ବାହାଘର ଭାଙ୍ଗି ଯିବାରୁ ଆତ୍ମହତ୍ୟା କଲେ ଯୁବତୀ, ଷଡଯନ୍ତ୍ରକାରୀକୁ ଗିରଫ ଦାବିରେ ଥାନା ଘେରାଉ

author img

By

Published : Sep 27, 2022, 7:00 PM IST

ବାହାଘର ଭାଙ୍ଗି ଯିବାରୁ ଆତ୍ମହତ୍ୟା କଲେ ଯୁବତୀ, ଷଡଯନ୍ତ୍ରକାରୀ ଗିରଫ ଦାବିରେ ଥାନା ଘେରାଉ

ବାହାଘର ଭାଙ୍ଗି ଯିବାରୁ ଆତ୍ମହତ୍ୟା କରିଲେ ଯୁବତୀ । ଷଡଯନ୍ତ୍ରକାରୀକୁ ଗିରଫ ଦାବିରେ ଥାନା ଘେରାଉ । ଝିଅର ଆତ୍ମହତ୍ୟା ପାଇଁ ଗାଁର ଜଣେ ମହିଳା ଦାୟୀ ହୋଇଥିବାରୁ ତାଙ୍କୁ ଗିରଫ ଦାବିରେ ଥାନା ଘେରାଉ କଲେ ପରିବାର ଲୋକେ । ଅଧିକ ପଢନ୍ତୁ

ସମ୍ବଲପୁର: ବାହାଘର ଭାଙ୍ଗି ଯିବାରୁ ଆତ୍ମହତ୍ୟା କରିଲେ ଯୁବତୀ । ନିଜ ବାହାଘର ନେଇ ଅନେକ ସ୍ବପ୍ନ ଦେଖିଥିଲେ ଯୁବତୀ । ହେଲେ ବାହାଘର ଭାଙ୍ଗି ଯିବାରୁ ନିଜ ଜୀବନ ହାରିଦେଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାସନପୁର ଗାଁ ତୁରୀପଡାରେ । ନିଜ ବଢିଲା ଝିଅକୁ ହରାଇ ପରିବାର ଲୋକେ ମର୍ମାହତ ହୋଇପଡିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି କି ତାଙ୍କ ଗାଁର ଜଣେ ମହିଳା, ଝିଅକୁ ମାନସିକ ନିର୍ଯାତନା ଦେବାରୁ ସେ ଅତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲା । ତୁରନ୍ତ ତାକୁ ଗିରଫ କରିବାକୁ ଦାବି କରି ପରିବାର ଲୋକେ ସମ୍ବଲପୁର ସଦର ଥାନାରେ ଧାରଣା ଦେଇଛନ୍ତି ।

ବାହାଘର ଭାଙ୍ଗି ଯିବାରୁ ଆତ୍ମହତ୍ୟା କଲେ ଯୁବତୀ, ଷଡଯନ୍ତ୍ରକାରୀ ଗିରଫ ଦାବିରେ ଥାନା ଘେରାଉ

ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ରାସନପୁର ତୁରୀପଡା ଗାଁର ପୁଷ୍ପାଞ୍ଜଳୀ ନାଏକଙ୍କ ଝିଅ ପ୍ରିୟଙ୍କା ନାଏକ । ପ୍ରିୟଙ୍କାଙ୍କ ବୟସ ୨୦ ବର୍ଷ । ତାଙ୍କର ବାହାଘର ସୁବର୍ଣ୍ଣପୁର ଜିଲ୍ଲାର ବିନିକାର ଯୁବକ ସୁନୀଲ ହରିଙ୍କ ସହ ଠିକ ହୋଇଥିଲା । ପ୍ରିୟଙ୍କା ନାଏକ ନିଜ ବାହାଘରକୁ ନେଇ ବହୁତ ଖୁସି ଥିଲେ । ହେଲେ ତାଙ୍କର ଖୁସିରେ ଯେମିତି କାହାର ନଜର ଲାଗିଯାଇଥିଲା । ହଠାତ ସେ ଶୁଣିବାକୁ ପାଇଥିଲେ କି ତାଙ୍କର ବାହାଘର ଭାଙ୍ଗି ଯାଇଛି । ବାହାଘର ଭାଙ୍ଗି ଯିବାରୁ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଝିଅ ପ୍ରିୟଙ୍କାର ଆତ୍ମହତ୍ୟା ପାଇଁ ସେହି ଗାଁର ମହିଳା ବନିତା ନାଏକ ଦାୟୀ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସଂପୃକ୍ତ ମହିଳାଙ୍କୁ ଗିରଫ କରିବା ଦାବିରେ ସମ୍ବଲପୁର ସଦର ଥାନା ଆଗରେ ଧାରଣା ଦେଇଛନ୍ତି ।

ମୃତ ପ୍ରିୟଙ୍କାଙ୍କ ମା ପୁଷ୍ପାଞ୍ଜଳୀ ନାଏକ କହିଛନ୍ତି, "ବାହାଘର ଠିକ ହେବା ପରେ ଝିଅ ବହୁତ ଖୁସି ଥିଲା । ହେଲେ ଗାଁର ଜଣେ ମହିଳା ବନିତା ନାଏକ ଝିଅର ଖୁସିକୁ ସହି ନପାରି ସେ ଝିଅର ବାହାଘର ଭାଙ୍ଗିଦେଲା । ଝିଅ ନାମରେ ଗାଁରେ ଅପପ୍ରଚାର କରିଥିଲା । ବାହାଘର ଠିକ ହୋଇଥିବା ପୁଅ ବାଲାଙ୍କ ପାଖରେ ଝିଅର ଚରିତ୍ର ସଂହାର କରିଥିଲା । ଏହା ସହିତ ଆମ ପରିବାର ବାବଦରେ ଅନେକ ମିଛ କଥା କହିଥିଲା । ମୋ ଝିଅକୁ ସେ ମାନସିକ ନିର୍ଯାତନା ଦେଇଥିଲା । ଯାହା ଫଳରେ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି । ଏଥିପାଇଁ ବନିତା ନାଏକଙ୍କୁ ଗିରଫ କରାଯାଉ ବୋଲି ମା ପୁଷ୍ପାଞ୍ଜଳୀ କହିଛନ୍ତି ।"

ପୁଷ୍ପାଞ୍ଜଳୀ ଝିଅ ପ୍ରିୟଙ୍କାଙ୍କ ଆତ୍ମହତ୍ୟା ପାଇଁ ଏନେଇ ବାହାଘର ଠିକ ହୋଇଥିବା ଯୁବକ ସୁନୀଲ ହରି ଓ ବନିତା ନାଏକଙ୍କୁ ଦାୟୀ କରି ସଦର ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ କରି ଆଜି ସ୍ଥାନୀୟ ବାସିନ୍ଦା ଏବଂ ପରିବାର ଲୋକେ ସଦର ଥାନା ଘେରାଉ କରିଛନ୍ତି । ଅନ୍ୟପଟେ ସଦର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରହିଛି । ଆତ୍ମହତ୍ୟା ଘଟଣାରେ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ଜଣା ପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.