ETV Bharat / state

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ: ଆନ୍ଦୋଳନ ଜାରି ରଖିବ ଓକିଲ ସଂଘ

author img

By

Published : Nov 30, 2022, 8:38 AM IST

bar association decide to continue the protest for high court bench in sambalpur
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ: ଆନ୍ଦୋଳନ ଜାରି ରଖିବ ଓକିଲ ସଂଘ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଅଟଳ ରହିଛନ୍ତି ପଶ୍ଚିମ ଓଡ଼ିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ଆନ୍ଦୋଳନ ଜାରି ରଖିବାକୁ ଜିଲ୍ଲା ଓକିଲ ସଂଘର ନିଷ୍ପତ୍ତି । ଅଧିକ ପଢ଼ନ୍ତୁ

ସମ୍ବଲପୁର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଆନ୍ଦୋଳନରୁ ପଛଘୁଞ୍ଚା ଦେବନି ଜିଲ୍ଲା ଓକିଲ ସଂଘ । ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଅଟଳ ରହିଛନ୍ତି ପଶ୍ଚିମ ଓଡ଼ିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘ ବର୍ଷ ଧରି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଏପରିକି ସପ୍ତାହର ପ୍ରତ୍ୟେକ ବୁଧବାର ଦିନ କୋର୍ଟ କଚେରି ସହ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ବନ୍ଦ କରୁଛନ୍ତି ବିଭିନ୍ନ ନାଗରିକ ସଂଗଠନ ଓ ଓକିଲ । ଓକିଲ ସଂଘର ଏହି ଦାବିକୁ ସମର୍ଥନ ଜଣାଇଛନ୍ତି ଜିଲ୍ଲାର ପ୍ରାୟ ସମସ୍ତ ସଂଘ। ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ଆନ୍ଦୋଳନକାରୀ ସମସ୍ତ ଓକିଲଙ୍କ ଲାଇସେନ୍ସ ବାତିଲ ପାଇଁ ବାର୍ କାଉନସିଲ ଅଫ ଇଣ୍ଡିଆ ଓ ରାଜ୍ୟ ବାର୍ କାଉନସିଲକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ କାର୍ଯ୍ୟ ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ଦୃଢ଼ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଏହା ମଧ୍ୟ ପଢ଼ନ୍ତୁ: ସମଲେଇ ଯୋଜନାରେ ବିସ୍ଥାପିତ ଯୁବକଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବି

ଏହି ଘଟଣାରେ ସମ୍ବଲପୁର ଓକିଲ ସଂଘର ପାଞ୍ଚ ଜଣ ସଦସ୍ୟ ପକ୍ଷ ରଖିବା ପାଇଁ ଦିଲ୍ଲୀ ଯାଇଥିଲେ । ସେହି ସଦସ୍ୟମାନେ ସମ୍ବଲପୁରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ସମ୍ବଲପୁର ବାର୍ ଆସୋସିଏସନ୍ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏନେଇ ଜିଲ୍ଲା ଓକିଲ ସଂଘ ସଭାପତି ତଥା ପଶ୍ଚିମ ଓଡ଼ିଶା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ସୁରେଶ୍ୱର ମିଶ୍ର କହିଛନ୍ତି, " ଓକିଲ ସଂଘର ସଦସ୍ୟମାନଙ୍କୁ ଗିରଫ କରାଯାଉ ଅବା ସେମାନଙ୍କ ଲାଇସେନ୍ସ ବାତିଲ କରାଯାଉ । ହେଲେ ହାଇକୋର୍ଟ ବେଞ୍ଚ ଦାବିରେ ପ୍ରତ୍ୟେକ ବୁଧବାର ହେଉଥିବା ଆନ୍ଦୋଳନରୁ ପଛଘୁଞ୍ଚା ଦେବ ନାହିଁ ଓକିଲ ସଂଘ । ଆଜି ବୁଧବାର ଥିବାରୁ ସମ୍ବଲପୁରର କେତେକ ସ୍ଥାନରେ ଧାରା ୧୪୪ ଲଗାଯିବା ସମ୍ଭାବନା ରହିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.