ଜେଲରୁ ଚମ୍ପଟ ମାରିଲା କଏଦୀ, ପୋଲିସର ତଦନ୍ତ ଜାରି

By ETV Bharat Odisha Team

Published : Dec 2, 2023, 11:04 AM IST

Updated : Dec 2, 2023, 12:16 PM IST

thumbnail

ସମ୍ବଲପୁର: ସମ୍ବଲପୁର ମଣ୍ଡଳ କାରାଗାରରୁ କଏଦୀ ଚମ୍ପଟ l ଶୁକ୍ରବାର ଦିନ ଜଣେ କଏଦୀ ଜଣକ କୌଣସି ପ୍ରକାରରେ ଜେଲରୁ ଫେରାର ହୋଇଥିବା ଜଣାପଡିଛି l ଏନେଇ ମଣ୍ଡଳ କାରାଗାରର ସୁପରିଣ୍ଟେଣ୍ଡେଣ୍ଟ ଅନୀଲ ସାହୁ ସୂଚନା ଦେଇଛନ୍ତି l ଫେରାର କଏଦୀ ଜଣକ କୁଚିଣ୍ଡା ଅଞ୍ଚଳର ସଞ୍ଜୀବ କିଷାନ । ଏନେଇ ଥାନାରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି । 

ଏହାମଧ୍ୟ ପଢନ୍ତୁ.. ଜେଲରୁ ଚମ୍ପଟ ମାରିଲା କଏଦୀ, ବୁଦା ଭିତରୁ ଘୋଷାଡି ଆଣିଲା ପୋଲିସ

ସୁପରିଣ୍ଟେଣ୍ଡେଣ୍ଟ ଅନୀଲ ସାହୁଙ୍କ ସୂଚନା ଅନୁଯାୟୀ, "ବିଚାରଧୀନ କଏଦୀ ଜଣକଙ୍କ ନାଁ ସଞ୍ଜୀବ କିଷାନ ହୋଇଥିବା ବେଳେ ସେ କୁଚିଣ୍ଡା ଅଞ୍ଚଳର ଅଟନ୍ତି l ପୋକ୍ସୋ ମାମଲାରେ ସେ ଗିରଫ ହୋଇଥିଲେ l ଏନେଇ ଧନୁପାଲି ଥାନାରେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏତଲା ଦିଆଯାଇଛି l ତେବେ କେଉଁ ପରିସ୍ଥିତିରେ କଏଦୀ ଫେରାର ହେଲେ ସେନେଇ ବିସ୍ତୃତ ରିପୋର୍ଟ ଜେଲ ଡିଜିଙ୍କୁ ଦିଆଯାଇଛି l ଏହା ସହ କୌଣସି କର୍ମଚାରୀଙ୍କ ଅବହେଳା ଜଣାପଡିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ l"

ତେବେ ଜେଲରୁ ଏକ ବିଚାରାଧୀନ କଏଦୀ ଫେରାର ହୋଇଯିବା ପରେ ସମ୍ବଲପୁର ଜେଲ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କଏଦୀ ଚମ୍ପଟ ପଛରେ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।  
 

ଇଟିଭି ଭାରତ, ସମ୍ବଲପୁର

Last Updated : Dec 2, 2023, 12:16 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.