ETV Bharat / state

ଚାଷଜମିକୁ ମାଡୁଛି ଶିଳ୍ପାନୁଷ୍ଠାନର ବିଷାକ୍ତ ପାଉଁଶ ପାଣି, ୧୦ଏକର ଫସଲ ନଷ୍ଟ !

author img

By

Published : Aug 8, 2023, 10:47 PM IST

Etv Bharat
Etv Bharat

ସମ୍ବଲପୁର ଜୁଜୁମୁରା ବ୍ଲକର କିଛି ପଞ୍ଚାୟତରେ ଚାଷଜମିକୁ ମାଡିବାରେ ଶିଳ୍ପାନୁଷ୍ଠାନର ବିଷାକ୍ତ ପାଉଁଶ ପାଣି । ଯାହାଦ୍ବାରା ପ୍ରାୟ ୧୦ ଏକର ଚାଷ ଜମ ନଷ୍ଟ ହେବାକୁ ବସିଥିବା ଚାଷୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଚାଷଜମିକୁ ମାଡୁଛି ଶିଳ୍ପାନୁଷ୍ଠାନର ବିଷାକ୍ତ ପାଉଁଶ ପାଣି

ସମ୍ବଲପୁର: ଶିଳ୍ପାନୁଷ୍ଠାନର ପ୍ରଦୂଷିତ ପାଉଁଶ ବର୍ଷା ପାଣିରେ ଚାଷ ଜମିକୁ ମାଡିଯାଇ ଫସଲ ନଷ୍ଟ ହୋଇ ଯାଇଥିବା ଅଭିଯୋଗ । ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ ବାହାମ ପଞ୍ଚାୟତ କୁଡାପଡା ଓ ମଳିମୁଣ୍ଡା ଗାଁର ଲୋକେ ଏପରି ଅଭିଯୋଗ ଆଣିଛନ୍ତି । ଏହି ଗାଁର ୧୦ ଏକର ଅଧିକ ଧାନ ଚାଷ ଜମିରେ ବିଷାକ୍ତ ପାଉଁଶ ବର୍ଷା ପାଣିରେ ବହି ଆସି ମାଡି ଯାଇଥିବାର ଅଭିଯୋଗ ନେଇ ଲୋକେ ଜିଲ୍ଲାପାଳଙ୍କୁ ଭେଟିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହି ବିଷାକ୍ତ ପାଣି ମାଡିଯିବା ଫଳରେ ପ୍ରାୟ 10 ଏକର ଧାନ ଚାଷ ନଷ୍ଟ ହୋଇଯିବାର ସମ୍ଭାବନା ଥିବା ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଚାଷୀ । କାରଖାନା ପାଉଁଶରେ ପୋତି ହୋଇପଡ଼ିଛି ଚାଷ ଜମି । ଏହି ଅଭିଯୋଗ ଆଣିଛନ୍ତି ସମ୍ବଲପୁର ଜିଲ୍ଲାର ଜୁଯୁମୁରା ବ୍ଲକ ବାହାମ ପଞ୍ଚାୟତ ଅଞ୍ଚଳର ଚାଷୀ । ଏନେଇ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଗ୍ରାମବାସୀଙ୍କ ସହ ଆସି ସମ୍ବଲପୁର ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- ପାଣି ଘେରରେ ପିପିଲି ପୋପରଙ୍ଗାବାସୀ; ଶହ ଶହ ଏକର ଚାଷଜମି ଜଳମଗ୍ନ

ନିକଟ ଅତୀତରେ କେତେକ ଲୋକ ହାଇବା ଗାଡ଼ିରେ ପ୍ରାୟ 200 ଟ୍ରିପ କାରଖାନାର ପାଉଁଶ ଆଣି ଏହି ଅଞ୍ଚଳରେ ବେଆଇନ ଭାବେ ଗଦା କରିଥିବା ଅଭିଯୋଗ ହୋଇଥିଲା । ଏନେଇ ସ୍ଥାନୀୟ ଲୋକ ପୂର୍ବରୁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ । ତେବେ ଜିଲ୍ଲା ପ୍ରଶାସନ କୌଣସି ଆଖି ଦୃଶିଆ ପଦକ୍ଷେପ ନନେବାରୁ ଗତ ଲଗାଣ ବର୍ଷାରେ ଗଦା ହୋଇଥିବା ପାଉଁଶ ବର୍ଷା ପାଣିରେ ବହିଯାଇ ସ୍ଥାନୀୟ ଅଞ୍ଚଳର ଚାଷ ଜମିରେ ମାଡି ଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀଷ ।

ବିଷାକ୍ତ ପାଉଁଶ ଯୋଗୁଁ ପ୍ରାୟ ୧୦ ଏକର ଚାଷ ଜମିର ଫସଲ ଏବେ ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏମିତି ହେଲେ ଏକର ପ୍ରତି ପ୍ରାୟ ୨୫ ରୁ ୩୦ ହଜାର ଟଙ୍କା ଲେଖାଏଁ କ୍ଷତି ହେବ ବୋଲି ଚାଷୀ କହିଛନ୍ତି । ଏନେଇ ସ୍ଥାନୀୟ ଲୋକେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ମଧ୍ୟ ଅଭିଯୋଗ କରିବେ ବୋଲି କହିଥିଲେ । ତେବେ ଏହା ପୂର୍ଵରୁ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକ ଦାବି କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ଏମିତି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ଚାଷୀ କହିଛନ୍ତି ।

ଏନେଇ ଜିଲ୍ଲା ପ୍ରଶାସନ ଆଗରେ ପୁଣି ଅଭିଯୋଗ ହେବା ପରେ ଅତିରିକ୍ତ ଜିଲ୍ଲାପାଳ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହାର ତଦନ୍ତ ହେବ ଏନେଇ ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କୁ ଯୋଗାଯୋଗ କରାଯିବ ଓ କାହାର ଦୋଷ ତ୍ରୁଟି ବାହାରିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି । ଏବେ ଦେଖିବାକୁ ବାକି ରହିଲା ଯେ ଜିଲ୍ଲା ପ୍ରଶାସନ ଏହି ମାମଲାକୁ ଚାପି ଦେଉଛି ନାଁ କୌଣସି କାର୍ଯ୍ୟାନୁଷ୍ଠାନ ନେଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.