ETV Bharat / state

ସମ୍ବଲପୁରରେ 120 କୋଟିର କ୍ରୀଡା ପ୍ରକଳ୍ପ ଆରମ୍ଭ, ବୁର୍ଲା ଇନ୍‌ଡୋର ଷ୍ଟାଡିୟମ ଉଦଘାଟିତ

author img

By ETV Bharat Odisha Team

Published : Jan 7, 2024, 8:48 AM IST

CM Launches Sports Projects
୧୨୦ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

CM Launches Sports Projects: ବୁର୍ଲା ଇନ୍‌ଡୋର ଷ୍ଟାଡିୟମ ଗତକାଲି ମୁଖ୍ୟମନ୍ତ୍ରୀ ଦ୍ବାରା ଉଦ୍‌ଘାଟିତ ହୋଇଛି । ଆଭାସୀ ବୈଠକରେ ଯୋଡ଼ି ହୋଇ ସମ୍ବଲପୁରରେ ୧୨୦ କୋଟିରୁ ଅଧିକ ଟଙ୍କାର କ୍ରୀଡ଼ା ପ୍ରକଳ୍ପର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

୧୨୦ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁରରେ ହେବ କ୍ରୀଡାର ବିକାଶ । ଏନେଇ ୧୨୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି(ଶନିବାର) ମୁଖ୍ୟମନ୍ତ୍ରୀ ବୁର୍ଲା ସ୍ଥିତ ଇନଡୋର ଷ୍ଟାଡିୟମର ଉଦଘାଟନ କରିଥିଲେ l ଏହାସହ ହକି ଷ୍ଟାଡିୟମ ସମେତ ସମ୍ବଲପୁର ଫୁଟବଲ ଏକାଡେମୀ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ରୀଡା କମ୍ପ୍ଲେକ୍ସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର କ୍ରୀଡ଼ା ସଂସ୍କୃତିର ପ୍ରଶଂସା କରିବା ସହିତ ଏହି ସୁବିଧା ଜିଲ୍ଲାର କ୍ରୀଡ଼ା ବିକାଶକୁ ଆହୁରି ଦୃଢ଼ୀଭୂତ କରିବ ବୋଲି ଆଶା ପ୍ରକଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁରରେ ଫୁଟବଲ ବହୁତ ଲୋକପ୍ରିୟ । ତେଣୁ ସ୍ଥାନୀୟ ଫୁଟବଲ ପ୍ରତିଭା ପାଇଁ ଉନ୍ନତମାନର କୋଚିଂ ଏବଂ ପ୍ରତିଯୋଗିତାର ସୁବିଧା ଯୋଗାଇବା ପାଇଁ ସମ୍ବଲପୁର ଫୁଟବଲ ଏକାଡେମୀ ପ୍ରତିଷ୍ଠା କରାଯାଉଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଏହି ବୁର୍ଲା ଇନଡୋର ଷ୍ଟାଡିୟମରେ 4ଟି ବ୍ୟାଡମିଣ୍ଟନ କୋର୍ଟ ଏବଂ 400ରୁ ଅଧିକ ଦର୍ଶକଙ୍କ ପାଇଁ ବସିବାର ସୁବିଧା ରହିଛି l ଏଥିରେ ସେଣ୍ଟ୍ରାଲ ଏସି ସୁବିଧା ସହ ଖେଳାଳିଙ୍କ ପାଇଁ ପରିବର୍ତ୍ତନ ପ୍ରକୋଷ୍ଠ, ପ୍ରାଥମିକ ଚିକିତ୍ସା କକ୍ଷ, ଏକ ଜିମ୍ ଏବଂ ବହୁମୁଖୀ ହଲ ଅଛି । ଯାହା ଅନ୍ୟ ଇନଡୋର ଖେଳ ଯେପରିକି କ୍ୟାରମ, ଚେସ୍ ଇତ୍ୟାଦି ଖେଳା ଯାଇପାରିବ l ଏହାର ଖେଳ ପଡ଼ିଆ କାଠ ସିନ୍ଥେଟିକ୍ ଚଟାଣ ସହିତ ସୁସଜ୍ଜିତ ରହିଛି l ଖେଳାଳିମାନଙ୍କୁ ଏକ ଅନ୍ତର୍ଜାତୀୟ ଅଭିଜ୍ଞତା ପ୍ରଦାନ କରିବାକୁ BWF କ୍ରୀଡା ଆଲୋକ ବ୍ୟବସ୍ଥାକୁ ସୁପାରିଶ କରାଯାଇଛି l

ଏହି ଷ୍ଟାଡିୟମ ୩୨ କୋଟି ବ୍ୟୟ ଅଟକଳରେ ନିର୍ମିତ ହୋଇଛି । ଏଥିପାଇଁ ଏମସିଏଲ ପକ୍ଷରୁ 10.35 କୋଟି ଟଙ୍କା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ 7.5 କୋଟି ଟଙ୍କାର ଅବଦାନ ରହିଛି l ସେହିପରି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆଗାମୀ ଦିନରେ ହେବାକୁ ଥିବା ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ହକି ଷ୍ଟାଡିୟମର ବ୍ୟବସ୍ଥା ରହିବ l ଏଥିରେ FIH କ୍ରୀଡା ଆଲୋକ ବ୍ୟବସ୍ଥା ରହିବ ଏବଂ ଏହାର ଗ୍ୟାଲେରୀରେ ପ୍ରାୟ 3000 ଦର୍ଶକଙ୍କ ପାଇଁ ବସିବା ବ୍ୟବସ୍ଥା ରହିବ l ତେବେ ଆଞ୍ଚଳିକ ସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଏହା ସୁବିଧା ହେବ l ଓଡ଼ିଶା ସରକାର ଏହି ପ୍ରକଳ୍ପରେ 70 କୋଟି ଟଙ୍କା ବିନିଯୋଗ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ -ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ନବୀନ

ଅନ୍ୟପଟେ ଆଗକୁ ହେବାକୁ ଥିବା ସମ୍ବଲପୁର ଫୁଟବଲ ଏକାଡେମୀରେ ଫ୍ଲଡ ଲାଇଟ ସିଷ୍ଟମ ସହିତ ଏକ ଫିଫା ଆକାରର ପ୍ରାକୃତିକ ଟର୍ଫ ଏବଂ ଏକ ଗ୍ୟାଲେରୀ ସହିତ ଗୋଟିଏ ସୁବିଧା ଭବନ ଉପଲବ୍ଧ ହେବ l ଏଥିରେ 1000 ଦର୍ଶକଙ୍କ ବସିବା ସୁବିଧା ରହିବ l 5T ଏବଂ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ବୁର୍ଲା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତ ବେହେରା, ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.