ETV Bharat / state

ଗିରଫ ହେଲା ସମ୍ବଲପୁର ଜେଲରୁ ଚମ୍ପଟ କଏଦୀ, ରାଜ୍ୟ ବାହାରକୁ ଯିବାକୁ ଥିଲା ଯୋଜନା

author img

By ETV Bharat Odisha Team

Published : Dec 8, 2023, 7:12 AM IST

Updated : Dec 8, 2023, 8:00 AM IST

ସମ୍ବଲପୁର ଜେଲରୁ ଚମ୍ପଟ କଏଦୀ
ସମ୍ବଲପୁର ଜେଲରୁ ଚମ୍ପଟ କଏଦୀ

ସମ୍ବଲପୁର ଜେଲରୁ ଫେରାର ବିଚାରଧିନ କଏଦୀକୁ ଗିରଫ କଲା ଧନୁପାଲି ପୋଲିସ । ରାଜ୍ୟ ବାହାରକୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଷ୍ଟେସନରୁ ଗିରଫ । ନଭେମ୍ବର 30ରେ ଜେଲ କାନ୍ଥ ଡେଇଁ ଫେରାର ହୋଇଯାଇଥିଲା କଏଦୀ । ଅଧିକ ପଢନ୍ତୁ

ଗିରଫ ହେଲା ସମ୍ବଲପୁର ଜେଲରୁ ଚମ୍ପଟ କଏଦୀ

ସମ୍ବଲପୁର: ଧରାପଡିଲା ସମ୍ବଲପୁର ମଣ୍ଡଳ କାରାଗାରରୁ ଚମ୍ପଟ ମାରିଥିବା ବିଚାରଧିନ କଏଦୀ । ରାଜ୍ୟ ଛାଡି ବାହାରକୁ ଯିବାକୁ ଉଦ୍ୟମ କରୁଥିବା ବେଳେ ସମ୍ବଲପୁର ଷ୍ଟେସନରୁ ଗିରଫ କଲା ଧନୁପାଲି ପୋଲିସ । ଗତ ନଭେମ୍ବର 30 ତାରିଖ ସନ୍ଧ୍ୟା ସମୟରେ ଜେଲ କାନ୍ଥ ଡେଇଁ ଚମ୍ପଟ ମାରିଥିଲା ପୋକ୍ସୋ ମାମଲାରେ ଗିରଫ ହୋଇ ସଜା କାଟୁଥିବା ବିଚାରଧିନ କଏଦୀ ସଂଜୀବ କିସାନ । ତେବେ ବୁଧବାର ଦିନ ଷ୍ଟେସନ ନିକଟରୁ ସେ ଧରାପଡିଥିବା ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସଡିପିଓ ପ୍ରଦୀପ କୁମାର ସାହୁ ।

ସମ୍ବଲପୁର ଏସଡିପିଓ ପ୍ରଦୀପ କୁମାର ସାହୁଙ୍କ ସୂଚନା ଅନୁସାରେ ଗତ ନଭେମ୍ବର 30 ତାରିଖ ସନ୍ଧ୍ୟା 7.30 ସୁଦ୍ଧା ସମ୍ବଲପୁର ମଣ୍ଡଳ କାରାଗାରରୁ ଟମ୍ପଟ ମାରିଥିବା ବିଚାରଧିନ କଏଦୀକୁ ପୁଣି ଗିରଫ କରାଯାଇଛି । କିଛି ଦିନ ପୂର୍ବରୁ ଏକ ପୋକ୍ସୋ ମାମଲାରେ ଅନ୍ୟ ଜଣେ କଏଦୀଙ୍କୁ ସଜା ଦିଆଯିବା ନେଇ ଜାଣିବା ପରେ ସଂଜୀବ ମନେ ମନେ ଭୟଭୀତ ହୋଇଯାଇଥିଲା l ସେହି ଦିନଠାରୁ ସେ ଜେଲରୁ ଫେରାର ହେବା ପାଇଁ ସୁଯୋଗ ଖୋଜି ଆସୁଥିଲା l ତେବେ ଗତ ନଭେମ୍ବର 30 ତାରିଖରେ ସୁଯୋଗ ମିଳିବାରୁ ସେ ଜେଲ କାନ୍ଥ ଡେଇଁ ଚମ୍ପଟ ମାରିଥିଲା l

ଏହାମଧ୍ୟ ପଢନ୍ତୁ.. ଜେଲରୁ ଚମ୍ପଟ ମାରିଲା କଏଦୀ, ପୋଲିସର ତଦନ୍ତ ଜାରି

ଏହାପରେ ଧନୁପାଲି ଥାନାରେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ କଏଦୀଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା l ସ୍ବତନ୍ତ୍ର ଟିମ ଫେରାର କଏଦୀକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲେ । ତେବେ ରାଜ୍ୟ ବାହାରକୁ ଚାଲିଯିବା ନେଇ କଏଦୀ ଜଣକ ଉଦ୍ୟମ କରୁଥିବା ବେଳେ ଏହି ଟିମ୍‌ ସିଟି ଷ୍ଟେସନଠାରେ ଚଢ଼ାଉ କରି ତାକୁ ଗିରଫ କରିଥିଲେ ।

ତେବେ ଏନେଇ ଗୁରୁବାର ଦିନ ଧନୁପାଲି ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍ବଲପୁର ଏସଡିପିଓ ପ୍ରଦୀପ କୁମାର ସାହୁ । ବୁଧବାର ଦିନ ଷ୍ଟେସନ ନିକଟରୁ ତାକୁ ଗିରଫ କରାଯାଇଥିବା ଓ ଗୁରୁବାର ଦିନ ତାକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସଡିପିଓ ।

ତେବେ ଗତ ନଭେମ୍ବର 30 ତାରିଖ ସନ୍ଧ୍ୟା 7.30 ସୁଦ୍ଧା ସମ୍ବଲପୁର ମଣ୍ଡଳ କାରାଗାରରୁ ଜଣେ ବିଚାରଧିନ କଏଦୀ ଚମ୍ପଟ ମାରିଥିବା ନେଇ ସୂଚନା ମିଳିଥିଲା l ଚମ୍ପଟ ମାରିଥିବା କଏଦୀ ଜଣକ କୁଚିଣ୍ଡା ଅଞ୍ଚଳର ମହୁଲପାଲି ଥାନା ଅନ୍ତର୍ଗତ ଉଲୁଣ୍ଡା, ମତୁଆଲପଡ଼ାର ସଂଜୀବ କିସାନ ଥିଲେ l ଫେରାର କଏଦୀ ଜଣକ ପୋକ୍ସୋ ମାମଲାରେ ଗିରଫ ହୋଇ ବିଚାରଧୀନ କଏଦୀ ଭାବରେ ଜେଲରେ ସଜ୍ଜା କାଟୁଥିଲା ।


ଇଟିଭି ଭାରତ, ସମ୍ବଲପୁର

Last Updated :Dec 8, 2023, 8:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.