ETV Bharat / state

Debrigarh Wildlife Sanctuary: ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ଦେବ୍ରିଗଡ

author img

By ETV Bharat Odisha Team

Published : Nov 10, 2023, 7:26 PM IST

debrigarh eco tourism
ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଦେବ୍ରିଗଡ

ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଅଧୀନରେ ଥିବା ଦେବ୍ରିଗଡ ଅଭୟାରଣ୍ୟକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ଅକ୍ଟୋବର ଶେଷ ସୁଦ୍ଧା ଗତବର୍ଷ ଅପେକ୍ଷା ଏଥର 50 ଲକ୍ଷ ଅଧିକ ରାଜସ୍ବ ଆଦାୟ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଦେବ୍ରିଗଡ

ସମ୍ବଲପୁର: ଶୀତ ଋତୁର ଆଗମନରେ ଦେବ୍ରିଗଡ ଅଭୟାରଣ୍ୟକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଅଧୀନରେ ରହିଛି ଦେବ୍ରିଗଡ ଅଭୟାରଣ୍ୟ । ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ 50 କିଲୋମିଟରେ ଦୂରତାରେ ଥିବା ଏହି ଅଭୟାରଣ୍ୟଟି ବରଗଡ଼ ଜିଲ୍ଲା ଭିତରେ ରହିଛି । ଏହି ଅଭୟାରଣ୍ୟର ଗୋଟିଏ ପାର୍ଶ୍ଵରେ ହୀରାକୁଦ ଜଲଭଣ୍ଡାରର ବିସ୍ତୀର୍ଣ୍ଣ ଜଳ ରାଶି ଥିବାବେଳେ ଅନ୍ୟପଟେ ରହିଛି ଦେବ୍ରିଗଡ଼ ଅଭୟାରଣ୍ୟ । ଏଠାକାର ସୁନ୍ଦର ପ୍ରାକୃତିକ ମନୋରମ ପରିବେଶ ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।

ଦେବ୍ରିଗଡ ନେଚର କ୍ୟାମ୍ପ: ଏହି ଅଭୟାରଣ୍ୟ ଭିତରେ ରହିଛି ଦେବ୍ରିଗଡ ନେଚର କ୍ୟାମ୍ପ । ଏଠାରେ ପର୍ଯ୍ୟଟକଙ୍କ ପାଇଁ ରହିଛି ରହିବା ପାଇଁ କଟେଜ ଓ ରେସ୍ତୋରାଁର ବ୍ୟବସ୍ଥା । ଏହାସହ ହୀରାକୁଦର ସୁନୀଲ ଜଳ ରାଶିରେ ବୋଟିଙ୍ଗ ଓ ଜଙ୍ଗଲ ସଫାରୀର ବ୍ୟବସ୍ଥା ମଧ୍ୟ ରହିଛି । ଖାଲି ସେତିକି ନୁହେଁ, ଏଠାରେ ବ୍ୟାଟ୍ ଆଇଲାଣ୍ଡ, କ୍ୟାଟେଲ ଆଇଲାଣ୍ଡ, ସନସେଟ୍ ଆଇଲାଣ୍ଡ, ଗୋବିନ୍ଦପୁର ବାର୍ଡ ଭିଲେଜ, ଘଟକୁସୁମ ଗ୍ରୀନ ଭିଲେଜ ପରି ଦର୍ଶନୀୟ ସ୍ଥାନ ଅନ୍ତର୍ଭୁକ୍ତ ରହିଛି । ଚଳିତ ବର୍ଷ ଏଠାରେ ଟୁରିଷ୍ଟ ପ୍ୟାକେଜରେ ସମଲେଶ୍ୱରୀ ପୀଠ, ନୃସିଂହନାଥ ଓ ସମ୍ବଲପୁର ଚିଡିଆଖାନାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ହୀରାକୁଦ ବନ୍ୟପ୍ରାଣୀ ବିଭାଗର DFO ଅଂଶୁପ୍ରଜ୍ଞା ଦାସଙ୍କ ଉଦ୍ୟମ କ୍ରମେ ଏହାର ଉନ୍ନତିକରଣ ଓ ପ୍ରଚାର ପ୍ରସାର ପରେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାର ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବହୁ ପରିମାଣରେ ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷରେ 30 ହଜାର ପର୍ଯ୍ୟଟକ ଆସିଥିବାବେଳେ 2କୋଟି 50ଲକ୍ଷ ରାଜସ୍ବ ଆଦାୟ ହୋଇଥିଲା । ଠିକ ସେହିଭଳି ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଗତ ବର୍ଷ ଅପେକ୍ଷା 30% ଅଧିକ ପର୍ଯ୍ୟଟକ ଆସିଥିବା ବେଳେ 1 କୋଟି 50 ଲକ୍ଷ ରାଜସ୍ୱ ଆଦାୟ ହୋଇ ସାରିଛି । ଅକ୍ଟୋବର ଶେଷ ସୁଦ୍ଧା ଗତବର୍ଷ ଅପେକ୍ଷା ଏଥର 50 ଲକ୍ଷ ଅଧିକ ରାଜସ୍ବ ଆଦାୟ ହୋଇଥିଲା DFO ଅଂଶୁପ୍ରଜ୍ଞା ଦାସ ସୂଚନା ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...ଦିନେ ଥିଲେ ଜଙ୍ଗଲଦଶ୍ୟୁ ଏବେ ସୁରକ୍ଷାଦାତା...


ସେ କହିଛନ୍ତି, "ଏହି ନେଚର କ୍ୟାମ୍ପରେ ସ୍ଥାନୀୟ ଅଞ୍ଚଳର 70 ଟି ପରିବାରକୁ ଜୀବିକା ପ୍ରଦାନ କରାଯାଇଛି । ଏହା ଦ୍ୱାରା ପର୍ଯ୍ୟଟକଙ୍କୁ ଭଲ ସେବା ପ୍ରଦାନ କରାଯାଇପାରୁଛି l ଆଉ ଏହା ଫଳରେ ପର୍ଯ୍ୟଟନର ବିକାଶ ହେବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହାସହ ସ୍ଥାନୀୟ ଲୋକଙ୍କ ଭାଗିଦାରୀ ଦ୍ୱାରା ବନ୍ୟ ଜନ୍ତୁ ସୁରକ୍ଷା ମଧ୍ୟ ହୋଇ ପାରୁଛି ।" ଆଗକୁ ଏହି ପର୍ଯ୍ୟଟନ ସ୍ଥଳର ଆହୁରି ଉନ୍ନତିକରଣ କରାଯିବ ବୋଲି DFO କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.