛି ।

630 ଫୁଟ ପାଖକୁ ଛୁଇଁଲା ହୀରାକୁଦ ଜଳସ୍ତର, ନିୟନ୍ତ୍ରଣ ପାଇଁ ଖୋଲିଲା 6 ଗେଟ

ସୂଚନା ଅନୁଯାୟୀ, ବର୍ତ୍ତମାନ 6ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ଆଜି ଦିନ ସାଢ଼େ 10 ଟା ପରେ ପଯ୍ୟାୟ କ୍ରମେ ଜଳଭଣ୍ଡାରରୁ 4ଟି ଗେଟ ଖୋଲା ଯାଇଥିଲା । ପରେ ଆଉ 2ଟି ଗେଟ ଖୋଲା ଯାଇଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ରହିଥିବା ବେଳେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 629.25 ଫୁଟ ରହିଛି । ବର୍ତ୍ତମାନ ଉପର ମୁଣ୍ଡରୁ ଜଳଭଣ୍ଡାର କୁ ସେକେଣ୍ଡ ପ୍ରତି 81,853 କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ସେକେଣ୍ଡ ପ୍ରତି 1,07,267 କ୍ୟୁସେକ ବନ୍ୟା ଜଳ ନିଷ୍କାସନ କରାଯାଉଛି । ହୀରାକୁଦ ଜଳଭଣ୍ଡାରର ବାମ ପର୍ଶ୍ଵରୁ 3 ଟି ଗେଟ ଓ ଡାହାଣ ପାର୍ଶ୍ବ ରୁ ଗୋଟିଏ ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ : ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ୨୧ ପର୍ଯ୍ୟନ୍ତ ଜାରି ରହିବ ବର୍ଷା

ସୁଚନା ଯୋଗ୍ୟ ଯେ, ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର 629. 25 ଫୁଟକୁ ଛୁଇଛି । ତେବେ ଜଳଭଣ୍ଡାର ର ଜଳସ୍ତର କୁ ନିୟନ୍ତ୍ରଣ ରେ ରଖିବା ପାଇଁ ଆଜି ପର୍ଯ୍ୟାୟ କ୍ରମରେ 6ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଥିବା ଡ୍ୟାମ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସକ୍ରିୟ ହୋଇଛି । ଏହି ଲଘୁଚାପ ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଓଡିଶା ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି । ସେପଟେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଫଳରେ ଆସନ୍ତା ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ(Heavy Rain in Odisha) ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ପାଇଁ ୧୦ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସୂଚନା ଥାଉକି , ଚଳିତ ବର୍ଷ ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ହୀରାକୁଦକୁ ଅଧିକ ଜଳ ପ୍ରବାହିତ ହେବା ଫଳରେ 40 ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହୋଇଥିଲା । ଏହି ସମୟରେ ଡ୍ୟାମକୁ 6 ଲକ୍ଷ 91 ହଜାରରୁ ଊର୍ଦ୍ଧ୍ୱ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ 6 ଲକ୍ଷ 10 ହଜାରରୁ ଊର୍ଦ୍ଧ୍ୱ କ୍ୟୁସେକ୍ ଜଳ ନିଷ୍କାସିତ ହୋଇଥିଲା । ଏଥିଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢ଼ିବା ସହିତ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.